E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ପ୍ରତିବାଦର ସ୍ବର
7:41 amJune 13, 2021

ଆକାର ପଟେଲ

କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼ ନେବ ଓ ଏହା ୨୦୨୪ ନିର୍ବାଚନ ଉପରେ ହିଁ କେନ୍ଦ୍ରୀତ ହେବ। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର କିଛି ସାମ୍ପ୍ରତିକ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳିଛି। ଦେଖିତ୍ବାକୁ ଗଲେ ଭାରତରେ ସରକାର ଯାହା କରନ୍ତି ବିଶେଷକରି ମଧ୍ୟବିତ୍ତ ଶ୍ରେଣୀ ତାହାକୁ ରାଜନୈତିକ ଦଳ ଉପରେ ଛାଡିଦିଅନ୍ତି। ସେମାନେ ଥରେ ଭୋଟ ଦେବା ପରେ ଏଥିରେ ଜଡ଼ିତ ହୁଅନ୍ତି ନାହିଁ। କିନ୍ତୁ ସିଭିଲ୍‌ ସୋସାଇଟିଗୁଡ଼ିକ ସରକାରଙ୍କ କାର୍ଯ୍ୟକଳାପ ସହ ଜଡ଼ିତ ହୁଅନ୍ତି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଅନୁଯାୟୀ ସିଭିଲ୍‌ ସୋସାଇଟି ଶବ୍ଦଟି ସଂଗଠନଗୁଡ଼ିକର ଏକ ବିସ୍ତୃତ ଶ୍ରେଣୀ ସମୂହକୁ ସୂଚାଇଥାଏ। କିନ୍ତୁ ଭାରତରେ ଆମେ ସିଭିଲ୍‌ ସୋସାଇଟି ଶବ୍ଦକୁ ଏନ୍‌ଜିଓ ଓ ସାମାଜିକ କର୍ମକର୍ତ୍ତାଙ୍କ ପାଇଁ ନିଆରା ଢଙ୍ଗରେ ବ୍ୟବହାରକ କରୁ। ଏନ୍‌ଜିଓ, ସାମାଜିକ କର୍ମକର୍ତ୍ତା ଓ ଇଣ୍ଡିଜିନିୟସ ଗ୍ରୁପ୍‌ ବା ସ୍ବଦେଶୀ ଗ୍ରୁପ୍‌ଗୁଡ଼ିକ ରାଜନୈତିକ ଢାଞ୍ଚାର ବାହାରେ ରହି ଲୋକମାନଙ୍କ ମଙ୍ଗଳ ପାଇଁ ପ୍ରତିନିଧତ୍ୱ କରିଥାଆନ୍ତି। ଭାରତରେ ଇଣ୍ଡିଜିନିୟସ ଗ୍ରୁପ୍‌ କଥା କହିଲେ ଆମେ ଆଦିବାସୀଙ୍କୁ ବୁଝୁ। ଆମେ ଭାରତର ଯେଉଁ ବିକାଶ ଢାଞ୍ଚା ଗ୍ରହଣ କରିଛୁ ସେଥିରେ ଆଦିବାସୀଙ୍କ ଜମି ଓ ସଂସାଧନକୁ ଆଣି ଦେଶର ଅନ୍ୟମାନଙ୍କ ପାଇଁ ଉପଯୋଗ କରାଯାଉଛି। ଆଦିବାସୀମାନେ ହଜାର ହଜାର ବର୍ଷର ପୂର୍ବପୁରୁଷଙ୍କ ଭିଟାମାଟିରୁ ବିସ୍ଥାପିତ ହେଉଛନ୍ତି। ଏଥିପାଇଁ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ଧରି ଆଦିବାସୀମାନେ ଭାରତ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ବିସ୍ରା ମୁଣ୍ଡାଙ୍କ ବିଦ୍ରୋହ ଏଠାରେ ଉଲ୍ଲେଖନୀୟ। ବିସ୍ରା ମୁଣ୍ଡା ଛୋଟ୍‌ନାଗପୁର ଟେନାନ୍‌ସୀ ଆକ୍ଟ ପ୍ରଚଳନ କରିବାକୁ ଇଂରେଜ ସରକାରଙ୍କ ଉପରେ ଚାପ ପକାଇଥିଲେ। ଏହି ଆକ୍ଟ ବା ଆଇନରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। କିନ୍ତୁ ଭାଜପା ୨୦୧୬ରେ ଛୋଟନାଗପୁର ଟେନାନସୀ ଆକ୍ଟକୁ ହଟାଇ ଦେବା ଲାଗି ଏକ ଆଇନ ପାସ୍‌ କରିଥିଲା। ଏହାଦ୍ୱାରା ଆଦିବାସୀମାନେ ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଯେ,ଭାଜପା ଶେଷରେ ଏଥିରୁ ପଛକୁ ହଟିଗଲା। କେବଳ ଏତିକି ନୁହେଁ,ପରବର୍ତ୍ତୀ ରାଜ୍ୟ ନିର୍ବାଚନରେ ମଧ୍ୟ ପରାସ୍ତ ହେଲା। ଏହି କାରଣରୁ ୨୦୨୦ରେ ଅମିତ ଶାହା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଫୁଲହାର ପିନ୍ଧାଇବାକୁ ଚାହିଁଥିଲେ (କିନ୍ତୁ ଭୁଲ୍‌ରେ ଅନ୍ୟ ଜଣଙ୍କୁ ପିନ୍ଧାଇ ଦେଇଥିଲେ)।
ଭାରତ ସରକାରଙ୍କୁ ଆଦିବାସୀମାନେ ଯେଉଁ ବିରୋଧ କରୁଛନ୍ତି ତାହାକୁ ଠିକ୍‌ ଭାବେ ହୃଦୟଙ୍ଗମ କରାଯାଇନାହିଁ କି ଏହାକୁ ଗଣମାଧ୍ୟମ ବ୍ୟାପକ ଭାବେ ପ୍ରଚାର କରି ନାହିଁ। ଚଳିତ ମାସରେ ଦେଶର ଦୁଇଟି ସ୍ଥାନରେ ଆଦିବାସୀଙ୍କ ପ୍ରତିବାଦର ସ୍ବର ଶୁଣିବାକୁ ମିଳିଛି। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ପ୍ରସ୍ତାବିତ ପାର୍କିଂସ୍ଥଳକୁ ବିରୋଧ କରି ୧୧ ଜଣ ଆଦିବାସୀ ଗିରଫ ହୋଇଥିଲେ। ଆଦିବାସୀମାନେ କହିଲେ ଯେ, ଏହି ପ୍ରୋଜେକ୍ଟ ପାଇଁ ସର୍ଦ୍ଦାର ସରୋବର ନର୍ମଦା ନିଗମ ଦ୍ୱାରା ଅଧିଗୃହୀତ ଜମି ସେମାନଙ୍କ ଅଧୀନରେ ଥିଲା ଏବଂ ତାହାକୁ ବେଆଇନ ଭାବେ ନିଆଯାଇଛି। ଏହି ପ୍ରତିବାଦରେ ସାମିଲ ଆଦିବାସୀ ମହିଳାମାନେ ସର୍ବସାଧାରଣରେ ସେମାନଙ୍କ ବସ୍ତ୍ର ଖୋଲିି ଦେଇଥିଲେ, ଯେଉଁଥିରୁ ସେମାନଙ୍କ ଭାବାବେଗର ଶକ୍ତିକୁ ଉପଲବ୍ଧି କରାଯାଇପାରେ। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ବିରୋଧରେ ଧାରା ୧୪୩ (ବେଆଇନ ସମାବେଶ) ଏବଂ ୨୯୪(ସାଧାରଣ ସ୍ଥାନରେ ଅଶ୍ଳୀଳ ଗୀତ ଗାଇବା, ଶବ୍ଦ ଉଚ୍ଚାରଣ କରିବା)ରେ ଏଫ୍‌ଆଇଆର୍‌ ଦାଏର କରାଗଲା। କଂଗ୍ରେସ ଶାସନାଧୀନ ଛତିଶଗଡ଼ରେ ବିନା ଅନୁମତିରେ ସେମାନଙ୍କ ଜମିରେ କରାଯାଇଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଏକ କ୍ୟାମ୍ପ ବିରୋଧରେ ଆଦିବାସୀମାନେ ଆନ୍ଦୋଳନ କରିଥିଲେ। ସରକାର ସେମାନଙ୍କ ଉପରକୁ ଗୁଳି ଚଳାଇଲେ ଓ ୩ ଜଣଙ୍କ ମୃତ୍ୟୁ ଘଟିଲା। ତଥାପି ଆଦିବାସୀମାନେ ବସ୍ତର୍‌ରେ ଖୋଲାରେ ବସି ପ୍ରତିବାଦ ଜାରି ରଖିତ୍ ସେମାନଙ୍କ ଅଧିକାର ଦାବି କରୁଛନ୍ତି ଓ କ୍ୟାମ୍ପ୍‌ ଉଠାଇ ନେବା ଲାଗି ଅଡିବସିଛନ୍ତି।
ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। ଯେଉଁ ଆଇନ ବିରୋଧରେ ସେମାନେ ପ୍ରତିବାଦ କରୁଛନ୍ତି ତାହାକୁ ରାଜ୍ୟ ସଭାରେ ବିନା ଭୋଟ୍‌ରେ ପାସ୍‌ କରାଗଲା। ସୁପ୍ରିମକୋର୍ଟ ଏହି ଆଇନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଏବଂ ମୋଦି ସରକାର ମଧ୍ୟ ଏହାକୁ ୧୮ ମାସ ପାଇଁ ସ୍ଥଗିତ ରଖିବାକୁ ଜଣାଇଛନ୍ତି। ଉତ୍ତରପ୍ରଦେଶରେ ଭାଜପାକୁ ସମର୍ଥନ କରୁଥିବା ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ଏହି ଆଇନ୍‌କୁ ନେଇ ତୀବ୍ର ଅସନ୍ତୋଷ ରହିଛି ଏବଂ ଏହି ଆଇନ କେବେ ବି ଲାଗୁ କରାଯିବାର ସମ୍ଭାବନା ନ ଥିବା ଜଣାପଡ଼ୁଛି। ଆଇନ ପ୍ରତି ମୋଦି ସରକାରଙ୍କର ଆଉ ଆଗ୍ରହ ନାହିଁ ଏବଂ ଏହାକୁ ଲାଗୁ କରିବା ସମ୍ପର୍କରେ କିଛି ବି କହୁନାହାନ୍ତି। କିନ୍ତୁ ସରକାର କୃଷକ ଆନ୍ଦୋଳନ ଚଳାଇବାକୁ ଅନୁମତି ଦେଇଛନ୍ତି, କାରଣ ଏହା ନିଷ୍ବତ୍ତି ବଦଳାଇବାକୁ କିମ୍ବା ପଛକୁ ହଟିଯିବା ଲାଗି ଚାହଁୁନାହିଁ। ଯଦିଓ ଏହା ପଛକୁ ହଟିଗଲାଣି ବୋଲି ଜଣାପଡିଲାଣି। ସେହିପରି ଦେଢ଼ବର୍ଷ ପୂର୍ବେ ସଂସଦରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପାସ୍‌ କରାଯାଇଥିଲେ ମଧ୍ୟ ଏହାକୁ ଏଯାବତ୍‌ ଲାଗୁ କରାଯାଇ ନାହିଁ। ଏହାର ଗୋଟିଏ କାରଣ ହେଉଛି ଏହାକୁ ଭାରତରେ କିରୋଧ କରାଯାଉଛି ଓ ଦ୍ୱିତୀୟରେ ବିଶ୍ୱସ୍ତରରେ ଏପରିକି ୟୁରୋପିୟାନ ପାର୍ଲାମେଣ୍ଟରେ ଏହାକୁ ବ୍ୟାପକ ନିନ୍ଦା କରାଯାଇଛି।
ସିଭିଲ୍‌ ସୋସାଇଟିଗୁଡ଼ିକର ସକ୍ରିୟତା ଯୋଗୁ ଗୁଜରାଟରେ ଦଳିତ ଏବଂ ଆଦିବାସୀଙ୍କ ବିରୋଧରେ ଆଟ୍ରୋସିଟିଗୁଡ଼ିକର ଶୁଣାଣି ପାଇଁ ଏକ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଇଛି। କେନ୍ଦ୍ରରେ ଏକ ଦୁର୍ବଳ ଅର୍ଥାତ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ସରକାର କିମ୍ବା ସରକାର ପରିବର୍ତ୍ତନ ଭଳି ପରିସ୍ଥିତି ସିଭିଲ୍‌ ସୋସାଇଟିକୁ ଅଧିକ ଲାଭ ଦେବ। ଯେଉଁ ଆଇନଗୁଡ଼ିକ ସିଭିଲ ସୋସାଇଟି ଗ୍ରୁପଗୁଡ଼ିକ ଦ୍ୱାରା ଗ୍ରହଣୀୟ ହେବ ନାହିଁ ସେଗୁଡ଼ିକୁ ସହଜରେ ପାସ୍‌ କରିହେବନି କି ଲାଗୁ କରିହେବ ନାହିଁ। ଅନ୍ତଃରାଷ୍ଟ୍ରୀୟ ମାନବ ଅଧିକାର ମାନକର ସ୍ପଷ୍ଟ ଉଲ୍ଲଂଘନ କରୁଥିତ୍ବା ଆଇନଗୁଡ଼ିକୁ ରଦ୍ଦ କରିବା ଲାଗି ଚାପ ସୃଷ୍ଟି ହେବ। ସିଭିଲ ସୋସାଇଟି ପାଇଁ ୨୦୨୪ ଯାଏ ସବୁୁଠୁ ଭଲ ସମୟ ରହିଛି।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

ଏଇ ଭାରତରେ

ଫେକ୍‌ ନ୍ୟୁଜ୍‌ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍‌ ନ୍ୟୁଜ୍‌ର ପ୍ରଭାବକୁ ପ୍ରତିହତ କରିବା...

ଅସ୍ଥି କଳସର ଦୁଃଖ

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...

ଜି-୭ରେ ଜଳବାୟୁ ପ୍ରସଙ୍ଗ

ଡ. ଜୟକୃଷ୍ଣ ପାଣିଗ୍ରାହୀ ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର...

ମହାମାରୀରେ ଭଗବାନଙ୍କ ଭୂମିକା

ସହଦେବ ସାହୁ କୋଭିଡ୍‌-୧୯ ରୋଗର ଭୂତାଣୁ କରୋନା ଭାଇରସ୍‌ ଆକ୍ରମଣ ହେଲେ ଆମେ ଭଗବାନଙ୍କୁ ଡାକୁଛୁ। ସେ କାହିଁକି ଶୁଣୁନାହାନ୍ତି ଏ ବିଷୟରେ ଟିକେ ଚିନ୍ତା...

ଏହା ହିଁ ବାସ୍ତବ ସ୍ଥିତି

ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ...

ଘୋର ଅବ୍ୟବସ୍ଥା

ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ...

ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
Next Post Next post:
ବାବୁ ମହଲ: ରଜ ମଉଜ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts