ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର କରିବା ଅଭିଯୋଗରେ ଆଇପିସି ଧାରା ୧୮୮ ଓ ୧୪୫ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କଂଗ୍ରେସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏଏସ୍ପି ଅଙ୍କିତ ଜୟସଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଭୋପାଳରେ ଦିଗ୍ ବିଜୟ ଓ ପିସି ଶର୍ମାଙ୍କ ସମେତ ଅନ୍ୟ ୩୦ ଜଣ ଅନ୍ଲକ ଅର୍ଡରର ନକଲକୁ ପୋଡ଼ିଦେଇଥିଲେ। ଏଥିସହ କରୋନା କାଳରେ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ ନେତାମାନେ ଏକ ରାଲି ବାହାର କରିଥିଲେ। ଫଳରେ ସରକାର ଏହି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ମାଲ୍ୟା-ନୀରବ-ଚୋକ୍ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…
ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ଝିଅ ଜନ୍ମ ହେବାରୁ ବାପା ନେଲେ ଏମିତି ନିଷ୍ପତ୍ତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୭।୬: ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ କୂଅରେ ପକାଇଦେଇଛନ୍ତି।...
କେରଳ ଛୁଇଁଲା ମୌସୁମୀ
ଥିରୁଭାନନ୍ତପୁରମ୍,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ...
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ...
‘ଜୟ ଶ୍ରୀ ରାମ’ ନ କହିବାରୁ ମାଡ଼ ଘଟଣା, ମିଛ କହୁଛି ୟୁପି ପୋଲିସ
ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ...
କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍ କର
ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...


