ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍ ଜୋନ୍ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି। ଏସବୁ ମୁଖ୍ୟମନ୍ତ୍ରୀମାନେ ଭାଜପା ଅବା ଏନ୍ଡିଏ ଅଂଶ ବିଶେଷ ବୋଲି ଆର୍ଟିଆଇ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରିପୋର୍ଟ ମିଳିଛି। ଏହି ଜୋନ୍ରେ ସାଧାରଣତଃ ମନ୍ତ୍ରୀ, ଏମ୍ପି, ବିଚାରପତି, ପ୍ରଶାସନିକ ଅଧିକାରୀ ତଥା ପ୍ରତିରକ୍ଷା ଅଧିକାରୀଙ୍କୁ ବଡ଼ କ୍ୱାଟର(ବଙ୍ଗଳା) କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଏଠାରେ ବଙ୍ଗଳା ପାଇବା ସହଜ ନୁହେଁ। ତେବେ ମଧ୍ୟ ୯ ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ମାସିକ ୫ ହଜାର ଟଙ୍କାରୁ କମ୍ ଭଡ଼ାରେ ବଙ୍ଗଳା ପ୍ରଦାନ କରାଯାଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବଙ୍ଗଳା ଭଡ଼ା ମାସକୁ ୪,୬୧୦ ଟଙ୍କା ରହିଛି। ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗମୋହନ ରେଡ୍ଡୀଙ୍କ ଘର ଭଡ଼ା ୪,୬୧୦ ଟଙ୍କା ରହିଛି। ଅପରପକ୍ଷରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ବଙ୍ଗଳା ଭଡ଼ା ୨,୨୦୦ ଟଙ୍କା, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ଭଡ଼ା ୨,୫୮୦ ଟଙ୍କା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଙ୍ଗଳା ଭଡ଼ା ୨,୫୮୦, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ କ୍ୱାଟର ଭଡ଼ା ୨,୨୦୦ ଟଙ୍କା ରହିଛି। ନାଗାଲାଣ୍ଡ୍ ମୁଖ୍ୟମନ୍ତ୍ରୀ ନେଲ୍ପହୁଲୁ ରିଓଙ୍କ ବଙ୍ଗଳା ଭଡ଼ା ୨,୫୮୦ ଟଙ୍କା ରହିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜେରାମ୍ ଥାଙ୍ଗା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ସି.କେ. ସାଙ୍ଗମାଙ୍କ ମାସିକ ବଙ୍ଗଳା ଭଡ଼ା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନ ଥିବା ଆର୍ଟିଆଇ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଏନ୍ଡିଏ ମେଣ୍ଟର ଅଂଶୀଦାର। ଅପରପକ୍ଷରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗମୋହନ ରେଡ୍ଡୀ କେତେକ କ୍ଷେତ୍ରରେ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି। କେତେକ ମୁଖ୍ୟମନ୍ତ୍ରୀଙ୍କୁ ୩,୭୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ବଙ୍ଗଳା ଯୋଗାଇ ଦିଆଯାଇଥିବାବେଳେ ଅନ୍ୟ କିଛିଙ୍କୁ ୫,୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ସରକାରୀ ବାସଭବନ ମିଳିଛି। ସ୍ଥାନୀୟ ଦାମ୍ ଅନୁସାରେ ଏସବୁ ବଙ୍ଗଳାର ମାସିକ ଭଡ଼ା ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦେଶର ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବାସଭବନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।
ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ...
୫ ବର୍ଷରୁ କମ୍ ବୟସ୍କ ଛୋଟପିଲା ମାସ୍କ୍ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...
୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...
ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...
ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ
ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...
ଭାକ୍ସିନ୍ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା…
ପାଟନା,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ୧୮୩...


