ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି ଗୋଟିଏ ଉଇକେଟ୍ ନେଇ ସେ ତାଙ୍କ ନାମରେ ଦୁଇଟି ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟିମ ଇଣ୍ଡିଆର କିମ୍ବଦନ୍ତୀ ବୋଲର କପିଲ ଦେବଙ୍କୁ ପଛରେ ପକାଇଛନ୍ତି।
ଇଂଲଣ୍ଡରେ ଇଶାନ୍ତଙ୍କ ୪୪ଟି ଉଇକେଟ ରହିଛି। ଏହିପରି ସେ ଇଂଲଣ୍ଡର ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଥିଲେ। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ର ୨୦ ଇନିଂସରେ ହାରାହାରି ୩୪ରେ ୪୪ ଉଇକେଟ ନେଇଛନ୍ତି। ଦୁଇଥର ପାଞ୍ଚଟି ଉଇକେଟ ନେଇ ସଫଳତା ହାସଲ କରିଛନ୍ତି। ପୂର୍ବରୁ ଇଂଲଣ୍ଡରେ ୧୩ଟି ମ୍ୟାଚର ୨୨ ଇନିଂସରେ କପିଲ ଦେବ ୪୩ ଉଇକେଟ ନେଇଥିଲେ। ତାଙ୍କ ହାରାହାରି ୩୯ ଥିଲା ଏବଂ ସେ ଦୁଇଥର ୫ଟି ଉଇକେଟ ନେଇଥିଲେ। ଅନିଲ କୁମ୍ବଲେ (୩୬) ତୃତୀୟ, ବିଶନ ସିଂ ବେଦୀ (୩୫) ଚତୁର୍ଥ ଏବଂ ଜହିର ଖାନ (୩୧) ପଞ୍ଚମ ସ୍ଥାନରେ ଅଛନ୍ତି।
ସେହିପରି ଇଶାନ୍ତଙ୍କ ଦ୍ୱିତୀୟ ରେକର୍ଡ ହେଉଛି ବିଦେଶରେ ଖେଳିଥିବା ଟେଷ୍ଟରେ ସେ ୨୦୦ ଉଇକେଟ୍ ନେଇଛନ୍ତି ସେ ଏହା କରିବାରେ ଚତୁର୍ଥ ଭାରତୀୟ ବୋଲର ହୋଇଥିଲେ। ୬୧ଟି ମ୍ୟାଚରେ ଇଶାନ୍ତ ୨୦୦ ଉଇକେଟ୍ ନେଇଛନ୍ତି। ସେ ପାଞ୍ଚ ଥର ୯ରୁ ଅଧିକ ଏବଂ ଥରେ ୧୦ ଉଇକେଟ ନେଇ ସଫଳତା ହାସଲ କରିଛନ୍ତି। ଏହା ବ୍ୟତୀତ ଅନିଲ କୁମ୍ବଲେ (୨୬୯), କପିଲ ଦେବ (୨୧୫) ଏବଂ ଜହିର ଖାନ (୨୦୭) ମଧ୍ୟ ବିଦେଶରେ ୨୦୦ରୁ ଅଧିକ ଉଇକେଟ ନେଇଛନ୍ତି।
ଫାଇନାଲ ପୂର୍ବରୁ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ: ସମସ୍ତେ କରିବେ ପ୍ରଶଂସା
ଲଣ୍ଡନ,୧୮।୬: ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଜଣେ ଭଲ ବ୍ୟାଟ୍ସମ୍ୟାନ ତଥା ଜଣେ ଚମତ୍କାର ବ୍ୟକ୍ତି। ଡବ୍ଲୁଟିସି ଫାଇନାଲ ପୂର୍ବରୁ, କେନ ୱିଲିୟମ୍ସନ ପୁଣି ଥରେ...
ଟୋକିଓ ଅଲିମ୍ପିକ୍ସ: ସମସ୍ତ ରାସ୍ତା ସିଲ୍
ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ...
ୟୁରୋକପ୍ ଫୁଟ୍ବଲ: ବେଲ୍ଜିୟମର ହ୍ୟାଟ୍ରିକ ବିଜୟ
ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍ରେ ବେଲ୍ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍ ବି’ରେ ବେଲ୍ଜିୟମ ସବୁ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ...
ଆଧୁନିକ କ୍ରିକେଟରେ କେଉଁ ଖେଳାଳିଙ୍କ ଭଳି ବ୍ୟାଟିଂ କରିବାକୁ ଚାହାନ୍ତି ପ୍ରଶ୍ନରେ ଏଭଳି କହିଲେ ଗାଭାସ୍କର; ଚକିତ କଲା ନାମ…
ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଟି୨୦ କ୍ରିକେଟର ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ସମୟର ଅନେକ ଖେଳାଳି...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...
କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା
ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...
ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍; ପଢ଼ାଇଲେ ଅସଲ କ୍ରିକେଟ ପାଠ…
ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...
କୋପା ଆମେରିକାରେ କରୋନା ସଙ୍କଟ
ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍ଙ୍କ ସମେତ ମୋଟ...


