ବାଲେଶ୍ୱର ଅଫିସ, ୭।୬-ଚଳିତବର୍ଷ ଅମଳ ହୋଇଥିବା ରବି ଧାନ କିଣିବା ସହିତ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ରବିବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଇମେଲ୍କୁ ପଠାଯାଇଛି। ଅକାମୀ ହୋଇଥିବା ଟୋକନଗୁଡ଼ିକୁ ସଚଳ କରିବା, ଟୋକନ ପାଇ ନ ଥିବା ଚାଷୀଙ୍କୁ ଟୋକନ ଦେବା, ଚାଷୀ ଯେଉଁ ଧାନ ଉପତ୍ାଦନ କରିଛି ତାହାକୁ କିଣିବା, କଟନୀଛଟ୍ନୀ ବନ୍ଦ କରିବା, ଅଖାର ବୋଝ ଚାଷୀଙ୍କୁ ନ ଦେଇ ମିଲରକୁ ଭରଣା କରିବାକୁ ବାଧ୍ୟ କରିବା ଆଦି ଦାବି ଅନ୍ତର୍ଭୁକ୍ତ। ସରକାର ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଜିଲାର ସମସ୍ତ ମଣ୍ଡି ଏବଂ ବ୍ଲକ ଅଫିସ ସାମ୍ନାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଗିରି ଚେତାବନୀ ଦେଇଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ଚଳିତବର୍ଷ ରବିଧାନ ଫସଲ ଫଳେଇବା ପାଇଁ ଚାଷୀ କମ୍ କଷ୍ଟ କରିନାହଁି। ଧାନ ଅମଳ ବେଳକୁ ମାଡ଼ି ଆସିଲା କାଳବୈଶାଖୀ। ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖାଇବା ପାଇଁ ଚାଷୀ ନୟାନ୍ତ ହୋଇପଡିଛି। ଏହାପରେ ଆସିଲା ବାତ୍ୟା ‘ୟାସ୍’। ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏବେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା। ଆକଳନ ମୁତାବକ ଟାର୍ଗେଟ୍ ଆସିଲା ନାହଁି। ସବୁ ଧାନ କିଣାଯିବ ନାହଁି ବୋଲି ସରକାର ନିଷ୍ପତ୍ତି ଶୁଣାଇଛନ୍ତି। ଟୋକନ ପହଞ୍ଚତ୍ବା ପରେ ଚାଷୀ ଅମଳ କରିଥିବା ଧାନର ଏକ ତୃତୀୟାଂଶ ମାତ୍ର ଦର୍ଶାଯାଇଥିଲା। ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ୍ ବାଲା ଆସିଲେ ନାହିଁ। ଫଳରେ ଅନେକ ଚାଷୀଙ୍କ ଟୋକନ ଅକାମୀ ହୋଇଗଲା। ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରୁଥିଲା। ମାତ୍ର ଏବେ ତାକୁ ୧୫ଦିନ ପରେ ଅକାମୀ କରିଦିଆଯାଉଛି। ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ ଟୋକନ ଅକାମୀ। ଅନେକ ଚାଷୀଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଞ୍ଚତ୍ନାହଁି। କେବେ ଧାନ ସେମାନେ ମଣ୍ଡିରୁ ନେବେ ତାର ଠିକ୍ ଠିକଣା ନାହଁି। ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ ମଣ୍ଡିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି।
ଅମ୍ବାଳିଅଠା ନିକଟରେ ସିରିଜ୍ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ
ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।...
ବାଲେଶ୍ୱରରୁ ଇସ୍ରୋର ବୈଜ୍ଞାନିକ
ସଜନାଗଡ଼, ୯।୬(ଡି.ଏନ.ଏ.)-ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବୈଜ୍ଞାନିକ ଭାବେ ଯୋଗଦେବେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଅଭିଷେକ ପରିଡ଼ା। ମାର୍ଚ୍ଚରେ ଅନୁଷ୍ଠିତ ଏ ସମ୍ପର୍କିତ ପରୀକ୍ଷାରେ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...
ଦୁଇ ନାବାଳିକାଙ୍କୁ ୬୨ ବର୍ଷୀୟ ବୃଦ୍ଧଙ୍କ ଅସଦାଚରଣ ଅଭିଯୋଗ
ବାଲେଶ୍ୱର ଅଫିସ,୬ା୬: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବଜାରରେ ଥିବା ଏକ ଦୋକାନକୁ ଥଣ୍ଡା ପାନୀୟ ଆଣିବାକୁ ଯାଇଥିବା ବେଳେ ୬୨ ବର୍ଷୀୟ ଦୋକାନୀ ଦୁଇ...
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...


