ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ ରନର୍ ଅପ ୫.୮୫ କୋଟି ଟଙ୍କା ପାଇବ। ସବୁଠୁ ରୋଚକ କଥା ହେଉଛି ଡବ୍ଲୁଟିସି ବିଜେତା ଗ୍ରହଣ କରିଥିବା ପୁରସ୍କାର ରାଶି ବିରାଟ କୋହଲିଙ୍କ ଆଇପିଏଲ ରାଶିଠାରୁ କମ ଅଟେ। ଆଇପିଏଲରେ କୋହଲି ପ୍ରତ୍ୟେକ ସିଜିନ୍ରେ ୧୭ କୋଟି ଟଙ୍କା ପାଉଛନ୍ତି।
ଡବ୍ଲୁଟିସି ଫାଇନାଲ୍ ମ୍ୟାଚ ୧୮ରୁ ୨୨ ଜୁନ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଅନୁଷ୍ଠିତ ହେବ। ଉଭୟ ବିରାଟ କୋହଲି ଏବଂ କେନ ୱିଲିୟମସନ ସେମାନଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଏଠାରେ ଟାଇଟଲ ଜିତିବାକୁ ଚାହାଁନ୍ତି। ଯଦି ମ୍ୟାଚ ଏକ ଟାଇରେ ଶେଷ ହୁଏ ତେବେ ଉଭୟ ଦଳ ମିଳିତ ଭାବେ ଜିତିବେ। ଏଭଳି ପରିସ୍ଥିତିରେ ଉଭୟ ଦଳ ଚାମ୍ପିୟନ ଏବଂ ରନର୍ ଅପ ର ସମାନ ପୁରସ୍କାର ରାଶି ପାଇବେ। ଅର୍ଥାତ୍ ଉଭୟ ଦଳ ପ୍ରାୟ ୮.୭୮ କୋଟି ଟଙ୍କା ପାଇବେ। ତିନି ନମ୍ବରରେ ଅଷ୍ଟ୍ରେଲିଆ ଦଳ ୩.୩ କୋଟି, ଚତୁର୍ଥ ନମ୍ବରରେ ଇଂଲଣ୍ଡ ଦଳ ୨.୫ ଏବଂ ପାଞ୍ଚ ନମ୍ବରରେ ପାକିସ୍ତାନ ଦଳ ୧୫ କୋଟି ପାଇବ। ଅନ୍ୟ ସମସ୍ତ ୪ଟି ଦଳ ୭୩-୭୩ ଲକ୍ଷ ଟଙ୍କା ପାଇବେ।
୧୮ ବର୍ଷରୁ କମ୍ ଜାତୀୟ ଚେସ୍ରେ ଓଡ଼ିଶାରୁ ୮ ଭାଗନେବେ
ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ୧୮ ବର୍ଷରୁ କମ୍ ବାଳିକା ଏବଂ ଓପନ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ ଉଦ୍ଯାପିତ ହୋଇଯାଇଛି। ଏହାର ବାଳିକା ବର୍ଗରେ କଟକର...
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ଫ୍ରେଞ୍ଚ୍ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି
ପ୍ୟାରିସ୍,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭରେଭ,...
ଭାବୁକ ହେଲେ ସିରାଜ: ସେ ପୁରୁଣା ବାଇକ୍କୁ ସାଇତି ରଖିଛି, ବହୁତ କିଛି ମନେ ପଡିଯାଏ’
ନୂଆଦିଲ୍ଲୀ,୪।୬: ଗତ ବର୍ଷ ଭାରତୀୟ ଟିମ୍ରୁ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ ଦ୍ରୁତ ବୋଲର୍ ମହମ୍ମଦ ସିରାଜ। ଏବେ ସେ ସଫଳତାର ଗୋଟିଏ ପରେ ଗୋଟିଏ...
ମିଷ୍ଟର ଡିପେଣ୍ଡବୁଲ୍ ଟିମ୍ ଇଣ୍ଟିଆ କୋଚ୍: ସୂଚନା ଦେଲେ ଗାଙ୍ଗୁଲୀ…
କୋଲକାତା,୧୫।୬: ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ବିବିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆ କୋଚ୍ ଭାବେ ମିଷ୍ଟର ଡିପେଣ୍ଡବୁଲ୍ ରାହୁଲ ଦ୍ରାବିଡ୍ଙ୍କୁ ନିଯୁକ୍ତ କରାଯାଇଛି।...
ବିବାହ ମୁଦି କଥା ଭୁଲି ଯାଇଥିଲେ ରୋହିତ୍ ଶର୍ମା: କୋହଲି ଦେଲେ ବଡ଼ ଖବର
ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍ କ୍ରିକେଟର୍ ରୋହିତ ଶର୍ମା। ଜୁନ ୧୮ରୁ ୨୨...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...


