E-Paper
  • logo
  • Friday 29th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ
9:40 pmJune 14, 2021

ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍‌ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ ନିକଟସ୍ଥ ୟୁପିର ଗାଜିଆବାଦ ଜିଲାର ଲୋନି ଅଞ୍ଚଳରେ ଗତ ୫ ତାରିଖରେ ଘଟିଛି ଏଭଳି ଘଟଣା।

ଅଟୋରେ ବସିଥିବା ଅବଦୁଲ ସମଦଙ୍କୁ ପାଖ ଜଙ୍ଗଲକୁ ଘୋଷାଡ଼ି ନେଇଥିଲେ ଆକ୍ରମଣକାରୀ। ଏକ ରୁମ୍‌ରେ ତାଲା ପକାଇ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ’ କହିବାକୁ ବାଧ୍ୟ କରିଥିଲେ। ଏଭଳି ନ କରିବାରୁ ବୃଦ୍ଧଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ଦେବା ସହ ତାଙ୍କ ଦାଢ଼ି କାଟି ଦେଇଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ ପତ୍ରରେ ଅବଦୁଲ ଦର୍ଶାଇଛନ୍ତି। ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡିଓରେ ୩ ଆକ୍ରମଣକାରୀଙ୍କ ଆଗରେ ଅବଦୁଲ ନେହୁରା ହେଉଥିବା ଦେଖିବାକୁ ମିଳିଛି।

ମୁଁ ମସ୍‌ଜୀଦ ଯାଉଥିବାବେଳେ ଏକ ଅଟୋ ମୋତେ ଲିପ୍ଟ ଯାଚିଥିଲେ। ମୁଁ ବସିବା ପରେ ହଠାତ୍‌ ଅଟୋକୁ ପସି ଆସିଥିଲେ ଦୁଇ ଜଣ। ସେମାନେ ଜଙ୍ଗଲରେ ଥିବା ଏକ ରୁମ୍‌କୁ ମୋତେ ନିର୍ଯାତନା ଦେଇଥିଲେ। ‘ବନ୍ଦେ ମାତମ’ ଓ ‘ଜୟଶ୍ରୀ ରାମ’ କହିବା ଲାଗି ମୋତେ ବାଧ୍ୟ କରିଥିଲେ। ମୋବାଇଲ ଛଡ଼ାଇ ନେଇ ଏକ ଛୁରିରେ ମୋ ଦାଢ଼ି କାଟି ଦେଇଥିଲେ। ଅନ୍ୟ ମୁସିଲମମାନଙ୍କୁ ସେମାନେ ଆକ୍ରମଣ କରିଥିବାର ଭିଡିଓ ମଧ୍ୟ ଦେଖାଇଥିଲେ ବୋଲି ଅବଦୁଲ କହିଛନ୍ତି। ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ପ୍ରଭେଶ ଗୁଜରଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଖୋଜା ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୯।୬: ସ୍ବିସ୍‌ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍‌ର ସେଣ୍ଟ୍ରାଲ୍‌ ବ୍ୟାଙ୍କ ପକ୍ଷରୁ...

ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍‌ଏସ୍‌କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍‌…

ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ରିପୋର୍ଟ...

ଜେଲ୍‌ରେ ଥାଇ ପ୍ରୋଟିନ ଶେକ୍‌ ଦାବି କରୁଛନ୍ତି

ନୂଆଦିଲ୍ଲୀ,୮।୬: ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦେଶର ସଫଳତମ ରେସଲର ସୁଶୀଲ କୁମାର ପ୍ରୋଟିନ ଶେକ୍‌ ପାଇଁ ଦାବି କରୁଛନ୍ତି। କେବଳ ଏତିକି...

ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି

ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ...

ଅରୁଣ ମିଶ୍ର ହେବେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ

ନୂଆଦିଲ୍ଲୀ,୨ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଦେଶର ପରବର୍ତ୍ତୀ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅଧ୍ୟକ୍ଷ ନିଯୁକ୍ତ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୃଷକଙ୍କ ସହ ଛିଡ଼ା ହେବ ଟିଏମ୍‌ସି

କୋଲକାତା,୯।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବୁଧବାର ଭେଟିଛନ୍ତି ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାଏତ। ବୈଠକରେ ୩ ବିବାଦୀୟ କୃଷି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରାଜଧାନୀରେ ଆଉ ୪ଟି କେନ୍ଦ୍ରରେ ଦିଆଯିବ ଟିକା
Next Post Next post:
ନିଉତା ବାଣ୍ଟିଲେ ହନୁମାନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts