ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍ର ପୋର୍ଟାଲ୍ରେ ଅରୋମିରା ଏଣ୍ଟରଟେନ୍ମେଣ୍ଟର ଭାଇରାଲ୍ ମ୍ୟୁଜିକ୍ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା ଉପରେ ପର୍ଯ୍ୟବସିତ ଏହି ମ୍ୟୁଜିକ୍ ଭିଡିଓର ଗୀତ ଗାଇଛନ୍ତି ଗାୟିକା ସୁସ୍ମିତା ଦାସ। ପ୍ରଥମଥର ଲାଗି ଓଡ଼ିଆ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୋର୍ଟାଲ୍ରେ ସ୍ଥାନ ପାଇଛି। ଏହି ମ୍ୟୁଜିକ୍ ଭିଡିଓର ବିଶ୍ୱସ୍ତରୀୟ ଗ୍ରହଣୀୟତା ଓଡ଼ିଆ କ୍ରିଏଟିଭ୍ ଜଗତ ପାଇଁ ଗୌରବ ଆଣିଛି। ଏଭଳି ସଫଳତା ପାଇଥିବା ‘ପୃଥିବୀ ମନ୍ଥନ’ ମ୍ୟୁଜିକ୍ ଭିଡିଓକୁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ତଥା ଅନ୍ୟ ରାଜ୍ୟର ବିଭିନ୍ନ ବିଭାଗ ପକ୍ଷରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏଭଳି ସମୟୋପଯୋଗୀ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଥିବାରୁ ସେମାନେ କ୍ରିଏଟିଭ୍ ଟିମ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ପୂର୍ବତନ ଡିଜି ଫରେଷ୍ଟ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍ ଭିଡିଓର ପରିକଳ୍ପନା କରିଥିଲେ। ଶିବ ତାଣ୍ଡବ ସ୍ତ୍ରୋତ୍ରମ୍ ଉପରେ ଏହି ମ୍ୟୁଜିକ୍ ଭିଡିଓକୁ ପ୍ରସ୍ତୁତ କରାଯାଇଛି। ଶିବ କୁମାର ବିଲଗ୍ରାମ ଏହାର ଗୀତ ରଚନା କରିଥିବା ବେଳେ ଓମ୍ ପ୍ରକାଶ ମହାନ୍ତି ସଙ୍ଗୀତରେ ସଜାଇଥିଲେ। ଅଭିନେତ୍ରୀ ସୂର୍ଯ୍ୟମୟୀ ଏଥିରେ ଅଭିନୟ କରିଥିବାବେଳେ ଦେବ ମେହେର ନିର୍ଦ୍ଦେଶନା ଦେଇଛନ୍ତି। ଏହା ହେଉଛି ୨୦୨୧ରେ ଜାତିସଂଘ ସମର୍ଥିତ ପ୍ରଥମ ମ୍ୟୁଜିକ୍ ଭିିଡିଓ। ପ୍ରଦୂଷଣ ବିଷୟବସ୍ତୁ ଉପରେ ପ୍ରଥମ ଥର ଲାଗି ଏଭଳି ପ୍ରୟାସ କରାଯାଇଛି।
ଏହି ନେତାମାନଙ୍କୁ ୩୦ ଜିଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ବରିଷ୍ଠ ନେତାମାନଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୬ ଜଣ ନେତାଙ୍କୁ ବିଭିନ୍ନ ଜିଲା ପାଇଁ ପର୍ଯ୍ୟବେକ୍ଷକ ଭାବରେ ଦଳ ପକ୍ଷରୁ ନିଯୁକ୍ତି...
ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ଆଜି ରାଜ୍ୟରୁ ୪୩୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୪୩୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
‘ସଫଳତାରେ ଶ୍ରେୟ ନେଉଛ, ବିଫଳତାର ବି ନିଅ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ...
୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାଶନାଲ ସେରୋ ସର୍ଭେ। ଦେଶର ଯେଉଁ ୭୦ ଜିଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ...
କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...


