ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍ରେ କିମ୍ବଦନ୍ତୀ ଫୁଟ୍ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କ ଜୀବନୀକୁ ନେଇ ଲାଇଟ୍ ଓ ପ୍ରୋଜେକ୍ସନ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ କୌଣସି ଦର୍ଶକ ଉପସ୍ଥିତ ନ ଥିଲେ ମଧ୍ୟ ଦକ୍ଷିଣ ଆମେରିକା ଫୁଟ୍ବଲ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍ମେବୋଲ ଦ୍ୱାରା ମାରାଡୋନାଙ୍କ ସମ୍ମାନରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ମାରାଡୋନା ମାତ୍ର ୬୦ ବର୍ଷରେ ମୃତ୍ୟୁବରଣ କରିଥିଲେ। ‘ଲିଭ୍ ଇଜ୍ ଲାଇଫ୍’ ନାମରେ ଏକ ୩ ମିନିଟ୍ର ଭିଡିଓ ମଧ୍ୟ କନ୍ମେବୋଲ ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରିତ କରାଯାଇଥିଲା। ଏହି ଗୀତ ମାରାଡୋନାଙ୍କ ପାଇଁ ବେଶ୍ ପ୍ରସିଦ୍ଧ ଥିଲା। ୧୯୮୯ରେ ବେୟନ୍ନ ମ୍ୟୁନିକ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ନାପୋଲି ତରଫରୁ ମାରାଡୋନା ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ନାପୋଲି ସହିତ ମାରାଡୋନା ଏହି ଗୀତ ସହିତ ଓ୍ବାର୍କଅପ କରିଥିଲେ। ସବୁ କ୍ଲବ ଓ ଆର୍ଜେଣ୍ଟିନା ତରଫରୁ ମାରାଡୋନା ଖେଳିଥିବା ମ୍ୟାଚ୍ର ଶାର୍ଟକୁ ମଧ୍ୟ ଏହି ଭିଡିଓରେ ପ୍ରଦର୍ଶନ କରାଯାଇଥିଲା। ମାରାଡୋନାଙ୍କ କ୍ରୀଡ଼ା ଜୀବନର ସବୁ ଗୌରବମୟ ମୁହୂର୍ତ୍ତକୁ ମଧ୍ୟ ଏଥିରେ ପ୍ରଦର୍ଶନ କରାଯାଇଥିଲା। ୧୯୮୬ରେ ମେକ୍ସିକୋ ରାଷ୍ଟ୍ରପତିଙ୍କଠାରୁ ମାରାଡୋନା ଗ୍ରହଣ କରୁଥିବା ବିଶ୍ୱକପ୍ ଟ୍ରଫିର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ପ୍ରଦର୍ଶନ କରାଯାଇଥିଲା। ଇତିହାସର ଶ୍ରେଷ୍ଠ ଫୁଟ୍ବଲରଙ୍କୁ ଆମେ ସମ୍ମାନ ଜଣାଉଛୁ ବୋଲି କନ୍ମେବୋଲ ତରଫରୁ କୁହାଯାଇଛି। ୨୦୦୧ରେ ବୋକା ଜୁନିୟର୍ସ ଛାଡିବା ବେଳେ ମାରାଡୋନା ଦେଇଥିବା ଭାଷଣ ସହ ଏହି ଭିଡିଓ ଶେଷ ହୋଇଥିଲା। ମୋ ସହ ଆପଣଙ୍କର ଥିବା ଭଲ ପାଇବା କେବେ ଶେଷ ନ ହେଉ ବୋଲି ମାରାଡୋନା ତାଙ୍କର ଏହି ଭାଷଣରେ କହିଥିଲେ।
‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’
ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧...
ରାଣୀ ଅଧିନାୟିକା, ଦୀପ୍ଗ୍ରେସ୍ ଓ ସବିତା ଉପଅଧିନାୟିକା
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...
ବେଙ୍ଗାଲୁରୁ ଏଫ୍ସି ପାଇଁ ଆଉ ୨ ବର୍ଷ ଖେଳିବେ ଛେତ୍ରୀ
ବେଙ୍ଗାଲୁରୁ, ୨୨ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍ସି ସହିତ ତାଙ୍କ ଚୁକ୍ତି ମିଆଦକୁ ଆହୁରି ୨ ବର୍ଷ ବୃଦ୍ଧି...
୨୪୯ ରନ୍ରେ ଅଟକିଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨ ରନ୍ର ଅଗ୍ରଣୀ ହାସଲ କରିଛି। ଏହା ପଛରେ ହାତ ଥିଲା...
କ୍ରାକ୍ଜିକ୍-ସାଲିସବୁରୀ ଚାମ୍ପିୟନ
ପ୍ୟାରିସ, ୧୧।୬- ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ...
ଅଶ୍ୱିନ୍ ଆଉଟ୍ ହେବାପରେ ଏମିତି କହିଦେଲେ ସ୍ତ୍ରୀ
ସାଉଥାମ୍ପଟନ୍,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍ରେ...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...
କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ
ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...


