ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ ଏବେ କରୋନା ସେମାନଙ୍କ ବାପାଙ୍କୁ ଛଡ଼ାଇନେଲା। ସେହିପରି ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅବୋହୂଙ୍କୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ବୟସର ଅପରାହ୍ନରେ ଅନାଥ ୩ ନାତୁଣୀ ନାତିଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି। ଆମ ଗୁହାରି ଟିକେ ଶୁଣ, ନାତୁଣୀ ନାତିଙ୍କୁ ଦୟା କର ବୋଲି ସେମାନେ ନିବେଦନ କରୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡ଼ି ନନ୍ଦପୁର ଗ୍ରାମରେ।
ଏହି ଗ୍ରାମର ଶୁକଦେବ ନାଥଙ୍କ ସ୍ତ୍ରୀ, ଏକମାତ୍ର ପୁଅ ମନୋଜ, ୨ ନାତୁଣୀ ଓ ନାତିକୁ ନେଇ ତାଙ୍କ ପରିବାର ଚାଲିଥିଲା। ମନୋଜ ଅଟୋ ଚଲାଇ ପରିବାରର ପ୍ରତିପୋଷଣ କରୁଥିଲେ। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ଭଦ୍ରକ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଗତ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ବୋହୂ କନକଲତା କେଉଁ ଅଜଣା ରୋଗରେ ଆରପାରିକୁ ଚାଲିଯାଇଥିଲେ। ଆଉ ଏବେ ପୁଅର ମୃତ୍ୟୁ ପରେ ସେମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। କୌଣସି ରୋଜଗାର ନ ଥିବାବେଳେ ଶୁକଦେବଙ୍କୁ ୩ ନାତିନାତୁଣୀଙ୍କ ଭରଣପୋଷଣ ଚିନ୍ତା ଘାରିଛି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ କରୋନାରେ ମନୋଜଙ୍କ ମୃତ୍ୟୁ ହେବା ପରେ ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ପ୍ରଦାନ କରିଛି। କରୋନା ମହାମାରୀରେ ଅନାଥ ହୋଇଥିବା ପରିବାର ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଯଥାଶୀଘ୍ର ଏହି ପରିବାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି।
ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ
ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...
ଚିଲିକାରୁ ଚୋରି ହେଉଛି ପାଣି
ଖୋର୍ଦ୍ଧା ଅଫିସ,୨୨।୬: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ‘ଚିଲିକା’ରୁ ପାଣି ଚୋରି ହେଉଛି। ଚିଲିକାକୁ ଲାଗି ରହିଥିବା ଶତାଧିକ ଏକର ଜମିକୁ କେତେକ ମାଫିଆ...
ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି
ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...
ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ...
୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି...
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...
ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...
୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍ ଟିକା ୮ରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...


