ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକେ ନୋଭାକ୍ ଜୋକୋଭିଚ୍ ବନାମ ମାଟେଓ ବେରେଟେନି କ୍ୱାର୍ଟରଫାଇନାଲ ମ୍ୟାଚ ଦେଖିବାକୁ ଆସିଥିଲେ। କର୍ଫ୍ୟୁ ଲାଗୁ ହେବା ପରେ ଷ୍ଟାଡିୟମରୁ ଦର୍ଶକ ଖାଲି କରିବାକୁ ପଡ଼ିଥିଲା। ୨୨ ମିନିଟ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ା ମହାମାରୀଜନିତ କଟକଣା କୋହଳ କରାଯିବା ପରେ ପ୍ରଥମେ ୧,୦୦୦ ଦର୍ଶକଙ୍କୁ ଅନୁମତି ମିଳିଥିଲା। ବୁଧବାର କୋର୍ଟ ଫିଲପ୍ ଚାଟ୍ରିଅରଠାରେ ମ୍ୟାଚ ଦେଖିବାକୁ ବୁଧବାର ୫,୦୦୦ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ତେଣୁ ଆକସ୍ମିକ କରୋନା କର୍ଫ୍ୟୁ ଜାରି ପରେ ପରିସ୍ଥିତି କ’ଣ ହୋଇଥିବ ତାହା ସହଜେ ଅନୁମେୟ। ପରେ ଯେତେବେଳେ ମ୍ୟାଚ ଖେଳାଗଲା ଜୋକୋଭିଚ୍ ୬-୩, ୬-୨, ୬-୭(୫), ୭-୫ରେ ମ୍ୟାଚ୍ ଜିତିଥିଲେ। ଏଥିସହିତ ସେ ତାଙ୍କ ୪୦ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଥିଲେ। ଜୋକୋଭିଚ୍ କହିଛନ୍ତି ମ୍ୟାଚ ବେଳେ ଦର୍ଶକଙ୍କଠାରୁ ଉତ୍ସାହ ମିଳିଲେ ଶକ୍ତି ବୃଦ୍ଧି ଘଟିଥାଏ। କର୍ଫ୍ୟୁରେ କେତେକ ସମର୍ଥକ ବିରକ୍ତି ପ୍ରକାଶ କରି କହିଥିଲେ ମ୍ୟାଚ ଦେଖିବା ଲାଗି ଆମେ ଟଙ୍କା ଖର୍ଚ୍ଚ କରିଛୁ, ତେଣୁ ଆମେ ଷ୍ଟାଡିୟମ ଛାଡ଼ିବୁ ନାହିଁ। କର୍ଫ୍ୟୁ ପାଇଁ ଉଭୟ ଖେଳାଳି ରାତି ୧୦ଟା ୫୫ରେ ଯେତେବେଳେ ସେମାନଙ୍କ ବ୍ୟାଗ୍ ସହ କୋର୍ଟ ପରିତ୍ୟାଗ କଲେ ଖେଳପ୍ରେମୀଙ୍କ ମଧ୍ୟରେ କୋଳାହଳ ସୃଷ୍ଟି ହୋଇଥିଲା। ଖେଳ ସ୍ଥଗିତ ରଖାଯିବା ବେଳେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଜୋକୋଭିଚ୍ ୨-୧ ସେଟ୍ରେ ଅଗ୍ରଣୀ ରହିଥିଲେ ଏବଂ ଚତୁର୍ଥ ସେଟ୍ରେ ୩-୨ରେ ଆଗୁଆ ରହିଥିଲେ।
ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍; ପଢ଼ାଇଲେ ଅସଲ କ୍ରିକେଟ ପାଠ…
ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...
ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬...
ଲଜ୍ଜାଜନକ ରେକର୍ଡ: ୪୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ଭାରତୀୟ ଦଳ
୪୭ ବର୍ଷ ପୂର୍ବେ ଠିକ୍ ଆଜିର ଦିନ ଲର୍ଡସରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲା। ୧୯୭୪ ମସିହାରେ ଅଜିତ ୱାଡେକରଙ୍କ...
ଖପ୍ପା ହୋଇଥିଲେ ‘ଲିଟିଲ୍ ମାଷ୍ଟର’; ଇଡେନ୍ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ନେଇଥିଲେ ଶପଥ : କାରଣ ଜାଣିଲେ…
ନୂଆଦିଲ୍ଲୀ,୨୦।୬: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ...
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...
ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ୱରଭିତ୍ତିକ...
କୋପା ଆମେରିକା ଫୁଟ୍ବଲ: ବ୍ରାଜିଲର କ୍ରମାଗତ ଦ୍ୱିତୀୟ ବିଜୟ
ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍ରେ ୪-୦ ଗୋଲରେ ପେରୁକୁ ହରାଇଛି।...


