ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାକୁ ଇଚ୍ଛୁକ ବୋଲି ସୋମବାର କହିଛନ୍ତି। ଦକ୍ଷିଣପନ୍ଥୀ ନେତା ତଥା ୟେମିନା ପାର୍ଟି ମୁଖ୍ୟ ୪୯ ବର୍ଷୀୟ ନେଫ୍ଟାଲି ରବିବାର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ପାର୍ଲାମେଣ୍ଟ ନେସେଟ୍ରେ ଶପଥ ଗ୍ରହଣ କରିଛନ୍ତି। ଏ ନେଇ ମୋଦି ତାଙ୍କୁ ଟୁଇଟ୍ ଯୋଗେ ଅଭିନନ୍ଦନ ଜଣାଇଥିଲେ। ଆସନ୍ତା ବର୍ଷ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୩୦ ବର୍ଷ ପୂରିବାକୁ ଯାଉଥିବାବେଳେ ନେଫ୍ଟାଲିଙ୍କୁ ଭେଟି ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଉତ୍ସାହିତ ଥିବା ମୋଦି କହିଥିଲେ। ଏହାର ଉତ୍ତରରେ ନେଫ୍ଟାଲି ଧନ୍ୟବାଦ ଜଣାଇବା ସହିତ ମୋଦିଙ୍କ ସହ ମିଶି ଏ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ତାଙ୍କ ଅଫିସିଆଲ ହ୍ୟାଣ୍ଡେଲ୍ରୁ ଟୁଇଟ୍ କରିଛନ୍ତି।
ବିରୋଧୀ ଦଳକୁ ନେଇ ଗଠିତ ମେଣ୍ଟ ସରକାର ଇସ୍ରାଏଲକୁ ନିରବଚ୍ଛିନ୍ନ ଭାବେ ୧୨ ବର୍ଷ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁଠାରୁ କ୍ଷମତା ଛଡ଼ାଇନେଇଛି। କ୍ଷମତା ଭାଗବଣ୍ଟା ଅନୁଯାୟୀ, ନେଫ୍ଟାଲି ପ୍ରଥମ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିବେ। ପର ୨ ବର୍ଷ ୫୭ ବର୍ଷୀୟ ମଧ୍ୟମମାର୍ଗୀ ତଥା ୟେଶ୍ ଏଟିଡ୍ ପାର୍ଟି ଅଧ୍ୟକ୍ଷ ୟେର୍ ଲେପିଡ ଶାସନ ଗାଦି ସମ୍ଭାଳିବେ। ବର୍ତ୍ତମାନ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ଥିବା ଲେପିଡ୍ ମଧ୍ୟ ଭାରତ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ରଖି ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆଗକୁ ନେବାକୁ ଆଗ୍ରହୀ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମୋଦି ଭାରତ-ଇସ୍ରାଏଲ୍ ସମ୍ପର୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ ନେତାନ୍ୟାହୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
Posted inଅନ୍ତର୍ଜାତୀୟ View All
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...
ଜେଲରେ ଜନ୍ ମେକେଫି ମୃତ
ମାଡ୍ରିଡ୍,୨୫।୬: ଆଣ୍ଟିଭାଇରସ୍ ଜଗତର ଜଣାଶୁଣା ନାମ ଜନ୍ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍ର ବାର୍ସିଲୋନାସ୍ଥିତ...
ରାଷ୍ଟ୍ରପତି ବାଇଡେନଙ୍କ ପୁଅ କଲ୍ଗର୍ଲଙ୍କୁ ଦେଲେ ୧୮ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୨୪ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ୨୦୧୮ରେ ଜଣେ କଲ୍ଗର୍ଲଙ୍କ ସହିତ ହୋଟେଲରେ ରାତି କଟାଇଥିଲେ। ଯାହାକି ତାଙ୍କ ପିତା ଜୋ-ବାଇଡେନଙ୍କ ଉପରେ...
ସ୍ପେସ୍ ଷ୍ଟେଶନରେ ସୋଲାର ପ୍ୟାନେଲ
ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ(ଆଇଏସ୍ଏସ୍) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...
କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ
ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍ ଅପିଲ୍ର ବିଚାରପତି ଥିବା...
ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ
ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।...
କୋଭାକ୍ସିନ୍କୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ: ଜୁନ୍ ୨୩ରେ ବୈଠକ…
ଜେନେଭା,୧୭।୬: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍ କୋଭାକ୍ସିନ୍କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ମଞ୍ଜୁରୀ ପାଇଁ ଜୁନ୍ ୨୩ରେ...
ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…
ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି...


