ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍ ଦମ୍ପତି ଭାବରେ ଜଣାଶୁଣା। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି। ରୋହିତ ଏବଂ ରିତିକା ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଛନ୍ତି। ରୋହିତ ଅନେକ ଥର କହିଛନ୍ତି ଯେ, ରିତିକା ତାଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି, କିନ୍ତୁ ସେମାନଙ୍କର ପ୍ରଥମ ସାକ୍ଷାତର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ରୋହିତ ଏକ ୟୁଟ୍ୟୁବ ଶୋ’ରେ ଏ ବିଷୟରେ କହିଥିଲେ। ସେ କହିଥିଲେ ଯେ, ରିତିକା ସବୁବେଳେ ଭଲ ଏବଂ ଖରାପ ସମୟରେ ତାଙ୍କ ପାଖରେ ଛିଡା ହୋଇଥିଲେ ଏବଂ ଦୁହେଁ ମଧ୍ୟ ବହୁତ ଭଲ ବନ୍ଧୁ ଥିଲେ।
ରିତିକାଙ୍କ ସହ ପ୍ରଥମ ସାକ୍ଷାତରେ ତାଙ୍କୁ ଏକ ଚେତାବନୀ ମିଳିଥିଲା। ଚେତାବନୀ ଦେଇଥିଲେ ଭାରତର କିମ୍ବଦନ୍ତୀ ଖେଳାଳି ଯୁବରାଜ ସିଂ। ଯୁବରାଜ ରିତିକାଙ୍କୁ ଭଉଣୀ ବୋଲି ଭାବନ୍ତି ଏବଂ ସେ ମଧ୍ୟ ତାଙ୍କ ହାତରେ ରାଖୀ ବାନ୍ଧନ୍ତି। ରୋହିତ ଏବଂ ରିତିକା ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ, ସେତେବେଳେ ଯୁବରାଜ, ରୋହିତ ଏବଂ ଇରଫାନ ପଠାନଙ୍କ ଏକ ବିଜ୍ଞାପନ ଶୁଟିଂ ଚାଲିଥିଲା। ଏହି ସମୟରେ ରୋହିତ ରିତିକାଙ୍କ ଆଡକୁ ଅନାଇବା ମାତ୍ରେ ଯୁବରାଜ ତାଙ୍କୁ କହିଥିଲେ – ତାଙ୍କ ଆଡକୁ ଦେଖ ନାହିଁ, ସେ ମୋର ଭଉଣୀ। ରିତିକା ସ୍ପୋଟର୍ସ ମ୍ୟାନେଜର୍ ଭାବରେ କାମ କରୁ୍ଥିବାରୁ ସେଠାରେ ଉପସ୍ଥିତ ଥିଲେ। ଏହା ଉପରେ ରୋହିତ ମଧ୍ୟ ଯୁବରାଜଙ୍କୁ କହିଥିଲେ, ଭାଇ ମୁଁ ତୁମକୁ ଭେଟିବାକୁ ଆସିଛି । ତେବେ ଶୁଟିଂ ପରେ ରିତିକା ରୋହିତଙ୍କ ନିକଟକୁ ଯାଇ କହିଥିଲେ – ଯଦି କୌଣସି ଅସୁବିଧା ଅଛି, ତେବେ ଆପଣ ମୋତେ କହିପାରିବେ। ପରେ, ଦୁହେଁ ବନ୍ଧୁ ଆଉ ତା’ପରେ ପ୍ରେମିକ ହୋଇଗଲେ। ୨୦୧୫ରେ ଉଭୟ ବିବାହ କରିଥିଲେ।
ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...
ବ୍ୟାଟିଂ କୋଚ୍ ପଦବୀ ଛାଡ଼ିଲେ ୟୁନିସ ଖାଁ
କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ...
ଆଇପିଏଲ ପାଇଁ ଖୁସି ଖବର
ଜାମାଇକା,୧୮ା୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ କାରିବିୟନ ପ୍ରିମିୟର ଲିଗ୍ (ସିପିଏଲ)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ୟୁଏଇରେ...
୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍ କ୍ୟାରିୟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...
ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି
ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...
ଦ୍ୱିତୀୟ ସିଡ୍ଙ୍କୁ ହରାଇଲେ ବୋପାନ୍ନା-ଶରନ
ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍ ଲୁକାଜ...
ଗୋଟିଏ ଉଇକେଟ୍ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...
୫୩ ବଲ୍ରୁ ବିସ୍ଫୋରକ ଶତକ ହାସଲ କଲେ ଏହି ଟେଷ୍ଟ କ୍ରିକେଟର୍
ୟୁଏଇ,୧୮।୬: ପାକିସ୍ତାନ ସୁପର ଲିଗରେ ଚମତ୍କାର ପ୍ରଦର୍ଶନ କରୁଥିବା ଅଷ୍ଟ୍ରେଲୀୟ କ୍ରିକେଟର ଉସମାନ ଖାୱାଜା ଏକ ଶତକ ହାସଲ କରିଛନ୍ତି। ଇସଲାମାବାଦ ୟୁନାଇଟେଡ ପାଇଁ ଖେଳୁଥିବା...


