ନୂଆଦିଲ୍ଲୀ, ୭।୬: ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ। ପ୍ରତିଯୋଗିତା ସ୍ଥଳ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଡବଲ ହେଡର (ଦିନକୁ ୨ ମ୍ୟାଚ) ସଂଖ୍ୟା କମାଇ ଦିଆଯିବାକୁ ଥିବାରୁ ଏହି ପରିସ୍ଥିତି ଉପୁଜିଛି। ପୂର୍ବରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରେ ଆରମ୍ଭ ହୋଇ ଅକ୍ଟୋବର ୧୦ରେ ଶେଷ କରାଯିବାକୁ ଯୋଜନା ରହିଥିଲା। ମାତ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଆକର୍ଷକ ଟି୨୦ ଇଭେଣ୍ଟକୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ାଇବାକୁ ଚିନ୍ତା କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଓ୍ବିଣ୍ଡୋ ବାହାର କରାଯାଇଛି। ବିସିସିଆଇ ୧୦ ଡବଲ ହେଡର(ଦିନକୁ ୨ ମ୍ୟାଚ) କରିବାକୁ ଚିନ୍ତା କରୁଥିଲା। ମାତ୍ର ସେପ୍ଟେମ୍ବର ତୃତୀୟ ଏବଂ ୪ର୍ଥ ସପ୍ତାହରେ ଅଳ୍ପଦିନରେ ଅଧିକ ଅପରାହ୍ନ ମ୍ୟାଚ ଖେଳାଳିଙ୍କୁ ଶାରୀରିକଭାବେ କ୍ଷତି ପହଞ୍ଚାଇପାରେ। ତେଣୁ ଡବଲ ହେଡର ସଂଖ୍ୟାକୁ ୫ କିମ୍ବା ୬କୁ କମାଇ ଫାଇନାଲ ଅକ୍ଟୋବର ୧୫ରେ କରାଇବାକୁ ଯୋଜନା ହେଉଛି। ୧୫ ତାରିଖ ଶୁକ୍ରବାର ଭାରତରେ ସପ୍ତାହାନ୍ତ ଏବଂ ଦୁବାଇରେ ଛୁଟିଦିନ ପଡ଼ୁଥିବାରୁ ଅଧିକରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିପାରିବେ ବୋଲି ବିସିସିଆଇର ଏକ ସୂତ୍ରରୁ ପ୍ରକାଶ କରାଯାଇଛି।
ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍ ଷ୍ଟାର; ଫଟୋ ଶେୟାର କରି..
ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...
୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍ କ୍ୟାରିୟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...
ଫେଲ୍ ମାରିଲା ତାରକା ଖଚିତ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍
ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍ ମାରିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ଅଫ୍। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...
ପିଏସ୍ଏଲ୍ରୁ ଓହରିଲେ ଡୁପ୍ଲେସି
ଆବୁଧାବି, ୧୭।୬(ପି.ଟି.)- ପାକିସ୍ତାନ ସୁପରଲିଗ୍ (ପିଏସ୍ଏଲ) ଅବସରରେ କନକ୍ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
‘ଏମିତି କୁହ ନାହିଁ, ମୋତେ ବହୁତ୍ କଷ୍ଟ ହେଉଛି’;କାହିଁକି ଏମିତି କହିଲେ ଅଶ୍ୱିନ୍
ନୂଆଦିଲ୍ଲୀ,୮।୬: ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନ ତାଙ୍କ ଟୁଇଟ୍ରେ ସଞ୍ଜୟ ମଞ୍ଜରେକରଙ୍କୁ ଏକ କଡା ଜବାବ ଦେଇଛନ୍ତି। ଅଶ୍ୱିନ ଟୁଇଟର୍ରେ ତାମିଲ ଚଳଚ୍ଚିତ୍ର...
ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍ ସସ୍ପେଣ୍ଡ
ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ...
ମିଲ୍ଖାଙ୍କ ଓଡ଼ିଶା ଲିଙ୍କ୍: ବାରବାଟୀରେ ୨ ସ୍ବର୍ଣ୍ଣ ଜିତିଥିଲେ
ଭୁବନେଶ୍ୱର,୨୦।୬: ମିଲ୍ଖାଙ୍କ ଓଡ଼ିଶା ଲିଙ୍ଗ୍ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍ରେ ଦୌଡ଼ି ଦୁଇଟି...


