ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି ମାଡ୍ରାସ ହାଇକୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରାଣୀଧନ ଚିକିତ୍ସକ ପି. ଶଶିକୁମାରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍ ବୈଦ୍ୟନାଥନ୍ଙ୍କ ଖଣ୍ଡପୀଠ ଏହା କହିଛନ୍ତି। ୨୦୧୫ରେ ଶଶିକୁମାରଙ୍କ ସ୍ତ୍ରୀ ଘରୋଇ ହିଂସାକୁ କାରଣ ଦର୍ଶାଇ ଛାଡ଼ପତ୍ର ପାଇଁ ମହିଳା କୋର୍ଟରେ ମାମଲା କରିଥିଲେ। ଶଶିକୁମାର ମଧ୍ୟ ସ୍ତ୍ରୀ ତାଙ୍କ ପ୍ରତି କଠୋର ବ୍ୟବହାର କରୁଥିବା ଏବଂ ସ୍ବେଚ୍ଛାକୃତ ଭାବେ ତାଙ୍କୁ ଛାଡ଼ୁଥିବା ନେଇ ପ୍ରଥମ ଅତିରିକ୍ତ ସବ୍-ଜଜ୍ଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଛାଡ଼ପତ୍ର ପୂର୍ବରୁ ମହିଳା ଜଣକ ଶଶିକୁମାରଙ୍କ ବିରୋଧରେ ତାଙ୍କ କାର୍ଯ୍ୟାଳୟକୁ ଘରୋଇ ହିଂସା ଅଭିଯୋଗ ପଠାଇବା ପରେ ଶଶିକୁମାରଙ୍କୁ ନିଲମ୍ବନ କରାଯାଇଥିଲା। ମହିଳା ଜଣକ ଅନାବଶ୍ୟକ ଭାବେ ଶଶିକୁମାରଙ୍କ ପାଇଁ ସମସ୍ୟା ଉପୁଜାଇଥିଲେ ବୋଲି କୋର୍ଟ କହିଛନ୍ତି। ୧୫ ଦିନ ମଧ୍ୟରେ ଶଶିକୁମାରଙ୍କ ଚାକିରିକୁ ଫେରାଇନେବାକୁ ପଶୁପାଳନ ଓ ଚିକିତ୍ସା ସେବା ନିର୍ଦ୍ଦେଶକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଇଟି ନିୟମ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ...
ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...
ବାୟୋମେଟ୍ରିକ୍ସକୁ ଲକ୍ କରିପାରିବେ କାର୍ଡଧାରୀ
ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି।...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ
ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର। ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ।...
ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ
ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...
ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍କୁ ଅନୁମତି
ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍ ଟିକା ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ...
ନୁସ୍ରତଙ୍କ ସମସ୍ୟା ବଢ଼ିଲା
ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍ସି ଏମ୍ପି ନୁସ୍ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ...


