ରୋମ୍,୧୩।୬(ଏପି): କୋଭିଡ୍-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍ ସ୍ପୋଟର୍ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟର ମାନ୍ୟତା ପାଇଥିବା ୟୁରୋକପ୍ ଶନିବାରଠାରୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ କାରଣରୁ ଗୋଟିଏ ବର୍ଷ ଘୁଞ୍ଚାଯିବା ପରେ ରୋମ୍ର ଷ୍ଟାଡିଓ ଅଲିମ୍ପିକୋରେ ଉଦ୍ଘାଟିତ ହୋଇଛି।
ଉଦ୍ଘାଟନୀ ମ୍ୟାଚ୍ରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଇଟାଲୀ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ କୋଭିଡ୍-୧୯ ଦ୍ୱାରା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ୧୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁରୋପୀୟ ଏହି ମହାମାରୀ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। କେବଳ ୧ ଲକ୍ଷ ୨୭ ହଜାର ଇଟାଲୀ ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ହୋଇଛି ଓ ୟୁରୋକପ୍ ଭଳି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଷ୍ଟାଡିୟମକୁ କେତୋଟି ସର୍ତ୍ତରେ ଇଟାଲୀ ନାଗରିକଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯାଇଥିଲା। ଦର୍ଶକମାନେ ଟିକାକରଣର ପ୍ରମାଣପତ୍ର ଓ ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟରେ ନେଗେଟିଭ ହୋଇଥିବା ରିପୋର୍ଟ ଦେଖାଇବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଏବେ ସାରା ବିଶ୍ୱ ଏହି ମେଗା ଇଭେଣ୍ଟକୁ ଘରେ ବସି ଟିଭିରେ ଦେଖିବେ। ଯଦି ୟୁରୋକପ୍ ସଫଳତାର ସହ ଆୟୋଜନ ହୁଏ, ତେବେ ଏହା ଅନ୍ୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ପାଇଁ ଆତ୍ମବିଶ୍ୱାସ ଯୋଗାଇବ ଓ ରାସ୍ତା ଦେଖାଇବ। ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଅଲିମ୍ପିକ୍ସ ଆୟୋଜକମାନେ ମଧ୍ୟ ଏଥିରୁ ପ୍ରେରଣା ପାଇବେ। ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଦେଶର କେତେଜଣ ଫୁଟ୍ବଲର କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ବିଭିନ୍ନ ଦଳର ଟିକାକରଣ ହୋଇଛି।
ଉଦ୍ଘାଟନୀ ମ୍ୟାଚ୍ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ସହରର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ସ୍କ୍ରିନ୍ରେ ଇଟାଲୀର ଦର୍ଶକମାନେ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିଲେ। ମ୍ୟାଚ୍ର ଦୃଶ୍ୟ ବେଶ୍ ଭାବପ୍ରବଣ ଥିଲା। ପ୍ରଥମ ମ୍ୟାଚ୍ରେ ବଡ଼ ବିଜୟ ହାସଲ କରିଥିବାରୁ ଇଟାଲୀବାସୀ ବେଶ୍ ଆନନ୍ଦ ଅନୁଭବ କରିଥିଲେ।
ଜୁନ୍ ୧୧ ତାରିଖରୁ ଆରମ୍ଭ ହୋଇଥିବା ୟୁରୋକପ ମାସେବ୍ୟାପୀ ଚାଲିବ ଓ ଏହା ଜୁଲାଇ ୧୧ ତାରିଖରେ ଶେଷ ହେବ। ୟୁରୋପର ଆଗଧାଡିର ୨୪ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟର ମ୍ୟାଚ୍ଗୁଡିକ ୧୧ଟି ଦେଶର ଭିନ୍ନ ଭିନ୍ନ ୧୧ଟି ଭେନ୍ୟୁରେ ଆୟୋଜନ ହେବ। ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ଏହି ଟୁର୍ନାମେଣ୍ଟ ପୂର୍ବପରି ‘ୟୁଇଏଫ୍ଏ ୟୁରୋ ୨୦୨୦’ ନାମରେ ପରିଚିତ ହେବ। ଫାଇନାଲ ମ୍ୟାଚ ଜୁଲାଇ ୧୧ ତାରିଖରେ ଲଣ୍ଡନର ଓ୍ବିମ୍ବେଲି ଷ୍ଟାଡିୟମରେ ଆୟୋଜନ ହେବ। ୨୪ଟି ଦଳକୁ ଏ, ବି, ସି, ଡି, ଇ, ଏଫ୍ ପ୍ରଭୃତି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ରବିବାର ମଧ୍ୟ ୩ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ବେଲଜିୟମ ଓ ରୁଷିଆ ସେଣ୍ଟ ପିଟର୍ସବର୍ଗରେ, ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଓ କ୍ରୋଏସିଆ ଲଣ୍ଡନର ଓ୍ବିମ୍ବେଲିରେ ଓ ତୃତୀୟ ମୁକାବିଲାରେ ଅଷ୍ଟ୍ରିଆ ଓ ମାସିଡୋନିଆ ବୁକାରେଷ୍ଟରେ ପରସ୍କରକୁ ଭେଟିବେ। ବି,ଡି ଓ ସି ଗ୍ରୁପ୍ର ମୁକାବିଲାରେ ଏହି ଦଳଗୁଡିକ ପରସ୍ପରକୁ ଭେଟିବେ।
ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...
ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...
୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍ ହେବା ପଛରେ ରହିଛି ଏସବୁ କାରଣ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟେଲ ଜିତିଛି। ୧୮ରୁ ୨୩ ଅକ୍ଟୋବର ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ...
ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍ ଖେଳାଳି ଝାଙ୍ଗ୍ ଝିଝେନ୍
ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍ ଝିଝେନ୍ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...
ଦୋହାରେ ଭାରତୀୟ ମିଡ୍ ଫିଲ୍ଡର ଅନିରୁଦ୍ଧଙ୍କୁ କରୋନା
ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍...
କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ରହୁଛନ୍ତି ଯୁବରାଜ
ଭାରତୀୟ କ୍ରିକେଟ ଟିମ୍ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍ରେ ସେ ପ୍ଲେୟାର ଅଫ୍ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି...


