ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି। ପ୍ରଧାନ କହିଛନ୍ତି, ତେଲ ଉପରେ ଲାଗୁ ହେଉଥିବା ଟିକସରୁ ସରକାର ଅର୍ଥ ସଞ୍ଚୟ କରୁଛନ୍ତି। ଏହି ଅର୍ଥକୁ ବିଭିନ୍ନ ସାମାଜିକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛିି। ସେହିଭଳି କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ତେଲ ଉପରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ କମାନ୍ତୁ ବୋଲି ପ୍ରଧାନ କହିଛନ୍ତି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି। ଏହି ରାଜ୍ୟଗୁଡ଼ିକର ସରକାର ତେଲ ଟିକସ ହ୍ରାସ କରିବାକୁ ରାହୁଲ ହସ୍ତକ୍ଷେପ କରନ୍ତୁ। ଫଳରେ ସାଧାରଣ ଲୋକଙ୍କ ସମସ୍ୟା କମିବ ବୋଲି ଧର୍ମେନ୍ଦ୍ର ମତ ପ୍ରକାଶ କରିଛନ୍ତି।
ଗତ ୬ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫.୭୨ ଟଙ୍କାରୁ ୬.୨୫ ଟଙ୍କା ବଢିଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହିପରିପ୍ରେକ୍ଷୀରେ ପ୍ରଧାନ କହିଛନ୍ତି, କରୋନା ମହାମାରୀ ସ୍ଥିତିରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ରାଜସ୍ବ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବାରେ ତେଲ ଟିକସ ସହାୟକ ହେଉଛି। ଟିକସ ବୋଝ ଲୋକଙ୍କୁ ବାଧୁଥିବା ଆମେ ଜାଣିପାରୁଛୁ। ସ୍ବାସ୍ଥ୍ୟ ଭିତ୍ତିଭୂମି, ଟିକାପ୍ରଦାନ ଏବଂ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବଣ୍ଟନ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନ ପୁଣି କହିଛନ୍ତି, ରାହୁଲ ଗାନ୍ଧୀ ଯଦି ସବୁ ବେଳେ ତେଲ ଦର ନେଇ ସରକାରଙ୍କୁ ଦୋଷ ଦେଉଛନ୍ତି ତେବେ ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କାହିଁକି ଇନ୍ଧନ ଦର ଉଚ୍ଚରେ ରହିଛି। ଲୋକଙ୍କ ପାଇଁ ରାହୁଲ ସେହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ କହି ଟିକସ କମାନ୍ତୁ। ଅନ୍ୟକୁ କହିବା ପରିବର୍ତ୍ତେ ନିଜ ଘର ଠିକ୍ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାରେ ତେଲ ଦର ଦେଶ ମଧ୍ୟରେ ସବୁଠାରୁ ଉଚ୍ଚରେ ରହିଛି। ଫେବୃୟାରୀ ମଧ୍ୟଭାଗରେ ସେଠାରେ ପେଟ୍ରୋଲ ୧୦୦ ଟଙ୍କା ସ୍ତର ଛୁଇଁଥିଲା। ଯାହା ବର୍ତ୍ତମାନ ୧୦୭.୨୨ ଟଙ୍କା ରହିଛି। ସେହିଭଳି ସେଠାରେ ଡିଜେଲ ଦର ୧୦୦.୦୫ ଟଙ୍କାରେ ବିକ୍ରି ହେଉଛି।
ମନୋହରପୁର ଖଣିରୁ ଓପିଜିସିକୁ କୋଇଲା ଯୋଗାଣ
ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଓସିପିଏଲ୍) ମନୋହରପୁର ଖଣିରୁ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)କୁ କୋଇଲା ଯୋଗାଣ ଶୁଭାରମ୍ଭ ହୋଇଛି। ଓସିପିଏଲ୍...
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨ ଗୁଣ ବଢ଼ିଲା
ନୂଆଦିଲ୍ଲୀ,୧୭।୬: ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବେଶ୍ ଉନ୍ନତ ରହିଛି। ଆୟକର ବିଭାଗ ସୂଚନା ମୁତାବକ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨...
୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ କଷ୍ଟସାଧ୍ୟ
ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩%...
ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
ଜୁନ୍ରେ ବଢ଼ିଲାଣି ୧୩ଥର ପେଟ୍ରୋଲ ୨୬, ଡିଜେଲ ୮ ପଇସା ବୃଦ୍ଧି
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୬ଦିନକର ବିରତି ପରେ ପୁଣି ଥରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍)...
ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି
ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ।...
୧୩୪ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ...


