ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭ (୨୦୧୦-ଏନ୍ଓ୍ବାଇ-୬୫) ପୃଥିବୀ ମୁହାଁ ହୋଇଛି। ଏହା ଜୁନ୍ ୨୫ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଦୁଇଗୁଣା। ଏହାର ଲମ୍ବ ୧୮୭ ମିଟର। ଗ୍ରହାଣୁପିଣ୍ଡଟି ସେକେଣ୍ଡ ପ୍ରତି ୧୩.୪ କିଲୋମିଟର ବେଗରେ ମାଡ଼ିଆସୁଛି। ଏହା ଏକ୍ ବୃହତ୍ ହିମଖଣ୍ଡ ବୋଲି ନାସା ପକ୍ଷରୁ କୁହାଯାଇଛି। ୪୬୦ କୋଟି ବର୍ଷ ତଳେ ସୃଷ୍ଟି ହୋଇଥିବା ସୌରମଣ୍ଡଳ ସମ୍ପର୍କରେ ଏହି ଗ୍ରହାଣୁପିଣ୍ଡରୁ ବହୁ ତଥ୍ୟ ମିଳି ପାରିବାର ସମ୍ଭାବନା ଥିବା ନାସା ପକ୍ଷରୁ କୁହାଯାଇଛି। ଏହା ୩.୫ କୋଟି ବର୍ଷ ପୁରୁଣା ହିମଖଣ୍ଡ ବୋଲି ନାସା କହିଛି। ଏହା ପୃଥିବୀର ଗୁରୁତ୍ୱାକର୍ଷଣ ଯୋଗୁ ଟାଣି ହୋଇ ଆସିଲେ ଭୟଙ୍କର ବିପଦ ସୃଷ୍ଟି ହେବା ସହିତ ପ୍ରଚଣ୍ଡ ବେଗରେ ଧକ୍କା ହେବାର ଆଶଙ୍କା ଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।
Posted inଅନ୍ତର୍ଜାତୀୟ, ଫୁରସତ View All
ଏହି ଦେଶରେ ୫ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁ
ବ୍ରାସିଲିଆ,୨୦।୬: ବ୍ରାଜିଲ୍ରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ସେଠାରେ ୨,୩୦୧ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁସଂଖ୍ୟା...
ପରଲୋକରେ ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୮ା୬: ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି କେନେଥ୍ କଉଣ୍ଡାଙ୍କ ପରଲୋକ ହୋଇଯାଇଛି। ଜାମ୍ବିଆ ରାଷ୍ଟ୍ରପତି ଏଡ୍ଗାର ଲୁଙ୍ଗା ଫେସ୍ବୁକ୍ରେ ଏହି ସୂଚନା ଦେଇଛନ୍ତି। ଆଫ୍ରିକୀୟ ସ୍ବାଧୀନତା ଆନ୍ଦୋଳନ...
ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…
ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ...
ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...
ବାବା ରାମଦେବଙ୍କୁ ଝଟ୍କା ଦେଲା ନେପାଳ
କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...
ସ୍କେଟିଂରେ ସଚେତନତା
ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧...
ଭାକ୍ସିନ୍ର ୨ ଡୋଜ୍ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…
ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍ ସହରରେ କରୋନା ଭାକ୍ସିନ୍ର ୨ ଡୋଜ୍ ନେବା ପରେ...
ଭର୍ଚୁଆଲ କରେନ୍ସି ବିଟ୍କଏନ ଏବେ ଏଲ୍ ସାଲଭେଡରରେ ହେବ ଲାଗୁ…
ସାନ୍ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...


