ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଆଦି ୧୩ ଜିଲାରେ ଏହି କ୍ଲାସ୍ ହେବ। ଏଥିପାଇଁ କ୍ଲାସ୍ରୁମ୍ ପ୍ରସ୍ତୁତ ରଖିବା ପାଇଁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ବୁଧବାର ଏହି ସମସ୍ତ ଜିଲାର ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। କ୍ଲାସ୍ ରୁମ୍ କିପରି ପ୍ରସ୍ତୁତ ହେବ ସେ ନେଇ ମଧ୍ୟ ଚିଠିରେ ଦର୍ଶାଯାଇଛି। କ୍ଲାସ୍ ରୁମ୍ର କାନ୍ଥ ଧଳା ରଙ୍ଗର ହେବା ସହିତ ଉପଯୁକ୍ତ ଲାଇଟ୍ର ବ୍ୟବସ୍ଥା, ଏସି କିମ୍ବା ଅତି କମ୍ରେ ସିଲିଂ ଫ୍ୟାନ୍ ଲଗାଯାଇଥିବା ଦରକାର। ସେହିପରି କମ୍ପ୍ୟୁଟର କିମ୍ବା ଲାପ୍ଟପ୍, ଦୁଇଟି କ୍ୟାମେରା, ଲାପଲ ମାଇକ୍ରୋଫୋନ, କ୍ୟାମେରା ଷ୍ଟାଣ୍ଡ୍ ଇତ୍ୟାଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ତେବେ ୧୭ ତାରିଖ ସୁଦ୍ଧା କ୍ଲାସ୍ ରୁମ୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏହି ଭର୍ଚୁଆଲ କ୍ଲାସ୍ ସହଜରେ ପରିଚାଳିତ ହେବ ଏବଂ ପୂର୍ବରୁ ଟ୍ରାଏଲ୍ ମଧ୍ୟ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ଡେଲ୍ଟା ଭାରିଆଣ୍ଟ୍ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…
ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ...
ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...
ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ ବନ୍ଦ
ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...
କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍ମୋ ମେଶିନ
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ...
ଏଥର ଛେରାପହଁରା କରିବେନି ଗଜପତି ମହାରାଜା
ପୁରୀ ଅଫିସ,୨୩।୬: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ହେଲେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେନି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ...


