ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ରବିବାର କହିଛନ୍ତି। ଏକ ସାକ୍ଷାତ୍କାରରେ ସେ କହିଛନ୍ତି, ମେ ମାସରେ ଦେଶର ଗ୍ରାମାଞ୍ଚଳଗୁଡିକରେ ସଂକ୍ରମଣ ବ୍ୟାପିଥିଲା। ଏହି ମାସରେ କୃଷି ସମ୍ପର୍କିତ କାର୍ଯ୍ୟକଳାପ ବହୁତ କମ୍ ହୋଇଥାଏ। ବର୍ତ୍ତମାନ ଭାରତର ନୀତି ଧାନ, ଗହମ ଏବଂ ଆଖୁ ଭଳି ଫସଲ ଲାଗି ବିଶେଷ ଭାବେ ଉଦ୍ଦିଷ୍ଟ ରହୁଛି। ଏ କ୍ଷେତ୍ରରେ ସବସିଡି, ମୂଲ୍ୟ ଏବଂ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି। ଡାଲି ଜାତୀୟ ଫସଲ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିବା ସହ ସଂଗ୍ରହ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ସେ ପୁଣି କହିଛନ୍ତି, ମେ ମାସରେ ଫସଲ ବୁଣିବା କିମ୍ବା କାଟିବା ଭଳି କାମ ହୋଇ ନ ଥାଏ। ଅଫ୍ ସିଜନ ଫସଲ ଏହି ସମୟରେ ହୋଇଥାଏ। ମାର୍ଚ୍ଚ କିମ୍ବା ଏପ୍ରିଲ ମଧ୍ୟ ଭାଗ ଯାଏ କୃଷି କାର୍ଯ୍ୟକଳାପ ଶୀର୍ଷରେ ରହିଥାଏ। ଏହା ପରବର୍ତ୍ତୀ ସମୟରେ ଏଥିରେ ହ୍ରାସ ପରିଲକ୍ଷିତ ହୋଇଥାଏ। ମୌସୁମୀ ଆସିବା ପରେ କୃଷି କାର୍ଯ୍ୟକଳାପ ପୁଣି ଥରେ ବୃଦ୍ଧି ହୋଇଥାଏ। ଏଭଳି ସ୍ଥିତିରେ ମେ ମାସରୁ ଜୁନ୍ ମଧ୍ୟଭାଗ ଯାଏ ଶ୍ରମିକଙ୍କ ଉପଲବ୍ଧତା କମ୍ ରହିଥାଏ ତେବେ କୃଷି କ୍ଷେତ୍ର ଉପରେ କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନ ଥାଏ।
ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଏଫ୍ଡିଆଇ ସୀମା ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଆଗକୁ ବଢ଼ାଉଛନ୍ତି। ଏ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମ ପ୍ରତିବନ୍ଧକ...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...
ମନୋହରପୁର ଖଣିରୁ ଓପିଜିସିକୁ କୋଇଲା ଯୋଗାଣ
ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଓସିପିଏଲ୍) ମନୋହରପୁର ଖଣିରୁ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)କୁ କୋଇଲା ଯୋଗାଣ ଶୁଭାରମ୍ଭ ହୋଇଛି। ଓସିପିଏଲ୍...
ଏନ୍ଟିପିସି ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା
ଭୁବନେଶ୍ୱର: ଦେଶର ଅଗ୍ରଣୀ ନବରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍ଟିପିସି)କୁ ପ୍ରଥମ ଥର ପାଇଁ ୨୦୨୧-ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତାର ସମ୍ମାନ ମିଳିଛି।...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
ଏମ୍ଏସ୍ଏମ୍ଇକୁ କଞ୍ଚାମାଲ ଚିନ୍ତା
ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ...
ଏଫ୍ପିଆଇଙ୍କ ନିବେଶ ୮ ହଜାର କୋଟି
ନୂଆଦିଲ୍ଲୀ: ଦେଶର ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ୮ ହଜାର କୋଟି ଟଙ୍କାର ନିବେଶ କରିଛନ୍ତି। ଗତ ୪ କାରବାର ସେସନରେ ଏଭଳି ନିବେଶ...
ଭାରତୀୟ କର୍ତ୍ତୃପକ୍ଷଙ୍କୁ ଚୋକ୍ସୀଙ୍କ ଖୋଲା ଆମନ୍ତ୍ରଣ
ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି।...


