କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି। ପରେ ଗବେଷଣା କରି ଆଖୁଚାଷ ବର୍ଜ୍ୟରୁ ବାୟୋଚାର୍ଲକୋଲ୍ ବା ଜୈବିକ କୋଇଲା ବା ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ତାଙ୍କ ନୂତନ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ବାୟୋଚାର୍ଲକୋଲରୁ ଧୂଆଁ ବାହାରୁ ନାହିଁ। ଏହି ଟେକ୍ନୋଲୋଜି ପାଇଁ ତାଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପୁରସ୍କୃତ କରିଛି। ଡ. କାର୍ଭେ ମଧ୍ୟ ଏଥିପାଇଁ ଲଣ୍ଡନର ‘ଆସଦେନ୍ ଆଓ୍ବାର୍ଡ’ ପାଇଛନ୍ତି। ଆଖୁ ଚାଷରୁ ବାହାରୁଥିବା ବର୍ଜ୍ୟ ବ୍ୟତୀତ ସେ ବାୟୋଚାର୍ଲକୋଲ ପ୍ରସ୍ତୁତ କରିବା ପାଇଁ ଉଦ୍ୟାନ ବର୍ଜ୍ୟ ମଧ୍ୟ ବ୍ୟବହାର କରୁଛନ୍ତି। କାର୍ଭେ ଏହି ଜାଳେଣି ବ୍ୟବହାର କରିବା ପାଇଁ ଉନ୍ନତ ଧରଣର ଷ୍ଟୋଭ୍ ଓ ଚୁଲା ତିଆରି କରୁଛନ୍ତି। ଷ୍ଟୋଭ୍ର ନାଁ ରଖିଛନ୍ତି ସମୁଚିତ ଷ୍ଟିମ୍ କୁକର। ଏଥିରେ ୪ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁଛି। ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ମାତ୍ର ୧୦୦ ଗ୍ରାମ୍ ଚାର୍ଲକୋଲ୍ ଆବଶ୍ୟକ ପଡୁଛି। ଷ୍ଟୋଭ୍ର ଦାମ ୩୦୦୦ ଟଙ୍କା ଓ ଏବେ ସୁଦ୍ଧା ସେ ୬୦,୦୦୦ ଷ୍ଟୋଭ୍ ବିକ୍ରି କରିସାରିଲେଣି। ଡ. କାର୍ଭେଙ୍କ ପ୍ରସ୍ତୁତ ୧୦୦ ଗ୍ରାମ୍ ଚାର୍ଲକୋଲ୍ ୪ରୁ ୫ କେଜି ଜାଳେଣି କାଠର କାମ ଦେଉଛି। କାର୍ଭେ ମଧ୍ୟ ଏକ ଚୁଲା ବା ଆଞ୍ଚ ପ୍ରସ୍ତୁତ କରିଛନ୍ତି ଓ ଏଥିରୁ ୧୦,୦୦୦ ବିକ୍ରି କରିସାରିଲେଣି। ବିନା ଧୂଆଁରେ ଏଥିରେ ରୋଷେଇ ହେଉଛି। କାର୍ଭେଙ୍କ ଉଦ୍ଭାବନ କୃଷି ବର୍ଜ୍ୟ ପୋଡ଼ା ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ସହ ଏଲ୍ପିଜି ଗ୍ୟାସ୍ ମଧ୍ୟ ବଞ୍ଚାଯାଇ ପାରୁଛି। ଡ. କାର୍ଭେ ଇଂଲଣ୍ଡର ବାୟୋଟାର୍ ରିସର୍ଚ୍ଚ ସେଣ୍ଟର (ୟୁନିଭର୍ସିଟି ଅଫ୍ ଏଡିନ୍ବର୍ଗ)ରେ ଗବେଷଣା କରିବା ପରେ ଏହି ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି।
ପେନ୍ ପିଣ୍ଟର ବିଜେତା
ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...
ଶାକାହାର ବନାମ ମାଂସାହାର
ମାନେକା ଗାନ୍ଧୀ ବ୍ରିଟେନ୍ର ବୃହତ୍ତମ ବେକରି ଗ୍ରେଗ୍ସ ବଜାରକୁ ଏକ ଭିଗନ୍(ଶୁଦ୍ଧ ଶାକାହାର) ସସେଜ୍ ରୋଲ୍ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...
ଅସଲ ଖୁସିର ମୁହୂର୍ତ୍ତ
ପ୍ରକାଶ ତ୍ରିପାଠୀ ଚିତ୍ତେ ପ୍ରସନ୍ନେ ଭୁବନମ୍ ପ୍ରସନ୍ନମ୍,ଚିତ୍ତେ ବିଷଣ୍ଣେ ଭୁବନମ୍ ବିଷଣ୍ଣମ୍। ଅର୍ଥାତ୍ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ...
ଏଇ ଭାରତରେ
ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ...
ଏଇ ଭାରତରେ
ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍ ଥଣ୍ଡାରେ ଫଳୁଥିବା...
ଅସତ୍ୟକୁ ହାମ୍ବୁଡୁଛି
ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...
ଟେକ୍ ରିପୋର୍ଟର
କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ...
ଏଇ ଭାରତରେ
ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...


