ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ ଏବେ କରୋନା ସେମାନଙ୍କ ବାପାଙ୍କୁ ଛଡ଼ାଇନେଲା। ସେହିପରି ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅବୋହୂଙ୍କୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ବୟସର ଅପରାହ୍ନରେ ଅନାଥ ୩ ନାତୁଣୀ ନାତିଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି। ଆମ ଗୁହାରି ଟିକେ ଶୁଣ, ନାତୁଣୀ ନାତିଙ୍କୁ ଦୟା କର ବୋଲି ସେମାନେ ନିବେଦନ କରୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡ଼ି ନନ୍ଦପୁର ଗ୍ରାମରେ।
ଏହି ଗ୍ରାମର ଶୁକଦେବ ନାଥଙ୍କ ସ୍ତ୍ରୀ, ଏକମାତ୍ର ପୁଅ ମନୋଜ, ୨ ନାତୁଣୀ ଓ ନାତିକୁ ନେଇ ତାଙ୍କ ପରିବାର ଚାଲିଥିଲା। ମନୋଜ ଅଟୋ ଚଲାଇ ପରିବାରର ପ୍ରତିପୋଷଣ କରୁଥିଲେ। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ଭଦ୍ରକ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଗତ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ବୋହୂ କନକଲତା କେଉଁ ଅଜଣା ରୋଗରେ ଆରପାରିକୁ ଚାଲିଯାଇଥିଲେ। ଆଉ ଏବେ ପୁଅର ମୃତ୍ୟୁ ପରେ ସେମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। କୌଣସି ରୋଜଗାର ନ ଥିବାବେଳେ ଶୁକଦେବଙ୍କୁ ୩ ନାତିନାତୁଣୀଙ୍କ ଭରଣପୋଷଣ ଚିନ୍ତା ଘାରିଛି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ କରୋନାରେ ମନୋଜଙ୍କ ମୃତ୍ୟୁ ହେବା ପରେ ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ପ୍ରଦାନ କରିଛି। କରୋନା ମହାମାରୀରେ ଅନାଥ ହୋଇଥିବା ପରିବାର ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଯଥାଶୀଘ୍ର ଏହି ପରିବାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି।
୧୮ରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ଆରମ୍ଭ ହେଲା ସ୍ଲଟ୍ ବୁକିଂ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଅନ୍ଲାଇନ୍ରେ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ। ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀ ସେମାନଙ୍କ ପ୍ରଥମ...
ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ...
୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍ ଜବତ, ୩ ଗିରଫ
ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ଦ୍ୱିତୀୟ ଡୋଜ୍ ପାଇଁ ହିତାଧିକାରୀ ହଟହଟା
ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...
୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍ ଟିକା ୮ରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...
ବାତ୍ୟା ପରେ କାଦୁଅଫିଙ୍ଗା
ଭୁବନେଶ୍ୱର,୪।୬(ବ୍ୟୁରୋ): ବାତ୍ୟା ‘ୟାସ୍’ ପରିଚାଳନାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବାତ୍ୟା ପରିଚାଳନା ସରକାରଙ୍କ ପ୍ରଚାର ସର୍ବସ୍ବ...
ରାଜ୍ୟରେ ୟୁଜି-ପିଜି ଫାଇନାଲ ପରୀକ୍ଷା ହେବ; ଘରେ ରହି ଛାତ୍ରୀଛାତ୍ର ଦେଇପାରିବେ…
ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବୋର୍ଡ ଏବଂ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଏବେ ୟୁଜି ଏବଂ ପିଜି ପରୀକ୍ଷା ନେଇ...


