ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଏହି ଯୋଡ଼ି ପୋଲାଣ୍ଡର ମାଗ୍ଦା ଲିନେଟି ଏବଂ କ୍ରୋଏସିଆର ବେର୍ନାର୍ଡା ପେରାଙ୍କୁ ୬-୧, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। କ୍ରେଜିକୋଭାଙ୍କ ପାଇଁ ଚଳିତ ଟୁର୍ନାମେଣ୍ଟରେ ଡବଲ ଟାଇଟଲ ହାସଲର ସୁଯୋଗ ରହିଛି। କାରଣ ଏହି ଚେକ୍ ଖେଳାଳି ମହିଳା ସିଙ୍ଗଲ୍ସ ଫାଇନାଲରେ ମଧ୍ୟ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ସେ ୭-୫, ୪-୬, ୯-୭ ସେଟ୍ରେ ଗ୍ରୀସ୍ର ମାରିଆ ସାକାରିଙ୍କୁ ପରାସ୍ତ କରିଥିଲେ। ଶନିବାର ଫାଇନାଲରେ କ୍ରେଜିକୋଭା ରୁଷିଆର ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ସେଲାଭାନିଆର ତାମାରା ଜିଡାନସେକ୍ଙ୍କ ଅଗ୍ରଗତିରେ ବ୍ରେକ୍ ଲଗାଇ ପାଭ୍ଲ୍ୟୁଚେଙ୍କୋଭା ଫାଇନାଲରେ ପ୍ରବେଶ କରିଥିଲେ। କ୍ରେଜିକୋଭା ଯଦି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରନ୍ତି ତେବେ ମେରି ପିଅର୍ସଙ୍କ ରେକର୍ଡ ସହ ସମକକ୍ଷ ହେବେ। ଫ୍ରାନ୍ସର ପିଅର୍ସ ୨୦୦୦ରେ ଏହି ସଫଳତା ପାଇଥିଲେ। କ୍ରେଜିକୋଭା-ସିନିକୋଭା ଯୋଡ଼ି ମହିଳା ଡବଲ୍ସ ଫାଇନାଲରେ ପୋଲାଣ୍ଡର ଇଗା ସ୍ବିଟେକ ଓ ଆମେରିକାର ବେଥାନି ମାଟେକ ସାଣ୍ଡ୍ସ ଯୋଡ଼ିଙ୍କୁ ଭେଟିବେ। ପୋଲାଣ୍ଡ-ଆମେରିକା ଯୋଡ଼ି ଦ୍ୱିତୀୟ ସେମିଫାଇନାଲରେ ରୋମାନିଆର ଇରିନା-କାମେଲିଆ ବେଗୁ ଓ ଆର୍ଜେଣ୍ଟିନାର ନାଦିଆ ପୋଡୋରୋସ୍କା ଯୋଡ଼ିଙ୍କୁ ୬-୩, ୬-୪ ସେଟ୍ରେ ପରାସ୍ତ କରିଛନ୍ତି।
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...
ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...
ୟୁରୋ କପ୍ ଫୁଟ୍ବଲ: ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଡ୍ର
ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍ର ଟପ୍ ସ୍କୋରର ହାରି କେନ୍ ଏଠାରେ ଇଂଲଣ୍ଡ...
ଡବ୍ଲୁଟିସି ଫାଇନାଲର ଆଜି ଶେଷ ଦିନ: ବାହାରିପାରେ ଫଳାଫଳ
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ମଜାକୁ ବର୍ଷା ନଷ୍ଟ କରିଦେଇଛି। ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଏବଂ...
ଫ୍ରେଞ୍ଚ୍ ଓପନ ଟେନିସ୍: ଜୋକୋଭିଚ୍- ସିତିସ୍ପାସ୍ ଫାଇନାଲ
ପ୍ୟାରିସ୍,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍ ସିଡ୍...
ଏହି କ୍ରିକେଟର୍ଙ୍କ ହୃଦୟ ଭାଙ୍ଗିଲା: ୨୭ ଶତକ ମାରିବା ସତ୍ତ୍ୱେ ଦଳରରେ ମିଳିଲାନି ସୁଯୋଗ
ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ୩ଟି ଏକଦିବସୀୟ ଏବଂ ୩ ଟି -୨୦ ମ୍ୟାଚ ପାଇଁ ଦଳର ଓପନର୍ ଶିଖର...
ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି
ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା...
ଆଇସିସି ହଲ୍ ଅଫ୍ ଫେମ୍ରେ ଭିନୁ ମଙ୍କଡ଼
ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍ ଅଫ୍ ଫେମ୍ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ...


