ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର ନଦୀକୂଳ ଘଞ୍ଚ ବୁଦା ମୂଳେ କୁମ୍ଭୀର ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀର ସନ୍ତସନ୍ତିଆ, ଘଞ୍ଚ ବୁଦା ମୂଳ ଉଚ୍ଚ ସ୍ଥାନରେ ହେନ୍ତାଳ, ଖରି ଗଛ ପତ୍ର କାଠି କୁଟା ଓ ଘାସକୁ ସଂଗ୍ରହ କରି ଦୁଇ ଫୁଟ୍ ଉଚ୍ଚରେ ସଜେଇ ରଖି ତାହା ଭିତରେ ଅଣ୍ଡା ଦେଇଥାଏ। କାଉ, କୁକୁର, ବିଲୁଆ ଆଦି ଯନ୍ତୁମାନଙ୍କଠାରୁ ଦୂରେଇ ରଖିବାକୁ ବସା ମଧ୍ୟରେ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିଥାଏ। ଏହାର କିଛି ଦୂରରେ ମା’ କୁମ୍ଭୀର ଅଣ୍ଡାକୁ ଶତ୍ରୁ କବଳରୁ ରକ୍ଷା ପାଇଁ ଜଗି ରହିଥାଏ। ଯଦି କିଏ ଅଣ୍ଡା ଦେଇଥିବା ବସା ପାଖକୁ ଯାଏ ଜଗି ରହିଥିବା ମା’ କୁମ୍ଭୀର ଅତର୍କିତ ଆକ୍ରମଣ କରିଥାଏ। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ନଦୀର ସନ୍ତସନ୍ତିଆ, ପାଣି ଗଡାଣି ସ୍ରୋତରେ କୁମ୍ଭୀର ଆଶ୍ରୟ ନିଅନ୍ତି। ବର୍ଷର ଜୁନ୍, ଜୁଲାଇରେ କୁମ୍ଭୀର ପ୍ରଜନନ ସମୟ ହୋଇଥାଏ। ବ୍ଲକର ଅରଡ, ଏକଲପୁର ନିକଟ ଗୋବରୀ ନଦୀ କୂଳ, ରାମଚଣ୍ଡୀ ଗଳିଆ ନଦୀ କୂଳ ଘଞ୍ଚ ବୁଦା ମୂଳେ ମା’ କୁମ୍ଭୀର ସୁରକ୍ଷିତ ସ୍ଥାନ ଭାବି ବସା ବାନ୍ଧିଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏହି ବସାରୁ କିଛି ଅଣ୍ଡାକୁ ବିଲୁଆ, କୁକୁର, କାଉ ନେଇ ଯାଉଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ କୁମ୍ଭୀରଙ୍କ ବସା ଠାବ କରି ଗଣନା କରାଯାଏ। ବ୍ଲକର ଗୋବରୀ, ଲୁଣା, ରାମଚଣ୍ଡୀ ଗଳିଆ ନଦୀ, ବତୀଘର ଟୁବି ଓ ଖୋଳା ନଦୀ ସମେତ ମହାନଦୀ ତଳିଆ ନଦୀ ଯୋର, ନାଳ ଆଦି ସନ୍ତସନ୍ତିଆ ସ୍ଥାନରେ କୁମ୍ଭୀର ଆଡ୍ଡା ଜମାଇଛନ୍ତି। ସାଧାରଣତଃ ଏହି ଅଞ୍ଚଳରେ ବଉଳା ଜାତୀୟ କୁମ୍ଭୀର ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏହି କୁମ୍ଭୀରମାନେ ଛେଳି, ମେଣ୍ଢା, ଗାଈ, ମଇଁଷି ଓ ମଣିଷଙ୍କୁ ଆକ୍ରମଣ କରିଥାନ୍ତି। ସ୍ଥାନୀୟ ଲୋକ ନଦୀ ମଧ୍ୟରେ ମାଛ ଧରିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ନଜିର ରହିଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ମହଙ୍ଗା ପଡ଼ିଲା ବାର୍ହା ମାଂସ କିଣିବା
କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...
କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର
ସୋହେଲା,୨୦ା୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ...
ଶୀତଳଭଣ୍ଡାରରେ କୋଟପା ଆଇନ
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ...
ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ
ବୁଗୁଡ଼ା,୧୦।୬(ଡି.ଏନ୍.ଏ): ଓଡ଼ିଶାରେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ଜିଲାପାଳ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳ ବିଜୟ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ବ୍ଲକର ବିଭିନ୍ନ...
ଜେଆଇପିଟିଏଲ୍ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ
କଣିହାଁ,୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍ (ଜେଆଇଟିପିଏଲ୍) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି...
ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ
ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା...
ବିଆର୍ପିଏଲ୍ରେ ଏସ୍ପିସିବିର ତଦନ୍ତ ଆଜି
ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
ଚୌଦାର ,୧୬।୬(ଡ଼ି.ଏନ.ଏ):- ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...


