ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଗ୍ରୁପ୍ ବି’ରେ ଆର୍ଜେଣ୍ଟିନା ଚିଲି ବିପକ୍ଷ ଏହି ମ୍ୟାଚ୍କୁ ଡ୍ର ରଖିଛି। ୩୩ତମ ମିନିଟ୍ରେ ମେସିଙ୍କ ଫ୍ରି କିକ୍ ଜରିଆରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ସ୍କୋର କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ କିମ୍ବଦନ୍ତୀ ଫୁଟ୍ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମାରାଡୋନା ଗତ ନଭେମ୍ବରରେ ମାତ୍ର ୬୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ।
ଚଳିତ ମାସ ୩୪ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ମେସିଙ୍କ ପାଇଁ କୋପା ଆମେରିକା ଟାଇଟଲ ହାସଲର ଶେଷ ସୁଯୋଗ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ଭାବେ ଓ ନିଜ କ୍ଲବ ପାଇଁ ମେସି ଅସାଧାରଣ ଭାବେ ସଫଳତା ହାସଲ କରିଛନ୍ତି। ତେବେ ଆର୍ଜେଣ୍ଟିନା ପାଇଁ ସେ ସେତେଟା ସଫଳ ହୋଇପାରି ନାହାନ୍ତି। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚିଲି ତରଫରୁ ୫୭ତମ ମିନିଟ୍ରେ ଏଡୁଆର୍ଡୋ ଭର୍ଗାସ୍ ଏକ ଫିଲ୍ଡ ଗୋଲ ପ୍ରଦାନ କରି ମ୍ୟାଚ୍ର ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ ସ୍କୋର ହୋଇପାରି ନ ଥିଲା। ଫଳରେ ମ୍ୟାଚ୍ ଅମୀମାଂସିତ ରହିଥିଲା।
କୋଚ୍ ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ୧୬ ଓ ୧୮ତମ ମିନିଟ୍ରେ ୩ଟି ସୁଯୋଗ ହରାଇଥିଲା। ଲାଉଟାରୋ ମାର୍ଟିନେଜଙ୍କଠାରୁ ଗୋଟିଏ ଓ ନିକୋଲାସ ଗୋଞ୍ଜାଲେଜଙ୍କଠାରୁ ଦୁଇଟି ଗୋଲ ସୁଯୋଗ ହାତଛଡ଼ା ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଚିଲି ଅଧିକ ଆକ୍ରମଣାତ୍ମକ ଗୋଲ କରିଥିଲା। ଏଭି ଭିଡିଓ ରିଭ୍ୟୁ ପରେ ଚିଲି ଏକ ପେନାଲ୍ଟି ସୁଯୋଗ ମଧ୍ୟ ପାଇଥିଲା। ମେସି କ୍ରମାଗତ ଭାବେ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଆର୍ଜେଣ୍ଟିନା ଗୋଲ ଦେଇପାରି ନ ଥିଲା। ଗତ ସପ୍ତାହରେ ବିଶ୍ୱକପ୍ କ୍ୱାଲିଫାୟରରେ ଠିକ୍ ସମାନ ଢଙ୍ଗରେ ଆର୍ଜେଣ୍ଟିନା ୨-୨ ଗୋଲରେ ମ୍ୟାଚ୍ ଅମୀମାଂସିତ ରଖିଥିଲା। ମ୍ୟାଚ୍ ପରେ ମେସି ଅବଶ୍ୟ ଅସନ୍ତୋଷ ଜାହିର କରିଛନ୍ତି। ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଷ୍ଟ୍ରାଇକର ଗୋଞ୍ଜାଲେଜ୍ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିଛନ୍ତି। ଅନ୍ୟପଟେ ମେସିଙ୍କ ପ୍ରଦର୍ଶନ ବେଶ୍ ଭଲ ଥିଲା ବୋଲି ଚିଲିର ଭିଡାଲ କହିଛନ୍ତି। ମ୍ୟାଚ୍ ଡ୍ର ହୋଇଥିବାରୁ ଚିଲି କିନ୍ତୁ ବେଶ୍ ଖୁସି ଜାହିର କରିଛି। ଦୁଇ ସପ୍ତାହ ତଳେ ଚିଲି ବିପକ୍ଷରେ ୧-୧ ଗୋଲରେ ମ୍ୟାଚ୍ ଡ୍ର ରଖିଥିଲା। ୨୦୧୫ କୋପା ଆମେରିକା ଫାଇନାଲରେ ପେନାଲ୍ଟି ଜରିଆରେ ଚିଲି ମେସିଙ୍କ ଆର୍ଜେଣ୍ଟିନାକୁ ହରାଇ ଟାଇଟଲ ଜିତିଥିଲା। ତେବେ ଦୁଇ ବର୍ଷ ତଳେ ଏହି ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇଥିଲା। ଗ୍ରୁପ୍ ବି’ରେ ଏବେ ପାରାଗୁଏ ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ପରବର୍ତ୍ତୀ ମ୍ୟାଚ୍ରେ ଶୁକ୍ରବାର ଉରୁଗୁଏକୁ ଭେଟିବ। ଏହି ଦିନ ଚିଲି ଓ ବଲିଭିଆ ମୁହଁାମୁହିଁ ହେବେ। ସେହିପରି ଆଗାମୀ ସୋମବାର ଆର୍ଜେଣ୍ଟିନା ପାରାଗୁଏକୁ ଭେଟିବ।
ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ: ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ଓ୍ବିଲିୟମସନ
ସାଉଥାମ୍ପଟନ,୧୬ା୬(ପି.ଟି.)-ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବା ଲାଗି କେନ୍ ଓ୍ବିଲିୟମସନ ଉପଲବ୍ଧ ହେବେ। ଜୁନ୍ ୧୮ରୁ ଆରମ୍ଭ...
କ୍ରିକେଟ୍ ଇତିହାସରେ ଆଜି ଏକ ଖାସ୍ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..
କ୍ରିକେଟ ଇତିହାସରେ ଆଜି ଏକ ଖାସ୍ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍ ଟି-୨୦ କ୍ରିକେଟ...
ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା
ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...
ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍ ସସ୍ପେଣ୍ଡ
ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ...
ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍: ୧୦୦ ମିଟର ଫାଇନାଲରେ ଅମିୟ
ଭୁବନେଶ୍ୱର,୨୬।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍। ନେତାଜୀ ସୁଭାଷ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଏସ୍ଏନ୍ଆଇଏସ୍)ଠାରେ ଆରମ୍ଭ...
ଡବ୍ଲ୍ୟଟିସି ପୂର୍ବରୁ ଭାରତକୁ ଶକ୍ତ ଧକ୍କା
ସାଉଥାମ୍ପଟନ,୧୩।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ବିରାଟ...
ଫ୍ରେଞ୍ଚ୍ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...


