ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ସିମେଣ୍ଟ ୨୫% ଅଧିତ୍କ ମଜଭୁତ। ସେମାନେ ବର୍ଜ୍ୟରେ ଫ୍ଲାଏ ଆଶ୍ ଏବଂ ସିଲିକା ଫ୍ୟୁମ୍ସ ଉପଯୋଗ କରୁଛନ୍ତି। ଉକ୍ତ ସିମେଣ୍ଟ ପାଇଁ ବି ନିର୍ମାଣ କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟ ମଧ୍ୟ ଉପଯୋଗ କରାଯାଉଛିି। ପ୍ରାଧ୍ୟାପକଙ୍କ ଟିମ୍ର ନେତୃତ୍ୱ ନେଉଛନ୍ତି ଡ. ଇବାଦୁର ରହମାନ। ରହମାନଙ୍କ ସମେତ ୬ ଜଣ ପ୍ରାଧ୍ୟାପକ ତାଙ୍କ ଟିମ୍ରେ ରହିଛନ୍ତି। ସିମେଣ୍ଟ ଉପତ୍ାଦନ ସମୟରେ ଯେଉଁ ବିପୁଳ ପରିମାଣର କାର୍ବନ୍ ଡାଇ ଅକ୍ସାଇଡ ନିର୍ଗତ ହୁଏ, ଏହି ସିମେଣ୍ଟ ପ୍ରସ୍ତୁତିରେ ତାହା ହେଉନାହିଁ। ମୁଖ୍ୟତଃ ଏହି ସିମେଣ୍ଟରେ ନିର୍ମିତ କୋଠା ଭୂମିକମ୍ପରେ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି ଡ. ରହମାନ। ଏବେ ଡ. ରହମାନ ଏବଂ ତାଙ୍କ ଟିମ୍ ପ୍ୟାଣ୍ଟେଟ ଲାଗି ଅପେକ୍ଷାରେ ରହିଛନ୍ତି। ଏହା ପରେ ସେମାନେ ନିର୍ମାଣ କ୍ଷେତ୍ରକୁ ବ୍ୟବସାୟିକ ବିକ୍ରି ଆରମ୍ଭ କରିବେ।
ଏଇ ଭାରତରେ
କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ...
ଅସହାୟ ଜି ୭
ବ୍ରିଟେନ୍ କର୍ନଓ୍ବାଲ୍ର କାର୍ବିସ୍ ବେ’ଠାରେ ୧୧ରୁ ୧୩ ଜୁନ୍ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...
ଏଇ ଭାରତରେ
ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍ଏସ୍ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...
ଏଇ ଭାରତରେ
କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...
ଚିରାଗଙ୍କ ବଂଶ
ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା...
ଇମ୍ରାନ୍ଙ୍କ ମନ୍ତବ୍ୟ
ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ...
ଏଇ ଭାରତରେ
ପେସାରେ ଅଟୋଚାଳକ ହେଲେ ମଧ୍ୟ ହୃଦୟରେ ସେବାର ସ୍ଥାନ ବହୁ ଉଚ୍ଚରେ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସଞ୍ଜୟ କୋଥଓ୍ବାଲେ। ପୁଣେରେ ରହନ୍ତି ଓ...
ବୈଦେଶିକ ମୁଦ୍ରା
ନିମାଇଁ ଚରଣ ଲେଙ୍କା ମନୁଷ୍ୟ ଯେତେ ପାପକର୍ମ କରି ଧନ ସମ୍ପତ୍ତି ଅର୍ଜନ କରିଥାଏ, ମୃତ୍ୟୁ ପରେ କିଛି ବି ସାଙ୍ଗରେ ନେଇପାରେନାହିଁ। କେବଳ ପାପକର୍ମର...


