ଲକ୍ଷ୍ନୌ,୧୫।୬: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ସହ ଦଳ ପରିବର୍ତ୍ତନ ଓ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ବହୁଜନ ସାମଜ ପାର୍ଟି(ବିଏସ୍ପି)ରେ ଏବେ ବିଦ୍ରୋହ ଦେଖାଦେଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାୟାବତୀଙ୍କ ଦଳର ୯ଜଣ ବିଧାୟକ ଏବେ ବିଦ୍ରୋହକୁ ଓହ୍ଲାଇଛନ୍ତି। ଏହି ବିଦ୍ରୋହୀ ବିଧାୟକମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି(ଏସ୍ପି) କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ସାକ୍ଷାତାକର କରିଥିବା ଜଣାପଡ଼ିଛି। କୁହାଯାଉଛି, ଏହି ବିଧାୟକମାନେ ଖୁବ୍ଶୀଘ୍ର ଏସ୍ପିରେ ସାମିଲ ହୋଇପାରନ୍ତି। ତେବେ ସାକ୍ଷାତକାର ସମୟରେ ଏହି ୯ବିଦ୍ରୋହୀ ବିଧାୟକ ଓ ଅଖିଳେଶଙ୍କ ମଧ୍ୟରେ ୨୦୨୨ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...
୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ଆଧୁନିକ ବଙ୍ଗଳା: ମାସକୁ ଭଡ଼ା ୫ ହଜାରରୁ କମ୍…
ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍ ଜୋନ୍ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି।...
ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ।...
ନୂଆ ଆକ୍ରାନ୍ତ ସଂଖ୍ୟା ବଢ଼ିଲା, ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ
ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।...
କଳା କାର୍ବନ ହିମାଳୟ ପାଇଁ ବଡ଼ ବିପଦ, ଜାଣନ୍ତୁ କାହିଁକି
ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି।...
ଆଉ ଏକ ମହାଅଭିଯାନ କଲେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ମହାଅଭିଯାନ ଆରମ୍ଭ କରିଛନ୍ତି। ୨୬ଟି ରାଜ୍ୟର ୧୧୧ଟି ତାଲିମ କେନ୍ଦ୍ରରୁ କରୋନା ସ୍ବାସ୍ଥ୍ୟସେବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ...


