ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାକୁ ଇଚ୍ଛୁକ ବୋଲି ସୋମବାର କହିଛନ୍ତି। ଦକ୍ଷିଣପନ୍ଥୀ ନେତା ତଥା ୟେମିନା ପାର୍ଟି ମୁଖ୍ୟ ୪୯ ବର୍ଷୀୟ ନେଫ୍ଟାଲି ରବିବାର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ପାର୍ଲାମେଣ୍ଟ ନେସେଟ୍ରେ ଶପଥ ଗ୍ରହଣ କରିଛନ୍ତି। ଏ ନେଇ ମୋଦି ତାଙ୍କୁ ଟୁଇଟ୍ ଯୋଗେ ଅଭିନନ୍ଦନ ଜଣାଇଥିଲେ। ଆସନ୍ତା ବର୍ଷ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୩୦ ବର୍ଷ ପୂରିବାକୁ ଯାଉଥିବାବେଳେ ନେଫ୍ଟାଲିଙ୍କୁ ଭେଟି ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଉତ୍ସାହିତ ଥିବା ମୋଦି କହିଥିଲେ। ଏହାର ଉତ୍ତରରେ ନେଫ୍ଟାଲି ଧନ୍ୟବାଦ ଜଣାଇବା ସହିତ ମୋଦିଙ୍କ ସହ ମିଶି ଏ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ତାଙ୍କ ଅଫିସିଆଲ ହ୍ୟାଣ୍ଡେଲ୍ରୁ ଟୁଇଟ୍ କରିଛନ୍ତି।
ବିରୋଧୀ ଦଳକୁ ନେଇ ଗଠିତ ମେଣ୍ଟ ସରକାର ଇସ୍ରାଏଲକୁ ନିରବଚ୍ଛିନ୍ନ ଭାବେ ୧୨ ବର୍ଷ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁଠାରୁ କ୍ଷମତା ଛଡ଼ାଇନେଇଛି। କ୍ଷମତା ଭାଗବଣ୍ଟା ଅନୁଯାୟୀ, ନେଫ୍ଟାଲି ପ୍ରଥମ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିବେ। ପର ୨ ବର୍ଷ ୫୭ ବର୍ଷୀୟ ମଧ୍ୟମମାର୍ଗୀ ତଥା ୟେଶ୍ ଏଟିଡ୍ ପାର୍ଟି ଅଧ୍ୟକ୍ଷ ୟେର୍ ଲେପିଡ ଶାସନ ଗାଦି ସମ୍ଭାଳିବେ। ବର୍ତ୍ତମାନ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ଥିବା ଲେପିଡ୍ ମଧ୍ୟ ଭାରତ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ରଖି ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆଗକୁ ନେବାକୁ ଆଗ୍ରହୀ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମୋଦି ଭାରତ-ଇସ୍ରାଏଲ୍ ସମ୍ପର୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ ନେତାନ୍ୟାହୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
Posted inଅନ୍ତର୍ଜାତୀୟ View All
ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’
ଓ୍ବାଶିଂଟନ୍,୨୩।୬: କରୋନା ଭାଇରସ୍ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...
ଏଲିଅନ୍ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…
ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍ ପୃଥିବୀ ଉପରେ ଟେଲିସ୍କୋପ୍ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...
ଜି ୭କୁ ଚାଇନାର ଉପହାସ
କାର୍ବିସ୍ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ...
ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…
ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର...
ଚାଇନା ଭାକ୍ସିନ ଲଗାଇବା ଏହି ଦେଶକୁ ପଡ଼ିଲା ଭାରି, ସାମ୍ନାକୁ ଆସିଲା ସତ
ଓ୍ବାଶିଂଟନ,୪ା୬: ବାହାରେନ୍ ଏବଂ ସେଚେଲ୍ସ ଦେଶ ଚାଇନା ଭାକ୍ସିନ ସିନୋଭାକ୍ ଏବଂ ସିନୋଫର୍ମକୁ ଅଧିକାଂଶ ନାଗରିକଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ମାମଲା...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
ନାଇଟ୍ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ
ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...
ସର୍ବ ସମ୍ମୁଖରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ
ନାଇରୋବି,୧୨ା୬: ଇଥିଓପିଆର ସରକାରୀ ବଳ ଜଣେ ନାବାଳକଙ୍କୁ ସ୍ପଷ୍ଟ ଦିବାଲୋକରେ ମୃତ୍ୟୁଦଣ୍ଡ ଦେଇଥିବା ହ୍ୟୁମାନ ରାଇଟ୍ସ ଓ୍ବାଚ୍ ପକ୍ଷରୁ ସୂଚନା ଦିଆଯାଇଛନ୍ତି। ଓରୋମିଆ ଅଞ୍ଚଳରେ ସୈନ୍ୟମାନେ...


