E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଢେଙ୍କାନାଳ, ରାଜ୍ୟ

ବଢୁଛି ବଜ୍ରପାତ ବିପତ୍ତ
8:27 amJune 12, 2021

ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ ନେଲାଣି। କାଳବୈଶାଖୀ, ଝଡ଼ବର୍ଷା ସମୟରେ ଆବଶ୍ୟକ ସଚେତନ ଅଭାବ ଯୋଗୁ ଏଭଳି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ପୋଲିସ, ରାଜସ୍ବ ଏବଂ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ତେଣୁ ମୃତକଙ୍କ ପରିବାରକୁ ଠିକ୍‌ ସମୟରେ କ୍ଷତିପୂରଣ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକରେ ୨୦୧୯-୧୮ରେ ୬, ୨୦୧୯-୨୦ରେ ୩ଜଣ ବଜ୍ରପାତର ଶିକାର ହୋଇଛନ୍ତି। ଏହିକ୍ରମରେ ଭୁବନ ବ୍ଲକରେ ୨୦୧୮-୧୯ରେ ୩, ୨୦୧୯-୨୦ରେ ୪, ୨୦୨୦-୨୧ରେ ୩, କଙ୍କଡ଼ାହାଡ଼ ବ୍ଲକରେ ୨୦୧୮-୧୯ରେ ୪, ୨୦୧୯-୨୦ରେ ୨, ୨୦୨୦-୨୧ରେ ୨, ହିନ୍ଦୋଳ ବ୍ଲକରେ ୨୦୧୮-୧୯ରେ ୨, ପରଜଙ୍ଗ ବ୍ଲକରେ ୨୦୧୮-୧୯ରେ ୨, ୨୦୧୯-୨୦ରେ ୧, ୨୦୨୦-୨୧ରେ ୫, ଓଡ଼ାପଡ଼ା ବ୍ଲକରେ ୨୦୧୯-୨୦ରେ ଜଣେ ବ୍ୟକ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି ସଦର ବ୍ଲକରେ ୨୦୧୯-୨୦ରେ ୩, ୨୦୨୦-୨୧ରେ ୨ ଏବଂ ଗଁଦିଆ ବ୍ଲକରେ ୨୦୧୯-୨୦ରେ ୪, ୨୦୨୦-୨୧ରେ ଜଣେ ବ୍ୟକ୍ତି ବଜ୍ରପାତ ଶିକାର ହୋଇଥିବା ଜଣାପଡ଼ିଛି। ସମଗ୍ର ଜିଲାରେ ୨୦୧୮-୧୯ରେ ୧୭, ୨୦୧୯-୨୦ରେ ୧୮ ଏବଂ ୨୦୨୦-୨୧ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଲାଣି।
ବଜ୍ରପାତଜନିତ ମୃତ୍ୟୁ ବଢ଼ିବାର ପ୍ରମୁଖ କାରଣ ସଚେତନତା ଅଭାବ ବୋଲି କୁହାଯାଉଛି। ମୁଖ୍ୟତଃ କାଳବୈଶାଖୀ ଏବଂ ଅଦିନିଆ ଝଡ଼ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବା ଗୋରୁ ଚରାଳି, ତୋଟାରେ ଆମ୍ବ ଗୋଟାଉଥିବାବେଳେ ଅଧିକ ଜୀବନ ଯାଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଜିଲାରେ ଆଗୁଆ ପାଣିପାଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କୌଣସି ବ୍ୟବସ୍ଥା ନାହିଁ। ଗ୍ରାମାଞ୍ଚଳବାସୀ କାଳବୈଶାଖୀ, ଝଡ଼ବର୍ଷା, ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇପାରୁ ନ ଥିବାରୁ ଏଭଳି ଦୁର୍ବିପାକ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜ୍ରପାତ ମୃତ୍ୟୁକୁ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ତାଲିକାଭୁକ୍ତ କରାଯାଇଛି। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ସେହିପରି ସାମାନ୍ୟ ଆହତଙ୍କ ଲାଗି ୪ ହଜାର ଟଙ୍କା ଏବଂ ଗୁରୁତରଙ୍କ ଚିକିତ୍ସା ଲାଗି ୧୨ ହଜାର ଟଙ୍କା ଯାଏ ସହାୟତା ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଥାନା, ଫାଣ୍ଡିରୁ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ, ସ୍ଥାନୀୟ ଆର୍‌ଆଇଙ୍କ ତଦନ୍ତ ରିପୋର୍ଟ ଦାଖଲ ପରେ ଏହି ସହାୟତା ମିଳିଥାଏ। ହେଲେ ଅଧିକାଂଶ ସମୟରେ ସମନ୍ବୟ ଅଭାବରୁ ରିପୋର୍ଟ ଦାଖଲରେ ବିଳମ୍ବ କାରଣରୁ ମୃତକଙ୍କ ପରିବାର ସହାୟତା ରାଶି ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଜରୁରୀ ଓ ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଗତ ୩ ବର୍ଷରେ ଜିଲାରେ ବଜ୍ରପାତ ଘଟି ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉଛି। ଆବଶ୍ୟକ କାଗଜପତ୍ର ହୋଇ ନ ଥିବାରୁ ୨୦୨୦-୨୧ ବର୍ଷର କେତେଜଣ ମୃତକଙ୍କ ପରିବାର ସହାୟତା ପାଇପାରିନାହାନ୍ତି। ଖୁବ୍‌ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଢେଙ୍କାନାଳ, ରାଜ୍ୟ View All

ଖୋଲା ରହିବ କୃଷି ଉପକରଣ ଦୋକାନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ସମୟରେ ବିହନ, ସାର,...

ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ଓଡ଼ିଶାରେ ନକଲି ଔଷଧ କାରବାର ପୁରୁଣା

ଭୁବନେଶ୍ୱର,୧୫।୬(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଜୀବନ ଜୀବିକା ସହ ଲଢ଼େଇ ଚାଲିଥିବା ବେଳେ ନକଲି ଔଷଧ କାରବାର ରାଜ୍ୟର ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଇଛି।...

ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍‌ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ...

ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...

ନେଟ୍‌ଓ୍ବର୍କ ପାଇବାକୁ ନୟାନ୍ତ

ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...

ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ୱର,୨୨।୬(ବ୍ୟୁରୋ):  ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍‌ଦେଇ କେବଳ...

ବଞ୍ଚାଇଦେଲା ପୋଷା କୁକୁର

ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କୋଭିଡ୍‌ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍‌ଏସ୍‌
Next Post Next post:
ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts