ସାଲେପୁର, ୮।୬(ଡି.ଏନ୍.ଏ.): ସାଲେପୁର ଥାନା ଅଧୀନ ବାରିଗୋଳ ଗ୍ରାମର ଓ୍ବାର୍ଡମେମ୍ବରଙ୍କ ଘର ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ମୋକିମ୍ ଖାଁଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶାଶୁ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଘର ଉପରେ ୨ଟି ବୋମାମାଡ଼ କରିଛନ୍ତି। ଫଳରେ ଘରର ୨ଟି ଝରକା ଓ ଫ୍ରିଜ ଭାଙ୍ଗି ରୁଜିଯାଇଛି। ଏନେଇ ଖଁା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏମ୍ଜିଏନ୍ଆରଇଜିଏସ୍ରେ ଚାଲିଥିବା କାର୍ଯ୍ୟକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୧୨୦/୨୧) ରୁଜୁ କରିଛି। ଅଭିଯୋଗ ଅନୁଯାୟୀ ଗ୍ରାମରେ ଏମ୍ଜିଏନ୍ଆରଇଜିଏସ୍ରେ ରାସ୍ତା ନିର୍ମାଣ କାମ ଚାଲଛି। ଏହାର ଦାୟିତ୍ୱ ମୋକିମ୍ଙ୍କୁ ଦିଆଯାଇଛି। ନିର୍ମାଣାଧୀନ ରାସ୍ତା ପାର୍ଶ୍ୱରେ ଥିବା ଜମିକୁ ନେଇ ଗ୍ରାମର ମିର୍ଜା ଇଜରା ବେଗ୍ଙ୍କ ସହ ତାଙ୍କର ବଚସା ହୋଇଥିଲା। ମୋକିମଙ୍କୁ ଇଜରାଙ୍କ ପୁଅ ବାଡ଼େଇବାକୁ ଶନିବାର ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି। ଏଥିସହ ମିର୍ଜା ଇଜରାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।
Posted inଆମ ଜିଲା ଖବର, କଟକ View All
କଟକରୁ ଲମ୍ବିଛି ନକଲି ଔଷଧର ଚେର
ଝାରସୁଗୁଡା ଅଫିସ୍,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...
ସେଲ୍ଫି ନିଶା ନେଲା ୨ ଯୁବକଙ୍କ ଜୀବନ
ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...
ଭିଜିଲାନ୍ସ ହାତରେ ଟିଡିସିସି ମ୍ୟାନେଜର: ୧୯ଲକ୍ଷ ଟଙ୍କା ଜବତ
ସୁନ୍ଦରଗଡ,୨।୬(ଡି.ଏନ.ଏ.): ସୁନ୍ଦରଗଡ ଟିଡିସିସି ଜିଲା ମ୍ୟାନେଜର ଜୟପ୍ରକାଶ ମହାନ୍ତି ବୁଧବାର ସକାଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କଠାରୁ ୧୯ ଲକ୍ଷ...
ମାଲବାହୀ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ
କେନ୍ଦୁଝର,୬ା୬(ସ୍ବ.ପ୍ର.) କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍ର ୩ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ଟ୍ରେନ୍ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଆଜି ଦିନ...
ଅନ୍ଲାଇନରେ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୮।୬(ଡି.ଏନ୍.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମରେ ଜିଲାପାଳଙ୍କ ଜନସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ତେବେ ସୋମବାରଠାରୁ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି।...
କୁଲାବେଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ ଜାରି
ମାଲକାନଗିରି,୧୬।୬(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ଜାରି ରହିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା...


