ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ କରିଥିଲେ। ଏହାର ନାମ ଅର୍ଜୁନ ସେତୁ ରଖାଯାଇଥିଲା। ଏଥିପାଇଁ କେନ୍ଦ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଉକ୍ତ ସେତୁର ସ୍ଥାୟିତ୍ୱ ଥାଇ ମଧ୍ୟ ତାକୁ ଭାଙ୍ଗି ପୁଣି ଏକ ସେତୁ ନିର୍ମାଣ ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ଏମ୍ପି ଓ ବିଧାୟକ। ଚଳିତବର୍ଷ ମାର୍ଚ୍ଚ ୨୫ରେ ଉକ୍ତ ସେତୁ ପୁନଃ ନିର୍ମାଣ ପାଇଁ ସ୍ଥିର କରି ଶିଳାନ୍ୟାସ କରାଯାଇଛି। ପୋଲ ଭଙ୍ଗାଯାଇ ପୁନଃ ନିର୍ମାଣ କରାଯାଉଥିବା ପୋଲ ପଛର କାରଣ କ’ଣ ବୋଲି ସହରରେ ଚର୍ଚ୍ଚା ଜୋର୍ ଧରିଛି।
ପ୍ରକାଶ ଯେ, ପ୍ରାୟ ୬୮ ମିଟର ଲମ୍ବ ବିଶିଷ୍ଟ ହେବାକୁ ଥିବା ସେତୁ ପାଇଁ ୬କୋଟି ୪ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଗାମୀ ବର୍ଷକ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସେତୁ ଶିଳାନ୍ୟାସ ହେଉ ହେଉ ଏହାର ନାମକରଣକୁ ନେଇ ବିବାଦ ଦେଖାଦେଇଛି। ପୂର୍ବରୁ ନାମିତ ଅର୍ଜୁନ ସେତୁର ନାମକରଣକୁ ପରିବର୍ତ୍ତନ କରାଯାଇ ଏହାକୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାଁରେ ନାମିତ କରିବାକୁ ନିଷ୍ପତ୍ତି ନେଇ ଫଳକ ନିର୍ମାଣ କରାଯାଇଛି। ଏହାକୁ ବିରୋଧ କରାଯିବାରୁ ନାମ ପରିବର୍ତ୍ତନ କରାଯାଇ କୁଆଁସ ସେତୁ ରଖାଯାଇଛି। ତେବେ ପୁରୁଣାକୁ ହଟାଯାଇ ସେଠାରେ ନୂଆ ସେତୁ ନିର୍ମାଣ କରାଯାଉଥିଲେ ମଧ୍ୟ ଏହାର ନାମକରଣ ପରିବର୍ତ୍ତନର ଯଥାର୍ଥତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଘଟଣାକ୍ରମେ ବିଜେଡି ରାଜନୀତିରୁ ଅର୍ଜୁନଙ୍କ ବିଦାୟ ଏବଂ ଦେହାନ୍ତ ପରେ ତାଙ୍କ ସ୍ମୃତିକୁ ଲିଭେଇ ଦେବା ଲାଗି କେତେଜଣ ମୁଷ୍ଟିମେୟ ରାଜନୈତିକ ଲୋକଙ୍କର ଏହା ହୀନପ୍ରୟାସ ବୋଲି ଭାଜପା ଅଭିଯୋଗ କରୁଛି। ଏପରିକି ଏହି ପୁରୁଣା ସେତୁର ବିକଳ୍ପ କରା ନ ଯାଇ ଭାଙ୍ଗିଦିଆଯିବା ଅତ୍ୟନ୍ତ ଦୁଃଖଦାୟକ। ଭଦ୍ରକ ସହରର ଲାଇଫ୍ ଲାଇନ କୁହାଯାଉଥିବା ଏହି ସେତୁର ବିକଳ୍ପ କରା ନ ଯାଇ ତରବରିଆ ଭାବେ ଭାଙ୍ଗି ଦିଆଯିବା ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ବୋଲି ଭାଜପା ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ୩୦ଟି ୱାର୍ଡର କେତେଜଣ ଯୁବନେତାଙ୍କୁ ନେଇ ବିରୋଧାଭାଷ ମୁଣ୍ଡ ଟେକୁଥିବା ଜଣାପଡ଼ିଛି। ଭାଜପା ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏହାକୁ ନେଇ ଭଦ୍ରକ ସହରରେ ଜନଆନ୍ଦୋଳନ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ ସିଂଙ୍କୁ ପଚାରିବାରୁ ଓସାରିଆ କରାଯିବା ପାଇଁ ପୁରୁଣା ସେତୁ ଭାଙ୍ଗିବାକୁ ପଡ଼ିଲା ବୋଲି କହିଛନ୍ତି।
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...
ଡିଭାଇଡରରେ ପିଟିହେଲା କାର୍: ଏକାସାଙ୍ଗରେ ଚାଲିଗଲେ ମା’, ପୁଅ
ବ୍ରହ୍ମପୁର ଅଫିସ,୨୪।୬: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ମା’ ପୁଅଙ୍କ ଏମ୍କେସିଜି ମେଡିକାଲରେ ଗୁରୁବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ର ପି.ଲକ୍ଷ୍ମୀ (୪୫)...
ନଳକୂଅ ଧରାଇ ନୀରବ
ବଇଣ୍ଡା,୧୦ା୬: ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍...
ଗୋଟିଏ ଜୁଇରେ ୧୦ କୋଭିଡ୍ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରଥଯାତ୍ରାର ଆଦ୍ୟପର୍ବ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’
ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ...


