ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ପକ୍ଷରୁ ‘ଷ୍ଟେମ୍’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀମାନେ ଡିଜିଟାଲ୍ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ। ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ଅନ୍ୟ ବିଦ୍ୟାଳୟ ପାଇଁ ରୋଲ୍ ମଡେଲ୍ ହେବେ। ଏଥିପାଇଁ ‘ଆଇବିଏମ୍’ ଏବଂ ଏହାର ସହଯୋଗୀ ‘କ୍ବେଷ୍ଟ ଆଲିଆନ୍ସ’ ସମେତ ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ। ଫଳରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ସହ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହିତ ସମତୁଲ ଭାବେ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇବ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍ ଭାରତ ଓ ଦକ୍ଷିଣ ଏସିଆର ସିଏସ୍ଆର୍ ମୁଖ୍ୟ ମନୋଜ ବାଲଚନ୍ଦ୍ରନ୍ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ଏକ ହଜାର ଉଚ୍ଚ ବିଦ୍ୟାଳୟକୁ ସମ୍ପ୍ରସାରଣ କରାଯିବା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସାହୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ସୂଚକାଙ୍କରେ ଓଡ଼ିଶାର ସ୍କୋର ୭୪୯ ଥିବାବେଳେ ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି ଓ ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି। ଅନ୍ୟପକ୍ଷରେ ଆଇବିଏମ୍ ଷ୍ଟେମ୍ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ୪ଦିନିଆ ତାଲିମ ଶିବିର ଆୟୋଜନ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ତାଲିମ ଶିବିରରେ ସମସ୍ତ ଜିଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲା ଶିକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରିବେ। ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଓ ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା ଉପରେ ତାଲିମ ଦିଆଯିବ। ଶିକ୍ଷକମାନେ ଭର୍ଚୁଆଲ ମୋଡ୍ରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ ନେଇ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଅବଗତ ହେବେ।
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା
ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...
ବଚସାରୁ ହତ୍ୟା
ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ...
ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ
ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ...
ଗ୍ଲୋବାଲ ଇ-ଟେଣ୍ଡର ବାତିଲ
ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ...
ବେକରେ ରଶି ଲଗାଇ ଗାଁରେ ବୁଲାଇଲା କଙ୍ଗାରୁ କୋର୍ଟ
ଝାରସୁଗୁଡ଼ା ଅଫିସ,୧୬ା୬: ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଥାନା, କୋର୍ଟ ଆଦିର ବ୍ୟବସ୍ଥା ରହିଛି। କିନ୍ତୁ ଲୋକେ ଏହା ନ କରି ଆଇନ ହାତକୁ ନେଇ...


