ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍ ବେଜୋସ୍ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଛନ୍ତି ବେଜୋସ୍। ସେ ଆମାଜନ ବିଜ୍ନେସ୍ ସହ ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଚୁର ନିବେଶ କରିଛନ୍ତି। ବେଜୋସ୍ଙ୍କ ବ୍ୟତୀତ ଟେସ୍ଲା କମ୍ପାନୀ ଓ ସ୍ପେସ୍-ଏକ୍ସର ମାଲିକ ଏଲନ୍ ମସ୍କ, ଭର୍ଜିନ ଗାଲାକ୍ଟିକର ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍ସନ, ବିଗେଲୋ ଏରୋସ୍ପେସ୍ ମାଲିକ ରବର୍ଟ ବିଗେଲୋ ପ୍ରମୁଖ ଅତି ଧନୀ ବ୍ୟକ୍ତିବିଶେଷ ମଧ୍ୟ ମହାକାଶ ଗବେଷଣାରେ ଅଧିକ ନିବେଶ କରିଛନ୍ତି। ଫେସ୍ବୁକ ମାଲିକ ମାର୍କ ଜୁକରବର୍ଗ ମଧ୍ୟ ଷ୍ଟାର୍ଶଟ୍ ପ୍ରୋଜେକ୍ଟ ଆରମ୍ଭ କରି ଏମାନଙ୍କ ସହ ସାମିଲ ହୋଇଛନ୍ତି। ମନେରଖିବାକୁ ହେବ ଯେ, ଏହି କ୍ଷେତ୍ରରେ ସ୍ପେସ୍-ଏକ୍ସ ସର୍ବାଗ୍ରେ ଅଛି। ସର୍ବପ୍ରଥମେ ପ୍ରାଇଭେଟ୍ କମ୍ପାନୀ ଭାବରେ ଏଲନ୍ ମସ୍କ ମହାକାଶକୁ ଯାନ ପଠାଇଥିଲେ। ଏହି ଗବେଷଣା କ୍ଷେତ୍ର ସହିତ ସମ୍ପୃକ୍ତ ଶିଳ୍ପ ଓ ତତ୍ସହିତ ଜଡ଼ିତ ଅର୍ଥନୀତି ବିଦେଶରେ ଗୁରୁତ୍ୱ ବହନ କରୁଛି। ବିଶେଷକରି ଆମେରିକାରେ ଘରୋଇ କମ୍ପାନୀଗୁଡ଼ିକର ଏହି କ୍ଷେତ୍ରରେ ପ୍ରବେଶ ଯୋଗୁ ତାହାର ଭବିଷ୍ୟତ ଅଛି ବୋଲି ଏବେ ଧାରଣା ସୃଷ୍ଟି ହେଉଛି। ମହାକାଶକୁ ଯାତ୍ରାର ଅର୍ଥ କେବଳ ପର୍ଯ୍ୟଟନରେ ସୀମିତ ରହିବ ନାହିଁ ବୋଲି ବୁଝାପଡ଼ିଲାଣି। ବେଜୋସ୍ଙ୍କ ଭଳି ବ୍ୟକ୍ତି ଏହି ଯାତ୍ରାରେ ଯିବେ ବୋଲି ଘୋଷଣା କରିବା ପରେ ତାହାର ଗୁରୁତ୍ୱ ବୃଦ୍ଧିପାଇଛି।
ସ୍ବୀକାର କରିବାକୁ ହେବ ଯେ, ମହାକାଶ ଯାତ୍ରା ସବୁବେଳେ ବିପଜ୍ଜନକ। ପୃଥିବୀକୁ ଫେରି ଆସିବାର ନିଶ୍ଚିତତା ନ ଥାଏ। ସେଥିପାଇଁ ବେଜୋସ୍ଙ୍କର ନିଷ୍ପତ୍ତି ଅଧିକ ଗୁରୁତ୍ୱ ଧାରଣ କରୁଛି, କାରଣ ଏଥିରୁ ବୁଝାପଡୁଛି ଯେ, ଏହି ଧନୀ ବ୍ୟକ୍ତିବିଶେଷ ନିଜ ଜୀବନକୁ ବାଜି ଲଗାଇବା ପଛରେ କେବଳ ବ୍ୟବସାୟିକ ଲାଭ ରହିଛି। ବେଜୋସ୍ ତାଙ୍କ ପ୍ରତିଯୋଗୀ ଭାବେ ସ୍ପେସ୍-ଏକ୍ସର ମାଲିକ ଏଲନ୍ ମସ୍କଙ୍କୁ ଆଖିଆଗରେ ରଖିଥିବା ଭଳି ମନେହେଉଛି। ଟେସ୍ଲା ଇଲେକ୍ଟ୍ରିକ୍ ଗାଡ଼ିର ନିର୍ମାତା ହେବା ସହିତ ଏଲନ୍ଙ୍କର ବ୍ୟବସାୟିକ ବୃଦ୍ଧି ଓ ମହାକାଶ ଗବେଷଣା ତାଙ୍କୁ ଏକ ଅତି ଉଚ୍ଚ ସ୍ଥାନକୁ ନେଇଗଲାଣି। ସମୟ ଥିଲା, ନିକଟ ଅତୀତ, ଯେତେବେଳେ ବେଜୋସ୍ଙ୍କୁ ପୃଥିବୀର ସର୍ବାଧିକ ଧନୀ ବ୍ୟକ୍ତି ବିବେଚନା କରାଯାଉଥିଲା। ଆଜି ସେହି ପରିସ୍ଥିତି ବଦଳିଯାଇଛି। ବ୍ୟକ୍ତିଗତ ଧନରେ ଏଲନ୍ ପୃଥିବୀର ସବୁଠାରୁ ଆଗକୁ ଚାଲିଗଲେଣି। ବ୍ୟବସାୟରେ ଆଧୁନିକ ପଦକ୍ଷେପ ନେବାର ସତ୍ସାହସ ଯୋଗୁ ତାଙ୍କର ଏଭଳି ଉନ୍ନତି ଘଟିପାରିଛି।
ମହାକାଶକୁ ଯିବାର ପ୍ରତିଯୋଗିତା ଏକ ବିପଦ ମଧ୍ୟ ସୃଷ୍ଟି କରିପାରେ। ଆଗୁଆ ରହିବା ଉଦ୍ୟମରେ ସମସ୍ତେ ଯଦି ଲାଗି ପଡ଼ିବେ, ତେବେ ତାହାର ଶିକାର ହେବ ଗବେଷଣା ଏବଂ ପ୍ରାରମ୍ଭିକ ପ୍ରସ୍ତୁତି। ତରବରିଆ ଭାବେ ଏହିଭଳି ବୈଜ୍ଞାନିକ ପରୀକ୍ଷଣ କରାଗଲେ ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯାଇ ନ ପାରେ। ଫଳସ୍ବରୂପ, ଭବିଷ୍ୟତରେ ମହାକାଶ ଦୁର୍ଘଟଣା ଘଟିବା ବୃଦ୍ଧି ପାଇବ। ତେବେ ଏଭଳି ପ୍ରତିଯୋଗିତା କାହିଁକି ହେଉଛି? ଉତ୍ତର ଭାବେ କୁହାଯାଇପାରେ ଯେ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡ଼ିକରେ ଅନେକ ଧାତୁ ରହିଛି, ଯାହାକୁ ହାତେଇବା ପାଇଁ ହୁଏତ ଏହି କମ୍ପାନୀମାନେ ବ୍ୟଗ୍ର। ଉଦାହରଣ ସ୍ବରୂପ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରି ସେଠାରୁ ମୂଲ୍ୟବାନ୍ ସମ୍ପଦ ଖନନ କରିବା ଲକ୍ଷ୍ୟ ଥାଇପାରେ। ଏଥିସହିତ ପର୍ଯ୍ୟଟନର ମଧ୍ୟ ଅନେକ ବ୍ୟବସାୟିକ ଗୁରୁତ୍ୱ ରହିଛି। ଭବିଷ୍ୟତ ପିଢ଼ି ଯଦି ଯଥେଷ୍ଟ ଧନୀ ହୋଇପାରିବେ, ତେବେ ମାଙ୍ଗାଲୋର ନ ଯାଇ ମଙ୍ଗଳ ଯିବେ।
ଇମ୍ରାନ୍ଙ୍କ ମନ୍ତବ୍ୟ
ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ...
ବାଇଡେନ୍ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ
ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...
ଶାକାହାର ବନାମ ମାଂସାହାର
ମାନେକା ଗାନ୍ଧୀ ବ୍ରିଟେନ୍ର ବୃହତ୍ତମ ବେକରି ଗ୍ରେଗ୍ସ ବଜାରକୁ ଏକ ଭିଗନ୍(ଶୁଦ୍ଧ ଶାକାହାର) ସସେଜ୍ ରୋଲ୍ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ଏଇ ଭାରତରେ
ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ...
ମିଛ ହେଲାଣି କାଳ
ଭାରତରେ କୋଭିଡ୍-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି...
ବଚନ ମଧୁର ତିଳକ ସରୁ
ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...
କରୋନା ଓ ହ୍ବାଇଟ୍ ଫଙ୍ଗସ୍
ନାରାୟଣ ଚନ୍ଦ୍ର ବିଶ୍ୱାଳ କୋଭିଡ୍ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।...


