ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍ଫିକର ରହିମ ଓ ସ୍କଟିଶ ଅଲ୍ରାଉଣ୍ଡର କ୍ୟାଥରିନ୍ ବ୍ରାଇସ୍ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୋମବାର ଏକ ଖବରଦାତା ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍ଫିକର ମେ ମାସରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ଓ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ପ୍ରଥମ ଦିନିକିଆ ସିରିଜ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦ୍ୱିତୀୟ ଗେମ୍ରେ ସେ ୧୨୫ ରନ ସ୍କୋର କରିଥିଲେ। ଆଇସିସି ଭୋଟିଂ ଏକାଡେମୀରେ ପ୍ରତିନିଧିତ୍ୱ କରୁଥିବା ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ ମେ ମାସରେ ମୁସ୍ଫିକରଙ୍କ ପ୍ରଦର୍ଶନ ଉପରେ ତାଙ୍କର ମନ୍ତବ୍ୟ ରଖି କହିଛନ୍ତି ଉଚ୍ଚସ୍ତରରେ ୧୫ ବର୍ଷ ଖେଳିସାରିବା ପରେ ମଧ୍ୟ ବାଂଲାଦେଶର ଏହି ଖେଳାଳିଙ୍କର ରନ ସଂଗ୍ରହ କ୍ଷୁଧା ମେଣ୍ଟି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ୧୯୯୬ ବିଶ୍ୱକପ୍ ଚାମ୍ପିୟନ ବିପକ୍ଷରେ ବାଂଲାଦେଶର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବିଜୟ ସଫଳତାରେ ଏହି ଖେଳାଳିଙ୍କର ବିଶେଷ ଅବଦାନ ରହିଛି। ମିଡିଲ ଅର୍ଡରରେ କ୍ରିଜ୍ରେ ଜମି ରହିବା ଏବଂ ଚମତ୍କାର ଉଇକେଟ କିପିଂ ତାଙ୍କ ଫିଟ୍ନେସ୍ ଓ ସ୍କିଲ୍ର ପ୍ରମାଣ ଦେଉଛି। ଅନ୍ୟପକ୍ଷରେ ବ୍ରାଇସ ସ୍କଟ୍ଲାଣ୍ଡର ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରଥମ ଖେଳାଳି ହିସାବରେ ବ୍ୟାଟିଂ ହେଉ ଅବା ବୋଲିଂ ନିକଟରେ ପ୍ରକାଶିତ ଏମ୍ଆର୍ଏଫ୍ ଟାୟାର୍ସ ଆଇସିସି ପ୍ଲେୟର ର଼୍ୟାଙ୍କିଙ୍ଗର ଟପ୍ ୧୦ରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ମେ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ବ୍ରାଇସ୍ ୪ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ସେ ୯୬ ରନ ସ୍କୋର କରିବା ସହ ୪.୭୬ ଇକୋନୋମି ରେଟ୍ରେ ୫ ଉଇକେଟ ଅକ୍ତିଆର କରିଛନ୍ତି।
ୟୁରୋ କପ୍ରେ ଅଘଟଣ: ଖେଳାଳି ବେହୋସ୍
କୋପେନହେଗେନ,୧୩।୬(ଏପି): ୟୁରୋପିଆନ ଫୁଟ୍ବଲ ଚାମ୍ପିୟନଶିପ୍ରେ ଶନିବାର ଅଘଟଣ ଦେଖିବାକୁ ମିଳିଛି। ଫିନ୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳାଯାଉଥିବାବେଳେ ଡେନମାର୍କ ମିଡ୍ଫିଲ୍ଡର ଖ୍ରିଷ୍ଟିଆନ ଏରିକ୍ସନ ହଠାତ୍ ବେହୋସ ହୋଇ...
ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍...
ବ୍ୟାଟିଂରେ ବି ଜଲଓ୍ବା ଦେଖାଉଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ବୋଲର୍: ବଡ ବଡ ବ୍ୟାଟ୍ସମ୍ୟାନ୍ଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍
ସାଉଥାମ୍ପଟନ୍,୨୩।୬: ନ୍ୟୁଜିଲାଣ୍ଡ ଦଳର ଏବେକାର ସବୁଠାରୁ ସଫଳ ବୋଲର ଟିମ ସାଉଥ। ତାଙ୍କର ସ୍ବିଙ୍ଗ ବୋଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ର ଫାଇନାଲରେ...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...
ଫେଲ୍ ମାରିଲା ତାରକା ଖଚିତ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍
ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍ ମାରିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ଅଫ୍। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...
ରୋନାଲ୍ଡୋଙ୍କ ରେକର୍ଡ: ପର୍ତ୍ତୁଗାଲର ଦମ୍ଦାର ବିଜୟ
ବୁଦାପେଷ୍ଟ,୧୭।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬...


