ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି ସେ ପୁଣି ଥରେ ଶ୍ରେଷ୍ଠ ଅଭିନେତା ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ‘ଦ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ ଅନ୍ ଟେଲିଭିଜନ ୨୦୨୦’ର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶ୍ରେଷ୍ଠ ୨୦ ଜଣ ଅଭିନେତାଙ୍କ ସ୍ଥାନ ପାଇଛି। ଏଥିରେ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୀର୍ଷରେ ରହିଥିବା ଜଣାପଡ଼ିଛି। ଛୋଟ ପରଦାରେ ଲୋକପ୍ରିୟତା, ଅନ୍ଲାଇନ ଭୋଟିଂ ଓ ଜୁରି ଭୋଟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଚଳିତ ବର୍ଷ ଏହି ତାଲିକାର ଶୀର୍ଷରେ ରହିଥିବା ସିଦ୍ଧାର୍ଥ ଗତ ବର୍ଷ ମଧ୍ୟ ‘ଦ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ’(The Times Most Desirable Man On TV) ତାଲିକାରେ ସାମିଲ ହୋଇଥିଲେ। ସେ ନିଜର ଚରିତ୍ର, ବ୍ୟକ୍ତିତ୍ୱ ଏବଂ ନିଜର ଭିନ୍ନ ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟକୁ ବେଶ୍ ଜିତି ପାରିଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଟିଭିରେ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ ହୋଇଛନ୍ତି ସିଦ୍ଧାର୍ଥ। ଏନେଇ ସିଦ୍ଧାର୍ଥ ଖୁସିବ୍ୟକ୍ତ କରିବା ସହ ଏତେ ମାତ୍ରାରେ ଭଲପାଇବା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ସେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କର ଅଭିନୟ ବେଶ୍ ଚର୍ଚ୍ଚା ସାଉଁଟିଛି। ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାର୍ଥ ସମ୍ଥାନ। ସେହିପରି ତୃତୀୟରେ ଅଲି ଗୋନି ଓ ଚତୃର୍ଥରେ ଶାହିର ଶେଖ ରହିଥିବା ସୂଚନା ରହିଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି: ନେତାନ୍ୟାହୁଙ୍କୁ ବି କଲେ ପ୍ରଶଂସା
ନୂଆଦିଲ୍ଲୀ,୧୪।୬: ଦକ୍ଷିଣପନ୍ଥୀ ୟାମିନା ପାର୍ଟି ନେତା ନାଫ୍ଟାଲି ବେନେଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ...
ପୁଣି ବଢ଼ିଲା ମୃତକଙ୍କ ସଂଖ୍ୟା, କମିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ଇସ୍ରୋ ଗୁପ୍ତଚର କେସ୍: ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...
ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ
ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...
ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍’; ‘ଫ୍ୟାମିଲି ମ୍ୟାନ୍-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…
ବମ୍ବେ: ରିଲିଜ୍ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...
ବଢ଼ିଛି ଦ୍ୱନ୍ଦ୍ୱ ମନୋବୃତ୍ତି
ନୂଆଦିଲ୍ଲୀ, ୧୫ା୬: ପୂର୍ବ ଲଦାଖ ସ୍ଥିତ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଛି। ଏବେ ବି ପ୍ରକୃତ...
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ...


