ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ ଗତ ବର୍ଷ ଘଟିଥିବା ବିବାଦକୁ ସ୍ପଷ୍ଟ କରୁଥିବା ଦେଖାଯାଇଛି। ଏହି ଭିଡିଓରେ ବ୍ଲଗର୍ ଗୌରବ ଓ୍ବାସାନଙ୍କୁ କ୍ଷମା ମାଗୁଥିବା ନଜର ଆସିଛନ୍ତି। ଭିଡିଓରେ, ହାତ ଯୋଡି ସେ କହିଛନ୍ତି ଯେ, ସେ କେବେ ବି ଗୌରବଙ୍କୁ ଚୋର ବୋଲି କହି ନ ଥିଲେ। ସେ ସ୍ବୀକାର କରିଛନ୍ତି ଯେ, ସେ କିଛି ଭୁଲ କରିଛନ୍ତି ଏବଂ ଏଥିପାଇଁ ସେ ଲଜ୍ଜିତ ଓ କ୍ଷମା ପ୍ରାର୍ଥନା କରିଛନ୍ତି।
କାନ୍ତ ପ୍ରସାଦଙ୍କ କାହାଣୀ ଏକ ଚଳଚ୍ଚିତ୍ରଠାରୁ କମ ନୁହେଁ। ପ୍ରଥମ ଲକଡାଉନ ସମୟରେ ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଚର୍ଚ୍ଚା ଆରମ୍ଭ ହେଲା, ସେତେବେଳେ ତାଙ୍କ ପାଇଁ ଅନେକ ସହାୟତାର ହାତ ବଢିଥିଲା। ଏସବୁ ଗୌରବଙ୍କ ଯୋଗୁ ସମ୍ଭବ ହୋଇଥିଲା। ଗୌରବ ହଁି ତାଙ୍କୁ ନିଜ ୟୁଟ୍ୟୁବ ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ। ଖୁବଶୀଘ୍ର, କାନ୍ତ ପ୍ରସାଦଙ୍କ ଦିନ ବଦଳିଗଲା ଏବଂ ସେ ସିଧାସଳଖ ଢାବାରୁ ରେଷ୍ଟୁରାଣ୍ଟ ଖୋଲିଥିଲେ। କିନ୍ତୁ ପରେ କାନ୍ତ ପ୍ରସାଦ ଗୌରବଙ୍କୁ ଚୋର ବୋଲି କହି ତାଙ୍କ ଟଙ୍କା ଚୋରି କରିଥିବା ଅଭିଯୋଗ କରିଥିଲେ। କରୋନାର ଦ୍ୱିତୀୟ ଲହରରେ ଲକ୍ଡାଉନ୍ ହେବାରୁ କାନ୍ତା ପ୍ରସାଦଙ୍କ ଆୟ ଅପେକ୍ଷା ଅଧିକ ବ୍ୟୟ ହେବାକୁ ଲାଗିଲା। ଏଭଳି ପରିସ୍ଥିତିରେ ସେ ନିଜ ପୁରୁଣା ଦୋକାନକୁ ଫେରିଲେ। କାନ୍ତ ପ୍ରସାଦ ଢାବା ଚଳାଇବା ଆରମ୍ଭ କରିସାରିଥିବାରୁ ସେ ଗୌରବଙ୍କୁ କ୍ଷମା ମାଗିଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ଗୌରବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…
ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି...
କରୋନା ଗ୍ରାଫ୍ ତଳ ମୁହାଁ…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ସାଲାଡ ପାଇଁ ସ୍ତ୍ରୀଙ୍କୁ ହତ୍ୟା
ଲକ୍ଷ୍ନୌ,୨।୬ : ରାତ୍ରି ଭୋଜନରେ ସାଲାଡ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ ବେଲଚାରେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ଉତ୍ତର ପ୍ରଦେଶର ଶାମଲି ଜିଲାର...
ପୁଅ ନ ହେବାରୁ ମା’ ଝିଅଙ୍କୁ ଦେଢ଼ ବର୍ଷ ବନ୍ଦୀ କରି ରଖିଥିଲେ ସ୍ବାମୀ
ମୁମ୍ବାଇ, ୩।୬: ୪୧ ବର୍ଷୀୟା ସ୍ତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହ ୩ ଝିଅଙ୍କ ସହ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ...
ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…
ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...
‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’
ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି...


