ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ ଥାଏ। କିନ୍ତୁ ହାଇଦ୍ରାବାଦର ପ୍ରଦୀପ ନାୟାର ଆଇଟି ଇଣ୍ଡଷ୍ଟ୍ରୀରୁ ଚାକିରି ଛାଡି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଙ୍କ ଜୀବନ ରକ୍ଷା କରୁଛନ୍ତି। କେବଳ ବିପର୍ଯ୍ୟୟ ବେଳେ ନୁହେଁ, ବର୍ଷର ଅନ୍ୟ ସମୟରେ ବି ସେ ବିଭିନ୍ନ ସ୍ଥାନରୁ ବିପଦରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ଏଭଳି ସାହସିକ ପଦକ୍ଷେପ ନେଇ ଏବେ ସୁଦ୍ଧା ସେ ୭୭,୦୦୦ରୁ ଅଧିକ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ଏମାନଙ୍କ ମଧ୍ୟରେ ରହିଛନ୍ତି ସାପ, କୁକୁର, ମାଙ୍କଡ, ବିଲେଇ, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ହିଂସ୍ର ପ୍ରାଣୀ। ଉଦ୍ଧାର ପରେ ଆହତ ପ୍ରାଣୀମାନଙ୍କୁ ନେହେରୁ ଜୁଲୋଜିକାଲ ପାର୍କରେ ଚିକିତ୍ସା କରାଉଛନ୍ତି। ଆନିମଲ ଓ୍ବାରିୟର୍ସ କଞ୍ଜର୍ଭେଶନ ସୋସାଇଟି ଗଠନ କରି ପ୍ରାଣୀମାନଙ୍କୁ ବଞ୍ଚାଇବା ପାଇଁ ଏକ ସୁନିୟୋଜିତ ଅଭିଯାନ ଚଳାଇଛନ୍ତି ୩୭ ବର୍ଷୀୟ ପ୍ରଦୀପ। ହାଇଦ୍ରାବାଦର ଅମିନପୁରାସ୍ଥ ତାଙ୍କ ଘରେ ସେ ଅନେକ ଆହତ ବୁଲା କୁକୁରଙ୍କୁ ରଖିଛନ୍ତି ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରୁଛନ୍ତି। କୌଣସି ପ୍ରାଣୀ ବିପଦରେ ପଡିଥିବାର ଖବର ପାଇବା କ୍ଷଣି ସେ ଓ ତାଙ୍କ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କରନ୍ତି। ସେ ତାଙ୍କ ଅଭିଯାନ ଆରମ୍ଭ କରିବା ସମୟରେ ଦୈନିକ ୧୦-୧୫ ପ୍ରାଣୀଙ୍କୁ ଉଦ୍ଧାର କରୁଥିଲେ। ଏବେ ଏହି ସଂଖ୍ୟା ବଢିପାରିଛି।
ମୀମାଂସା ଦର୍ଶନ
ଡା. ଗୋପାଳ ଚନ୍ଦ୍ର ଦାଶ ଷଟ୍ ଦର୍ଶନ ମଧ୍ୟରେ ମୀମାଂସା ଦର୍ଶନ ବୃହତ୍ତମ। ଏହାର ସ୍ବତ୍ରସଂଖ୍ୟା ୨୬୪୪। ଅନ୍ୟ ପାଞ୍ଚଗୋଟି ଦର୍ଶନରେ ଯେତିକି ସ୍ବତ୍ର ଅଛି,...
ଦୃଷ୍ଟିପଡ଼ୁ
କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ...
ଏଇ ଭାରତରେ
କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...
ଅସହାୟ ଜି ୭
ବ୍ରିଟେନ୍ କର୍ନଓ୍ବାଲ୍ର କାର୍ବିସ୍ ବେ’ଠାରେ ୧୧ରୁ ୧୩ ଜୁନ୍ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...
ଏହା ହିଁ ବାସ୍ତବ ସ୍ଥିତି
ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ...
ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ
ଅଧ୍ୟାପକ ଶରତ କୁମାର ଦାସ ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍ଇ...
ବାବା ଓ ବିଜ୍ଞାନ
ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...
ଯୁବବର୍ଗ ନା ବରିଷ୍ଠ
ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...


