ସାଉଥାମ୍ପଟନ,୧୬ା୬(ପି.ଟି.)-ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବା ଲାଗି କେନ୍ ଓ୍ବିଲିୟମସନ ଉପଲବ୍ଧ ହେବେ। ଜୁନ୍ ୧୮ରୁ ଆରମ୍ଭ ହେବାକୁଥିବା ଏହି ମୁକାବିଲା ପାଇଁ ମୁଖ୍ୟ କୋଚ୍ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। କହୁଣିରେ ଇଞ୍ଜୁରି ଯୋଗୁ ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହୋଇ ନ ଥିଲେ। ଟମ୍ ଲଥାମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ ୮ ଉଇକେଟରେ ବିଜୟଲାଭ କରିଥିଲା। ପିଠିରେ ଇଞ୍ଜୁରି ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳି ନ ଥିବା ଉଇକେଟକିପର ବିଜେ ଓ୍ବାଟଲିଂଙ୍କୁ ମଧ୍ୟ ଦଳରେ ନିଆଯାଇଛି। ଓ୍ବିଲିୟମସନ ଓ ଓ୍ବାଟଲିଂ ଏକ ସପ୍ତାହ ଧରି ବିଶ୍ରାମ ଓ ରିହାବିଲିଟେଶନରେ ରହିଥିବାରୁ ଫାଇନାଲ ବେଳକୁ ସେମାନେ ଫିଟ୍ ହେବା ସହ ଉପଲବ୍ଧ ହେବେ ବୋଲି ଗ୍ୟାରୀ ଷ୍ଟେଡ୍ ଆଶା ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଇଂଲଣ୍ଡ ବିପକ୍ଷରେ ସେମାନେ ବିଜୟ ହାସଲ କରିଥିଲେ ହେଁ ଭାରତକୁ ସାମ୍ନା କରିବା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଭାରତ ବିଶ୍ୱର ଏକ ଅନ୍ୟତମ ଶକ୍ତିଶାଳୀ ଦଳ। ଏହି ଦଳରେ ଅନେକ ମ୍ୟାଚ ବିଜୟୀ ଖେଳାଳି ରହିଛନ୍ତି। ତେଣୁ ଏହି ଦଳକୁ ପରାସ୍ତ କରିବା ସହଜ ନୁହେଁ। ନ୍ୟୁଜିଲାଣ୍ଡ ଦଳରେ ଜଣେ ସ୍ପେଶାଲିଷ୍ଟ ସ୍ପିନର ୩୨ ବର୍ଷୀୟ ବାମହାତୀ ସ୍ପିନର ଏଜାଜ୍ ପଟେଲ ଏବଂ ଅଲରାଉଣ୍ଡର କଲିନ୍ ଗ୍ରାଣ୍ଡହୋମ୍ଙ୍କୁ ସ୍ଥାନ ଦେଇଛି। ସ୍ପେଶାଲିଷ୍ଟ ବ୍ୟାଟିଂ କଭର ପାଇଁ ଦଳରେ ଓ୍ବିଲ୍ ୟଙ୍ଗ୍ଙ୍କୁ ନିଆଯାଇଥିବା ବେଳେ ଟମ୍ ବ୍ଲଣ୍ଡେଲଙ୍କୁ ବ୍ୟାକ୍ଅପ୍ ଉଇକେଟକିପର ଭାବେ ଦଳରେ ସାମିଲ କରାଯାଇଛି। ଏଜବାଷ୍ଟନରେ ଏଜାଜ୍ଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ଏଜାସ ବାଓଲଠାରେ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆଶା କରାଯାଉଛି। ସମ୍ଭାବ୍ୟ ୨୦ ଜଣିଆ ଦଳରୁ ଯେଉଁ ୫ଜଣଙ୍କୁ ବାଦ୍ ଦିଆଯାଇଛି, ସେମାନେ ହେଲେ ଡଗ୍ ବ୍ରେସ୍ଓ୍ବେଲ, ଜାକବ ଡଫି, ଡେରିଲ୍ ମିଚେଲ, ରାଚିନ ରବୀନ୍ଦ୍ର ଓ ମିଚେଲ ସାଣ୍ଟନର।
ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ବିଲିୟମସନ (ଅଧିନାୟକ), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନ୍ଓ୍ବେ, କଲିନ୍ ଡି’ ଗ୍ରାଣ୍ଡ୍ହୋମ୍, ମ୍ୟାଟ୍ ହେନ୍ରୀ, କାଇଲ ଜେମିସନ, ଟମ୍ ଲଥାମ, ହେନ୍ରି ନିକୋଲ୍ସ, ଏଜାଜ୍ ପଟେଲ, ଟିମ୍ ସୌଦି, ରସ୍ ଟେଲର, ନିଲ୍ ଓ୍ବାଗନର, ବିଜେ ଓ୍ବାଟଲିଂ ଓ ଓ୍ବିଲ ୟଙ୍ଗ୍।
ଭାରତ ହାତକୁ ଆସୁନି ଆଇସିସି ଟ୍ରଫି
ନୂଆଦିଲ୍ଲୀ,୨୩।୬: ଅନ୍ତିମ ଥର ୨୦୧୩ରେ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଟ୍ରଫି। ତା’ ପରଠୁ ଖେଳାଯାଇଥିବା ୪ଟି ଆଇସିସି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫାଇନାଲ କିମ୍ବା...
ସେହ୍ବାଗ ଲଞ୍ଚ୍ କଲେ କ୍ରିକେଟ କୋଚିଂ ଓ୍ବେବ୍ସାଇଟ୍ କ୍ରିକୁରୁ
ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍ କରିଛନ୍ତି ନୂଆ ଓ୍ବେବ୍ସାଇଟ୍ ତଥା...
ବ୍ରାଜିଲ କୋଚ୍ ଟିଟେଙ୍କୁ ଜରିମାନା
ସାଓ ପାଉଲୋ,୨୫।୬: କୋଭିଡ୍-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍ ଟିଟେଙ୍କୁ ଭାରି...
କୋଚ୍ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି
ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ସଫଳତମ ବୋଲର ଅଶ୍ୱିନ
ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ଲକ୍ଷ୍ମଣଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ସେହ୍ବାଗ: ୪ ବର୍ଷ ଭିତରେ କରିଥିଲେ ପୂରଣ
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା...
କ୍ରିକେଟର୍ ସବୁଠୁ ‘ମହଙ୍ଗା ନୋ ବଲ୍’ର କାହାଣୀ ଜାଣନ୍ତୁ
୨୭ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଇତିହାସ ସୃଷ୍ଟି କରିଥିଲେ। କାରିବିଆନ ତାରକା ଲାରା ପ୍ରଥମ ଶ୍ରେଣୀ କ୍ରିକେଟରେ...


