ମହାକାଳପଡ଼ା,୧୧।୬ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ ଯୋଜନା ଅଟକଳ ମୂଲ୍ୟ ସେତେବେଳେ ୨୨ ହଜାର ଟଙ୍କା ଥିଲା। ଶତାଧିକ ଲୋକଙ୍କୁ ମିଳିଥିବା ଆବାସ ଅର୍ଥକୁ ସେତେବେଳେ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତି। ପଞ୍ଚାୟତ ତାଲିକାରେ ନାଁ ନ ଥିବାରୁ ବୃଦ୍ଧ ଦମ୍ପତି ପଲିଥିନ୍ ତଳେ ରହି ଜୀବନ ବିତାଉଛନ୍ତି।
ବ୍ଲକ ଅଧୀନ ଦେଉଳପଡ଼ା ପଞ୍ଚାୟତ ନଳପଦା ଗାଁର ଭ୍ରମରବର ବେହେରାଙ୍କ ପରିବାର। ବୃଦ୍ଧ ଦମ୍ପତିଙ୍କ କହିବା କଥା, ମହାବାତ୍ୟା ପରେ ୨୦୦୧ରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିଲା। କିନ୍ତୁ ସେତେବେଳେ ଦାୟିତ୍ୱରେ ଥିବା ଜନପ୍ରତିନିଧି, ସରକାରୀ କର୍ମଚାରୀ ଆମକୁ ୭ ହଜାର ଦେଇ ଅବଶିଷ୍ଟ ୧୫ ହଜାର ଟଙ୍କା ଉଠାଇ ନେଇଥିଲେ। ସରକାରୀ ନିୟମ ଅନୁସାରେ, ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀ ଗୃହ ନିର୍ମାଣରେ ଅର୍ଥ ଉଠାଇଥିଲେ ପରେ ଆବାସ ମିଳିବାରେ କଟକଣା ରହିଛି। ପଞ୍ଚାୟତ ସରପଞ୍ଚ ଦେବଦତ୍ତ ପରିଡ଼ାଙ୍କୁ ଭ୍ରମରବର ଆବାସ ଯୋଜନାରେ ସାମିଲ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଲିକାରେ ନାଁ ନ ଥିବାରୁ ସାମିଲ ହୋଇପାରିନାହିଁ। ପରେ ଏହି ବୃଦ୍ଧ ଦମ୍ପତିଙ୍କ ପୁତ୍ର ନାମରେ ତାଲିକାରେ ସାମିଲ ପାଇଁ ପ୍ରଶାସନକୁ ଅନୁରୋଧ କରିବେ ବୋଲି ସରପଞ୍ଚ ପରିଡ଼ା କହିଛନ୍ତି। ସେହିଭଳି ବିଭିନ୍ନ ସମୟରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ବାସ୍ତବ ହିତାଧିକାରୀଙ୍କ ନାମରେ ସମ୍ପୂର୍ଣ୍ଣ ଅର୍ଥ ସରକାରୀ ଖାତାରେ ଦିଆଯାଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବରେ ଗୃହ ଭୂମିରୁ ଉଠିନି। ପଞ୍ଚାୟତରେ ଭ୍ରମରବରଙ୍କ ଭଳି ଶହେରୁ ଅଧିକ ହିତାଧିକାରୀଙ୍କ ଅର୍ଥ ହଡ଼ପ ଯୋଗୁ ଗୃହ ନିର୍ମାଣ ହୋଇ ନ ଥିବା ଜଣାପଡ଼ଛି। ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିବା ସହ ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଅର୍ଥ ହଡ଼ପରେ ସମ୍ପୃକ୍ତ ଥିବା ଦଲାଲ ଓ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏ ସମ୍ପର୍କରେ ସରପଞ୍ଚ ପରିଡ଼ାଙ୍କୁ ପଚାରିବାରେ ପଞ୍ଚାୟତରେ ପୂର୍ବରୁ ଅନେକ ଗରିବ ହିତାଧିକାରୀଙ୍କ ନାମରେ ଗୃହ ଅର୍ଥ ହଡ଼ପ କରାଯାଇଛି। ତାଲିକାରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ବାସ୍ତବରେ ବହୁ ଗରିବ ଲୋକଙ୍କ ଚାଳଛପର ଘରକୁ ସରଜମିନ ଓ ନିରପେକ୍ଷ ତଦନ୍ତ କରି ଆବାସ ଯୋଜନାରେ ସାମିଲ କରାଯାଉ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗରିବ ଲୋକଙ୍କ ପକ୍କାଘର ନ ଥିବାରୁ ନିକଟ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତର ଗରିବ ହିତାଧିକାରୀଙ୍କ ଅଭିଯୋଗ ପୁନଃବିଚାର କରାଯାଉ। ଏହି ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସରପଞ୍ଚ ପରିଡ଼ା ଅନୁରୋଧ କରିଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
ବ୍ରାହ୍ମଣୀ ସହ ସଂଯୋଗୀକରଣ ଯୋଜନା ବାଧାପ୍ରାପ୍ତ
ପଟ୍ଟାମୁଣ୍ଡାଇ,୭ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମି ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେବାରେ ସକ୍ଷମ ହୋଇଛନ୍ତି। ଫଳରେ...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍
ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...
ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ
ଯାଜପୁର ଅଫିସ,୨।୬: ଲକ୍ଡାଉନ୍ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...


