E-Paper
  • logo
  • Friday 19th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ଆଧୁନିକ ବଙ୍ଗଳା: ମାସକୁ ଭଡ଼ା ୫ ହଜାରରୁ କମ୍‌…
2:27 pmJune 8, 2021

ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍‌ ଜୋନ୍‌ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି। ଏସବୁ ମୁଖ୍ୟମନ୍ତ୍ରୀମାନେ ଭାଜପା ଅବା ଏନ୍‌ଡିଏ ଅଂଶ ବିଶେଷ ବୋଲି ଆର୍‌ଟିଆଇ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରିପୋର୍ଟ ମିଳିଛି। ଏହି ଜୋନ୍‌ରେ ସାଧାରଣତଃ ମନ୍ତ୍ରୀ, ଏମ୍‌ପି, ବିଚାରପତି, ପ୍ରଶାସନିକ ଅଧିକାରୀ ତଥା ପ୍ରତିରକ୍ଷା ଅଧିକାରୀଙ୍କୁ ବଡ଼ କ୍ୱାଟର(ବଙ୍ଗଳା) କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଏଠାରେ ବଙ୍ଗଳା ପାଇବା ସହଜ ନୁହେଁ। ତେବେ ମଧ୍ୟ ୯ ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ମାସିକ ୫ ହଜାର ଟଙ୍କାରୁ କମ୍‌ ଭଡ଼ାରେ ବଙ୍ଗଳା ପ୍ରଦାନ କରାଯାଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବଙ୍ଗଳା ଭଡ଼ା ମାସକୁ ୪,୬୧୦ ଟଙ୍କା ରହିଛି। ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗମୋହନ ରେଡ୍ଡୀଙ୍କ ଘର ଭଡ଼ା ୪,୬୧୦ ଟଙ୍କା ରହିଛି। ଅପରପକ୍ଷରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ବଙ୍ଗଳା ଭଡ଼ା ୨,୨୦୦ ଟଙ୍କା, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ଭଡ଼ା ୨,୫୮୦ ଟଙ୍କା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଙ୍ଗଳା ଭଡ଼ା ୨,୫୮୦, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ କ୍ୱାଟର ଭଡ଼ା ୨,୨୦୦ ଟଙ୍କା ରହିଛି। ନାଗାଲାଣ୍ଡ୍‌ ମୁଖ୍ୟମନ୍ତ୍ରୀ ନେଲ୍ପହୁଲୁ ରିଓଙ୍କ ବଙ୍ଗଳା ଭଡ଼ା ୨,୫୮୦ ଟଙ୍କା ରହିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜେରାମ୍‌ ଥାଙ୍ଗା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ସି.କେ. ସାଙ୍ଗମାଙ୍କ ମାସିକ ବଙ୍ଗଳା ଭଡ଼ା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନ ଥିବା ଆର୍‌ଟିଆଇ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଏନ୍‌ଡିଏ ମେଣ୍ଟର ଅଂଶୀଦାର। ଅପରପକ୍ଷରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗମୋହନ ରେଡ୍ଡୀ କେତେକ କ୍ଷେତ୍ରରେ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି। କେତେକ ମୁଖ୍ୟମନ୍ତ୍ରୀଙ୍କୁ ୩,୭୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ବଙ୍ଗଳା ଯୋଗାଇ ଦିଆଯାଇଥିବାବେଳେ ଅନ୍ୟ କିଛିଙ୍କୁ ୫,୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ସରକାରୀ ବାସଭବନ ମିଳିଛି। ସ୍ଥାନୀୟ ଦାମ୍‌ ଅନୁସାରେ ଏସବୁ ବଙ୍ଗଳାର ମାସିକ ଭଡ଼ା ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦେଶର ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବାସଭବନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ସ୍ବାମୀଙ୍କ ଉପରେ ଚାଲିଛି ସ୍ତ୍ରୀର ହତ୍ୟା ମାମଲା, ୮ ମାସ ପରେ ପ୍ରେମିକଙ୍କ ଘରୁ ମିଳିଲେ ମହିଳା

ପାଟନା,୧୮ା୬: ବିହାରର ଦାନାପୁର (ସୁଲତାନପୁର)ରୁ ସାମ୍ନାକୁ ଆସିଛି ସଭିଙ୍କୁ ଚମାକାଇ ଦେଲା ଭଳି ଘଟଣା। ୮ ମାସ ହେଲା ସ୍ବାମୀ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ...

ମନି ଲଣ୍ଡରିଂ ମାମଲା: ସମନ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେନି ଅନୀଲ

ମୁମ୍ବାଇ,୨୬।୬: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ମୁମ୍ବାଇ ଓ ନାଗପୁର ସ୍ଥିତ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଏହି ଚଢ଼ାଉ...

ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ଦିଲ୍ଲୀପ୍‌ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...

କୋଭିଡ୍‌ ଅନାଥଙ୍କ ପାଇଁ ଯୋଜନା କ’ଣ

ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ...

ମୋଦିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଦିଲ୍ଲୀ ଖଜୁରୀଖସ୍‌ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଜାମିନରେ ଆସିଥିବା...

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ତେବେ ୬ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା...

ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ: ଶୀଘ୍ର ହଟାଅନି କରୋନା କଟକଣା…

ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର
Next Post Next post:
ଛିଡ଼ିଲା ଦୁଃଖର ପାହାଡ଼: ସ୍ବାମୀଙ୍କ ପରେ ପରେ ୨ ଝିଅ ବୁଜିଲେ ଆଖି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts