ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା ଜବାବ୍ ଦେବାକୁ ସକ୍ଷମ। ସମ୍ପ୍ରତି ଚାଇନା ନିକଟରେ ୩୫୦ ଆଣବିକ ଅସ୍ତ୍ର ରହିଛି। ସେହିପରି ପାକିସ୍ତାନ ୧୬୫ ଆଣବିକ ଅସ୍ତ୍ର ସଂଗ୍ରହ କରିଛି। ଅପରପକ୍ଷରେ ଭାରତ ପାଖରେ ୧୫୬ ଆଣବିକ ଅସ୍ତ୍ର ମହଜୁଦ୍ ରହିଛି। ଷ୍ଟକ୍ହୋମ୍ ଇଣ୍ଟରନ୍ୟାଶନାଲ ପିସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୃଥିବୀର ୯ଟି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ନିକଟରେ ମୋଟ ୧୩,୦୮୦ ଆଣବିକ ଅସ୍ତ୍ର ରହିଛି। ସେଥିମଧ୍ୟରୁ ରୁଷିଆ ନିକଟରେ ସର୍ବାଧିକ ୬,୨୫୫ ରହିଛି। ଆମେରିକା ପାଖରେ ୫,୫୫୦, ଫ୍ରାନ୍ସ ନିକଟରେ ୨୯୦ ଏବଂ ବ୍ରିଟେନ୍ ପାଖରେ ୨୨୫ ଆଣବିକ ଅସ୍ତ୍ର ରହିଛି। ସେହିପରି ଇସ୍ରାଏଲ୍ ପାଖରେ ୯୦ ଏବଂ ଉତ୍ତର କୋରିଆ ପାଖରେ ୪୦ରୁ ୫୦ ଆଣବିକ ଅସ୍ତ୍ର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି...
ଦିଲ୍ଲୀ ଲୋକଙ୍କ ଜୀବନ ପାଇଁ ଲଢ଼ିବା ମୋ ଅପରାଧ
ନୂଆଦିଲ୍ଲୀ,୨୫।୬: ଦିଲ୍ଲୀର ୨ କୋଟି ଲୋକଙ୍କ ଜୀବନ ପାଇଁ ସଂଗ୍ରାମ କରିବା ମୋ ଅପରାଧ। ତୁମେ ଯେତେବେଳେ ନିର୍ବାଚନ ରାଲିରେ ମାତିଥିଲ, ମୁଁ ସେତେବେଳେ ଅକ୍ସିଜେନ...
‘ପୁଅ ଜୀବନ ପ୍ରତି ଲୋଭ ଥିଲେ ଛୁଟିରେ ଚାଲିଯାଅ’
ଭୋପାଳ,୧୮ା୬: ରାଜ୍ୟର ପ୍ରଶାସନିକ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଯୁବ ଆଇଏଏସ୍ ଅଫିସର ଲୋକେଶ କୁମାର ଜାଙ୍ଗିଦ ଶୁକ୍ରବାର ମଧ୍ୟପ୍ରଦେଶରେ ପୋଲିସ ସୁରକ୍ଷା ଦାବି...
ଦିଗ୍ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ
ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...
ହିମାଚଳ ପ୍ରଦେଶରେ ଲାଗିଛି ଲମ୍ବା ଟ୍ରାଫିକ୍
ଶିମଲା,୧୩।୬: ହିମାଚଳ ପ୍ରଦେଶରେ ପ୍ରବେଶ କରିବା ପାଇଁ ଆରଟି-ପିସିଆର ରିପୋର୍ଟ ଦରକାର ନାହିଁ। ଏହି ଘୋଷଣା ହେବା ପରେ ରାଜ୍ୟର ପ୍ରବେଶ ପଥରେ ସୃଷ୍ଟି ହୋଇଛି...
ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ
ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...
ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...
କମୁନି ଲୋକପ୍ରିୟତା: ୧୩ଟି ଦେଶର ମୁଖ୍ୟଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପସନ୍ଦର ନେତା ହେଲେ ମୋଦି
ନୂଆଦିଲ୍ଲୀ,୧୮।୬: କରୋନା କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ...


