କାର୍ବିସ୍ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ ଦୃଢ଼ ଜବାବ ଦେଇଛି ବେଜିଂ। କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ବିଶ୍ୱର ଭାଗ୍ୟ ନିୟନ୍ତ୍ରଣ କରିବା ସମୟ ଚାଲିଗଲାଣି ବୋଲି ଚାଇନା ରବିବାର ଜି ୭ ନେତାମାନଙ୍କୁ ସତର୍କ କରାଇ ଦେଇଛି। ଚାଇନାର ବର୍ଦ୍ଧିତ ଶକ୍ତିର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକର ମିଳିତ ଉଦ୍ୟମକୁ ବେଜିଂ ସମାଲୋଚନା କରିଛି। ୧୯୯୧ରେ ସୋଭିଏଟ୍ ୟୁନିୟନ ଭୁଶୁଡ଼ିବା ସହ ଶୀତଳ ଯୁଦ୍ଧର ଅନ୍ତ ଘଟିଥିଲା। ଏହା ପରେ ଚାଇନା ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବେ ମୁଣ୍ଡ ଟେକିଛି। ଚାଇନାର ଶକ୍ତିବୃଦ୍ଧି ଆମେରିକାକୁ ହତୋତ୍ସାହିତ କରିଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଚାଇନାକୁ ମୁଖ୍ୟ ରଣନୀତିକ ପ୍ରତିଦ୍ୱନ୍ଦ୍ୱୀ ବିବେଚନା କରୁଛନ୍ତି। ଦିନ ଥିଲା ଯେତେବେଳେ ଏକ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ସାରା ବିଶ୍ୱ ଉପରେ ନିଷ୍ପତ୍ତି ନେଉଥିଲା। ଏବେ ସେ ସମୟ ଆଉ ନାହିଁ ବୋଲି ଲଣ୍ଡନରେ ଥିବା ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି। ରାଷ୍ଟ୍ର ଛୋଟ ହେଉ କି ବଡ଼, ଶକ୍ତିଶାଳୀ ହେଉ ଅଥବା ଦୁର୍ବଳ, ଧନୀ ହେଉ କି ଗରିବ; ବିଶ୍ୱ ବ୍ୟାପାର ସବୁ ଦେଶ ସହ ପରାମର୍ଶ ମାଧ୍ୟମରେ ପରିଚାଳନା ହେବା ଚାଇନା ବିଶ୍ୱାସ କରେ ବୋଲି ସେ କହିଛନ୍ତି। ଜାତିସଂଘ ନୀତି ଆଧାରରେ ଅନ୍ତର୍ଜାତୀୟ ନିର୍ଦ୍ଦେଶନାମା ହେଉଛି ଏକମାତ୍ର ବୈଧ ବୈଶ୍ୱିକ ପ୍ରଣାଳୀ, ତଥାକଥିତ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ନିୟମାବଳୀ ନୁହେଁ ବୋଲି ଚାଇନା ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ବିରୋଧ କରାଯାଇ ଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍ (ବିଶ୍ୱ ଭିତ୍ତିଭୂମି ଯୋଜନା) ଗୃହୀତ ହୋଇଥିଲା। ଗରିବ ରାଷ୍ଟ୍ରଗୁଡ଼ିକରେ ଉଚ୍ଚ ମାନର ଭିତ୍ତିଭୂମି ବିକାଶ ଲାଗି ସହାୟତା ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।
Posted inଅନ୍ତର୍ଜାତୀୟ View All
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ...
ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…
ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି...
ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା
ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ...
ସିନୋଭାକ୍କୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରୀ
ଜେନେଭା, ୨ା୬: ଚାଇନା ଦ୍ୱିତୀୟ କରୋନା ଟିକା ସିନୋଭାକ୍ର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ଦେଇଛି। ଏହି ଟିକା ଉତ୍ପାଦନ, କାର୍ଯ୍ୟକାରିତା...
ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…
ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର...
୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ
ଓ୍ବାଶିଂଟନ୍, ୬ା୬: ୟୁରୋପୀୟମାନଙ୍କ ସହିତ ପ୍ରଥମେ ଯୋଗାଯୋଗ ସ୍ଥାପନ କରିବାରେ ଆମେରିକୀୟ ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ପାସାମାକୋଡି ଉପନିବେଶବାଦୀଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ। ଧୀରେ ଧୀରେ...
ଗଣତନ୍ତ୍ର ସପକ୍ଷରେ ମ୍ୟାନ୍ମାର ସୈନ୍ୟ
ନାପିତାଉ, ୧୩ା୬(ଆଇଏଏନ୍ଏସ୍): ମ୍ୟାନ୍ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ...
ଆମେରିକା କଥା ଶୁଣି ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା
ଓ୍ବାଶିଂଟନ,୨୬ା୬: ଚାଇନା ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଆମେରିକାର ଏକ ବିବୃତ୍ତି ନିଶ୍ଚିତ ଭାବରେ ପାକିସ୍ତାନ ଏବଂ ଚାଇନାର ମନକୁ ଅଶାନ୍ତ କରିବ।...


