ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର ସ୍ପଷ୍ଟ କରିଛି। ୨୦୧୭ ବିଶ୍ୱ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଚାନୁ ଗତ ଏପ୍ରିଲରେ ତାସ୍କେଣ୍ଟଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ କ୍ଲିନ ଓ ଜର୍କରେ ବିଶ୍ୱ ରେକର୍ଡ କରିବା ସହ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ମଣିପୁରର ଏହି ୨୬ ବର୍ଷୀୟ ଭାରୋତ୍ତୋଳିକା ଆଇଡବ୍ଲ୍ୟୁଏଫ୍ର ଆବ୍ସଲ୍ୟୁଟ୍ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ ଷ୍ଟାଣ୍ଡିଂଭିତ୍ତିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଚାନୁ ୪୯କେଜି କାଟେଗୋରିରେ ୪୧୩୩,୬୧୭୨ ପଏଣ୍ଟ ଅର୍ଜନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚାନୁ ପୂର୍ବରୁ ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ଉତ୍ତର କୋରିଆ ଅଲିମ୍ପିକ୍ସରୁ ଓହରିଯିବା ଯୋଗୁ ସେ ଦ୍ୱିତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ମହିଳା ୪୯କେଜି କାଟେଗୋରିରେ ଚାଇନାର ହୋଉ ଝିହୁଇ ୪୯୨୬,୪୪୨୨ ପଏଣ୍ଟ ସହ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଛନ୍ତି। ଚାନୁ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ପୁରୁଷ ବିଭାଗ ୬୭କେଜି କାଟେଗୋରି ର଼୍ୟାଙ୍କିଙ୍ଗ ତାଲିକାର ୧୨ତମ ତାଲିକାରେ ରହିଥିବା ଭାରତର ଜେରେମି ଲାଲରିନୁଙ୍ଗା କୋରିଆର ହାକ୍ ମିୟଙ୍ଗମକ୍ଠାରୁ କଣ୍ଟିନେଣ୍ଟାଲ କୋଟା ହରାଇଛନ୍ତି। କିନ୍ତୁ ଏହି ୧୮ବର୍ଷୀୟ ଭାରୋତ୍ତୋଳଙ୍କ ପାଇଁ ତଥାପି ସୁଯୋଗ ରହିଛି। ଚୂଡ଼ାନ୍ତ ତାଲିକା ଜୁନ୍ ୨୫ରେ ପ୍ରକାଶ ପାଇବ। ଆଇଡବ୍ଲ୍ୟୁଏଫ୍ ନିୟମାନୁସାରେ ୧୪ଟି ଓଜନ କାଟେଗୋରିରୁ ପ୍ରତିଟି କାଟେଗୋରିରେ ଶ୍ରେଷ୍ଠ ୮ ଲିଫ୍ଟରଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।
ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍
ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ନ୍ୟୁଜିଲାଣ୍ଡ...
ୟୁରୋ କପ୍ ଫୁଟ୍ବଲ: ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଡ୍ର
ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍ର ଟପ୍ ସ୍କୋରର ହାରି କେନ୍ ଏଠାରେ ଇଂଲଣ୍ଡ...
ଫ୍ରେଞ୍ଚ୍ ଓପନ ଟେନିସ: ସିତ୍ସିପାସଙ୍କ ବିଜୟ ଅଭିଯାନ
ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍ସିପାସ, ଡାନିଲ ମେଡ୍ଭେଡେଭ୍, ଜାନିକ ସିନେର ପ୍ରମୁଖ...
ବ୍ୟାଟିଂ କୋଚ୍ ପଦବୀ ଛାଡ଼ିଲେ ୟୁନିସ ଖାଁ
କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ...
ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍ରାଉଣ୍ଡର
ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍ରାଉଣ୍ଡର ହୋଇଛନ୍ତି।...
ଲେକ୍ରେକ୍ଙ୍କୁ ପୋଲ୍ ପୋଜିଶନ
ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ...
୧୧୨ ବଲ୍ ଖେଳି କରିଥିଲେ ୧୯ ରନ୍; ସେହ୍ବାଗ କହିଲେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’
ନୂଆଦିଲ୍ଲୀ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଫାଇନାଲ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନଙ୍କ ଖେଳ ଦେଖି ନିଦ ଆସୁଥିବା କହିଛନ୍ତି ଭାରତୀୟ ଟିମ୍ର ପୂର୍ବ ଓପନର ବିରେନ୍ଦ୍ର...
ମହିଳା କ୍ରିକେଟ ଖେଳାଳିଙ୍କୁ ରାହାନେଙ୍କ ଟିପ୍ସ
ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ...


