E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ପୁରୀ, ରାଜ୍ୟ

ବିନା ଭକ୍ତରେ ହେବ ସ୍ନାନ ଯାତ୍ରା
5:56 pmJune 12, 2021

ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁ ସ୍ନାନ କରିବେ। ପୁରୀ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ନାନଯାତ୍ରାରେ କରୋନା ସଂକ୍ରମିତ ହୋଇ ନ ଥିବା ପାଳିଆ ସେବକମାନେ ସାମିଲ ହେବେ।

ସ୍ନାନଯାତ୍ରାର ନୀତିକାନ୍ତି ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇ ଭୋର୍‌ ୪ ଟାରେ ଶେଷ ହେବ । ସକାଳସୁଦ୍ଧା ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ । ସକାଳ ୯ ଟାରୁ ୧୦ଟା ମଧ୍ୟରେ ଶୀଜିଉଙ୍କ ସ୍ନାନନୀତି ଅନୁଷ୍ଠିତ ହେବ। ସେଠାରେ ୧୦୮ ଗଡୁ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯିବ। ପରେ ସ୍ନାନବେଦୀ ଉପରକୁ ଯାଇ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଛେରାପହଁରା କରିବେ। ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କ ହାତୀବେଶ କରାଯିବାକୁ ସ୍ଥିର ହୋଇଛି । ଅପରାହ୍ନ ୫ ଟାରେ ମହାପ୍ରଭୁ ବାହୁଡ଼ା ପହଣ୍ଡି କରିବେ । ରାତି ୭ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ଅଣସର ପିଣ୍ଡିରେ ଅଣସର ବିଧି ଆରମ୍ଭ ହେବ।

ସେବାୟତଙ୍କ ହେବ ଆରଟିପିସିଆର ପରୀକ୍ଷା ଚଳିତବର୍ଷ ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛି ପ୍ରଶାସନ ।

କରୋନା କଟକଣା କଡାକଡ଼ି ପାଳନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ସ୍ନାନପୂର୍ଣ୍ଣିମାର ୪୮ ଘଣ୍ଟା ପୂର୍ବରୁ ପାଳିଆ ସେବାୟତଙ୍କ ଆରଟିପିସିଆର୍‌ ପରୀକ୍ଷା କରାଯିବ। ସ୍ନାନଯାତ୍ରା ଦିନ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All

ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା

ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି...

ରାଜଧାନୀରୁ ୬୦ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୯।୬(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର। ବିଶେଷକରି ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଛି। କିଛି ଦିନର...

୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ୮ରୁ

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍‌ ଟିକାକରଣ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...

ନବରଙ୍ଗପୁର, କୋରାପୁଟରେ ୩ ଅକ୍ସିଜେନ ପ୍ଲାଣ୍ଟ୍‌

ଭୁବନେଶ୍ୱର(ବ୍ୟୁରୋ)/ନବରଙ୍ଗପୁର/ ଜୟପୁର, ୧ା୬ (ବି.ପ୍ର./ନି.ପ୍ର.): ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ନବରଙ୍ଗପୁର ଓ କୋରାପୁଟ ଜିଲା ପ୍ରମୁଖ ଭୂମିକା ନେବ। ଏଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ...

ଓଡ଼ିଶାର ଏହି ୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏ ନେଇ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି) ପକ୍ଷରୁ...

ବେକରେ ରଶି ଲଗାଇ ଗାଁରେ ବୁଲାଇଲା କଙ୍ଗାରୁ କୋର୍ଟ

ଝାରସୁଗୁଡ଼ା ଅଫିସ,୧୬ା୬: ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଥାନା, କୋର୍ଟ ଆଦିର ବ୍ୟବସ୍ଥା ରହିଛି। କିନ୍ତୁ ଲୋକେ ଏହା ନ କରି ଆଇନ ହାତକୁ ନେଇ...

ଡା. ମନୋଜ ସାହୁଙ୍କୁ ଜାତୀୟ ସମ୍ମାନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁଙ୍କୁ ‘କାମରାଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ’ ସମ୍ମାନ...

ଯୁବକଙ୍କୁ ହତ୍ୟା ପରେ ଇବ୍‌ନଦୀରେ ଭସାଇ ଦେଲେ

ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍‌ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
Next Post Next post:
କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts