ନ୍ୟୁୟର୍କ, ୩।୬: ନୂଆ କରୋନା ଭୂତାଣୁ ପାଇଁ ଚାଇନା, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ହଟ୍ସ୍ପଟ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାଦୁଡିବାହିତ ଏହି ଭୂତାଣୁ ପାଇଁ ଉପରୋକ୍ତ ଅଞ୍ଚଳ ଅନୁକୂଳ ହୋଇଥିବାବେଳେ ଉକ୍ତ ରୋଗ ବାଦୁଡି ଶରୀରରୁ ମଣିଷକୁ ସଂକ୍ରମିତ ହେବା ପାଇଁ ମଧ୍ୟ ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ। ଜଙ୍ଗଲ ବିଭାଜନ, କୃଷି ସମ୍ପ୍ରସାରଣ ଏବଂ ପ୍ରାଣିଜ ଉତ୍ପାଦନ ବୃଦ୍ଧି ସମେତ ଜମି ବ୍ୟବହାରରେ ପରିବର୍ତ୍ତନ ଏହାର କାରଣ ବୋଲି ନେଚର ଫୁଡ୍ ନାମକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି। ବର୍ତ୍ତମାନର ଅଧିକାଂଶ ହଟ୍ସ୍ପଟ୍ ଚାଇନାରେ ରହିଛି, ଯେଉଁଠି ମାଂସ ଉତ୍ପାଦନ ଚାହିଦା ବୃଦ୍ଧି ଯୋଗୁ ଔଦ୍ୟୋଗିକ ପ୍ରାଣୀ ଫାର୍ମ ବହୁପରିମାଣରେ ବଢ଼ିଯାଇଛି। ଏହାବ୍ୟତୀତ ଜାପାନର କେତେକ ଅଞ୍ଚଳ, ଫିଲିପାଇନ୍ସର ଉତ୍ତର ଭାଗ, ଚାଇନା ସାଙ୍ଘାଇ ମଧ୍ୟ ହଟ୍ସ୍ପଟରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଇଣ୍ଡୋଚାଇନା ଏବଂ ଥାଇଲାଣ୍ଡର କେତେକ ଅଞ୍ଚଳରେ ପ୍ରାଣିଜ ଉତ୍ପାଦନ ବୃଦ୍ଧି ପାଉଥିବାରୁ ହଟ୍ସ୍ପଟ ହେବା ଆଶଙ୍କା କରାଯାଇଛି। ବର୍କେଲିସ୍ଥିତ କାଲିଫର୍ନିଆ ୟୁନିଭର୍ସିଟି, ମିଲନସ୍ଥିତ ପଲିଟେକ୍ନିକ ୟୁନିଭର୍ସିଟି ଏବଂ ନ୍ୟୁଜିଲାଣ୍ଡର ମାସି ୟୁନିଭର୍ସିଟିର ଗବେଷକମାନଙ୍କର ଏକ ଟିମ୍ ଏହି ଗବେଷଣା କରିଥିଲେ। ସେମାନଙ୍କ ମତରେ ଜମି ବ୍ୟବହାରରେ ପରିବର୍ତ୍ତନ ମାନବ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଆମେ ପରିବେଶରେ ପରିବର୍ତ୍ତନ ଆଣୁଥିବାବେଳେ ତାହା ପ୍ରାଣୀଜନିତ ରୋଗ ବଢ଼ାଇବାର କାରଣ ହେଉଛି ବୋଲି ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ପ୍ରଫେସର ପାଓଲୋ ଡି’ଓଡୋରିକୋ କହିଛନ୍ତି। ଯଦିଓ ସାର୍ସ-କୋଭ-୨ ବା କରୋନା ଭୂତାଣୁର ବାସ୍ତବ ଉତ୍ସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଏହା ପ୍ରଥମେ ଅଶ୍ୱଖୁରାକୃତି ବାଦୁଡ଼ିକୁ ସଂକ୍ରମଣ କରିବା ପରେ ସେଠାରୁ ମାନବ ଶରୀରକୁ ବ୍ୟାପିଥିଲା ବୋଲି କୁହାଯାଉଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଟ୍ରମ୍ପ କହିଲେ, ମୋ ଅନୁମାନ ଠିକ୍ ଥିଲା
ନ୍ୟୁୟର୍କ, ୪।୬: କରୋନା ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଆସିଥିବା ଅନେକ ଅନୁସନ୍ଧାନରୁ ଜଣାପଡିଛି। ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...
ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ
ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର...
ଜେଲରେ ଜନ୍ ମେକେଫି ମୃତ
ମାଡ୍ରିଡ୍,୨୫।୬: ଆଣ୍ଟିଭାଇରସ୍ ଜଗତର ଜଣାଶୁଣା ନାମ ଜନ୍ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍ର ବାର୍ସିଲୋନାସ୍ଥିତ...
ଭାକ୍ସିନ ନେବା ପରେ ୪୮୮ବ୍ୟକ୍ତିଙ୍କ ମୃତ୍ୟୁ, ୨୬ହଜାର ଲୋକଙ୍କ ମଧ୍ୟରେ ଦେଖାଦେଇଛି ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା: ତଥ୍ୟ
ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଜାରି ରହିଛି। କରୋନାକୁ ରୋକିବା ପାଇଁ ଦେଶରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ହେଲେ ମିଳିଥିବା ସରକାରୀ...
ଚାପରେ ଯାଚିଲେ ଟିକା
ନୂଆଦିଲ୍ଲୀ, ୮ା୬: କୋଭିଡ୍-୧୯କୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଭାବେ ଟିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଅଦ୍ୟାବଧି ମାତ୍ର...


