କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ ହୋଇଛି। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲ୍ଥ କେୟାର ନାମକ ଏକ କମ୍ପାନୀରୁ ଏହି ମେଡିସିନ କଟକର ଉକ୍ତ ଗୋଦାମକୁ ଆସୁଥିଲା ା ପରେ ଗୋଦାମ ମାଲିକ କର୍ମଚାରୀଙ୍କ ଜରିଆରେ କଟକର ଘରୋଇ କୋଭିଡ୍ ହସ୍ପିଟାଲ ଏବଂ ମେଡିସିନ ଦୋକାନଗୁଡିକୁ ପଠାଯାଉଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପାଖରେ ଖବର ପହଞ୍ଚିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଉକ୍ତ ଗୋଦାମରେ ଚଢାଉ କରାଯାଇ ୧୭୦ ପେଟିରେ ଥିବା ଫାଭିପିରାଭିର ମେଡିସିନ ଜବତ ହୋଇଛି। ସେଥିରେ ୧୭,୦୦୦ ଟାବ୍ଲେଟ୍ ଥିବା ଜଣାପଡିଛି। ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ କହିଛନ୍ତି, ଜବତ ମେଡିସିନର ମୂଲ୍ୟ ପ୍ରାୟ ୬୯ ଲକ୍ଷ ଟଙ୍କା ହେବ। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲ୍ଥ କେୟାର ନାମକ କମ୍ପାନୀରୁ ଆସୁଥିବା ଉକ୍ତ ମେଡିସିନ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଛି। ଏଥିସହ ଉକ୍ତ ମେଡିସିନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଖୋର୍ଦ୍ଧାସ୍ଥିତ ଲାବରେଟୋରୀକୁ ପଠାଯାଇଛି। ଉକ୍ତ ଗୋଦାମ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କୋଭିଡ୍ ନୋଡାଲ ଅଫିସର ଉମେଶ ରାୟ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଫାଭିପିରାଭିର ଔଷଧ ବ୍ୟବହାର ହେଉଛି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଦିଆଯାଉଛି। ଏହି ମେଡିସିନକୁ ଲୋକମାନେ ମନଇଚ୍ଛା କିଣି ଘରେ ଗଚ୍ଛିତ ରଖୁଛନ୍ତି। ଫଳରେ ବଜାରରେ ଏହି ମେଡିସିନର ଅଭାବ ଦେଖାଦେଉଛି। ଏହାର ସୁଯୋଗ ନେଇ କେତେଜଣ ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର ଔଷଧ ତିଆରି କରି ବଜାରକୁ ଛାଡୁଛନ୍ତି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍ View All
କେନ୍ଦୁପତ୍ର ବାନ୍ଧି ଶୋଇଥିଲେ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
ରେଢ଼ାଖୋଲ,୨୦।୬(ଡି.ଏନ୍.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଗାଡୁମୁଣ୍ଡା କେନ୍ଦୁପତ୍ର ଫଡିରେ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର...
ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା...
ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…
କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ...
ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ପ୍ରବଳ ଭିଡ଼: ୧୮ ଦୋକାନ ସିଲ୍ କଲା ପ୍ରଶାସନ
ବାଲିଗୁଡ଼ା,୯ା୬(ଡି.ଏନ୍.ଏ.): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲକ୍ଡାଉନ୍ ଶଟ୍ଡାଉନ୍ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଫଳରେ ରାଜ୍ୟରେ ବର୍ତ୍ତମାନ...
ରାତିରେ ଘରେ ଶୋଇଥିଲେ, ଏପଟେ ଲାଗିଗଲା ନିଆଁ
ଆରଡ଼ି,୧୩।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗାଁରେ ୩ ଭାଇଙ୍କର ୪ ବଖରା ଘର ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...


