ଚନ୍ଦ୍ରପୁର,୮।୬(ଡି.ଏନ୍.ଏ.) – ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ବୁଡ଼ିବାଲି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ଏ ପର୍ଯ୍ୟନ୍ତ ଆଲୁଅ ଏବଂ ପାଣିର ସୁବିଧା ହୋଇପାରିନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ଡାକ୍ତର, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ଅଭାବ ମଧ୍ୟ ରହିଛି। ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବା କହିଛନ୍ତି ବୁଡ଼ିବାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶମ୍ଭୁ ଗଗେରଙ୍ଗା। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ନେଇ ଗଣମାଧ୍ୟମରେ ଅନେକ ଥର ଖବର ପ୍ରକାଶ ପାଇଛି। ସେହିପରି ଅଞ୍ଚଳବାସୀ ମଧ୍ୟ ବାରମ୍ବାର ଅଭିଯୋଗ ଜଣାଇଛନ୍ତି। ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭୀମ ଗଗେରଙ୍ଗ ଅଭିଯୋଗ କରିଛନ୍ତି। ଏମିତିକି ଏଥିପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘ ଦିନ ଧରି ୨ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା ଚାଲିଥିଲା। ବିନା ଡାକ୍ତର ଏବଂ ଫାର୍ମାସିଷ୍ଟରେ ଏଠାରେ ଚିକିତ୍ସା ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ କରୋନା ପରିସ୍ଥିତି ଯୋଗୁ କେବଳ ଜଣେ ଫାର୍ମାସିଷ୍ଟଙ୍କୁ ୨ ମାସ ତଳେ ଡେପୁଟେସନରେ ନିଯୁକ୍ତି ଦିଆଯାଇଛି। ହେଲେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ରୋଗୀ ଆସିଲେ ସ୍ବାସ୍ଥ୍ୟସେବା କିପରି ଯୋଗାଉଛନ୍ତି ବୋଲି ପଚାରିବାରୁ ଫାର୍ମାସିଷ୍ଟ ସନ୍ତୋଷ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତରଖାନାରେ ଯାହା ଔଷଧ ଅଛି ଦିଆଯାଉଛି। ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ କାମ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ କାମ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଏହି ଗ୍ରାମ ଉପରେ ୩୦ରୁ ଊର୍ଦ୍ଧ୍ୱ ଗ୍ରାମର ଅଧିବାସୀ ନିର୍ଭର କରୁଥିବାବେଳେ ଜରୁରୀ ପରିସ୍ଥିତିରେ ଗ୍ରାମବାସୀ ୧୨ କି.ମି. ଦୂର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
Posted inଆମ ଜିଲା ଖବର, ରାୟଗଡା View All
ମଣ୍ଡିକୁ ଧାନ ଆସି ଫେରିଲା
ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି,...
ଦମ୍ପତିଙ୍କୁ ନିଶା ସ୍ପ୍ରେ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ଆଉ ତା ପରେ
ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ...
ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ...
ପରକୀୟା ପ୍ରୀତି ପାଇଁ ହତ୍ୟା
କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର...
ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି
ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର...
କୁକୁର କବଳରୁ ଉଦ୍ଧାର ହରିଣ ମୃତ
ରେଢାଖୋଲ,୨୦।୬: ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧୀନ ରାଶିବେଡା ଗ୍ରାମରୁ କୁକୁରଙ୍କ କବଳରୁ ବନ ବିଭାଗ ଏକ ଗର୍ଭବତୀ ହରିଣକୁ ଉଦ୍ଦାର କରିଥିଲା। ହେଲେ ରେଞ୍ଜ...
ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ସୋରୁମରୁ ୨ ବାଇକ ଚୋରି: ୨ ଗିରଫ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗାଡ଼ି ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଚୋରି ହୋଇଥିଲା।...
ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା
ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ...


