E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କରୋନା ଭୂତାଣୁ କ’ଣ ଚାଇନାରେ ତିଆରି
9:04 amJune 16, 2021

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ (ପ୍ରାୟ ୪ ନିୟୁତ) ଲୋକଙ୍କର ଜୀବନ ନେଇ ସାରିଲାଣି। କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହେଲେଣି ଏବଂ ଭୁଶୁଡ଼ି ପଡ଼ିଲାଣି ଅନେକ ଦେଶର ଅର୍ଥନୀତି। ଏ ବିଭୀଷିକା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ବଳିଯାଇଥିବା କୁହାଯାଉଛି। ତେବେ ଆଜି ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରଣ କରି ହେଉନି, ଚାଇନାର ଉହାନଠାରେ ପ୍ରଥମେ ଏ ମାରାମତ୍କ ଭୂତାଣୁ ସୃଷ୍ଟି ହେଲା କିପରି। ଏଠାରେ ଅବସ୍ଥିତ ସେ ଦେଶର ପ୍ରତିରକ୍ଷା ବିଭାଗ ଅଧୀନରେ ପରିଚାଳିତ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’। ଏଠାରେ ବିବିଧ ନୂତନ ଭୂତାଣୁ ପ୍ରତିରୋଧୀ ଟିକା ଓ ଔଷଧ ପ୍ରସ୍ତୁତ ଲାଗି ଗବେଷଣା ଚାଲିଥିବା କୁହାଯାଉଥିଲା। ଏଣୁ ଚାଇନାର ଚିରଶତ୍ରୁ ଆମେରିକା ମଧ୍ୟ ଏହାକୁ ଆର୍ଥିକ ଏବଂ ବୈଷୟିକ ସାହାଯ୍ୟ ପ୍ରଦାନ କରୁଥିଲା। ତେବେ ପ୍ରକୃତରେ ଏହା ବିଶ୍ୱରେ ନିଷିଦ୍ଧ ହୋଇଥିବା ଜୈବିକ ଅସ୍ତ୍ର ଗୋପନରେ ତିଆରି କରିବା ଲାଗି ଅଭିପ୍ରେତ ବୋଲି ସନ୍ଦେହ ଅନେକ ଦିନୁ ଆରମ୍ଭ ହୋଇଥିଲା। ତେଣୁ ଏହିଠାରେ ହିଁ ଏହି ମାରାମତ୍କ ଭୂତାଣୁଟି ଜିନୀୟ ପରିବର୍ତ୍ତନ ମାଧ୍ୟମରେ ତିଆରି କରାଯାଇଥିବା ଆମେରିକା, ଇଂଲଣ୍ଡ ସମେତ ବହୁ ଦେଶର ବୈଜ୍ଞାନିକ ମତ ଦେବାକୁ ଲାଗିଲେ। ତେବେ ଏହା ସେଠାର ମାଂସ ବଜାରରେ ବାଦୁଡ଼ିଠାରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଦାବି କରି ଚାଇନା ଏ ପ୍ରଶ୍ନକୁ ଏଡ଼ାଇ ଚାଲିଲା। ଅନ୍ୟପକ୍ଷରେ, କ୍ରମେ ବିଭିନ୍ନ ଆନୁଷଙ୍ଗିକ ଘଟଣାମାନ ବିଚାରକୁ ନେଇ କରାଯାଉଥିବା ଅଧ୍ୟୟନ ଓ ଗବେଷଣାରୁ ଏହା ସେଠାର ବିଜ୍ଞାନାଗାର ମଧ୍ୟରେ କୃତ୍ରିମ ଉପାୟରେ ତିଆରି କରାଯାଇଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏହାକୁ ଆହୁରି ଅଧିକ ଘନ କରିଛି ସେଠାକୁ ଯାଇ ଏ ବିଷୟରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବାକୁ ବିଶ୍ୱ ସ୍ଥାସ୍ଥ୍ୟ ସଂସ୍ଥାର ବିଶେଷଜ୍ଞମାନଙ୍କୁ ଚାଇନା ଅନୁମତି ନ ଦେବା। ଏଣୁ କେତେକ ବୈଜ୍ଞାନିକ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଲାଗିଲେଣି ଯେ କୋଭିଡ୍‌-୧୯ ଭୂତାଣୁ ସେଠାର ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ର ଗବେଷଣାଗାରରେ ହିଁ ତିଆରି କରାଯାଇଥିଲା ଏବଂ ସମ୍ଭବତଃ ତାହାକୁ ବାଦୁଡ଼ି ଦେହରେ ପରୀକ୍ଷା କରାଯାଇଥିଲା।
ଏଭଳି ମତ ଦେଉଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଲେ ଇଂଲଣ୍ଡର ପ୍ରଫେସର ଆଂଗୁସ ଡାଲ୍‌ଗ୍ଲେଇସ ଏବଂ ନରଓ୍ବେର ଡକ୍ଟର ବିର୍‌ଗର୍‌ ସୋରେନସେନ। ନିକଟରେ (ମେ ୨୦୨୧ ଶେଷ ସପ୍ତାହରେ) ସେମାନେ ଘୋଷଣା କରିଛନ୍ତି ଯେ, ଏ ଭୂତାଣୁର କୌଣସି ବିଶ୍ୱାସଯୋଗ୍ୟ ପୂର୍ବ ପୁରୁଷ ନାହିଁ। ଏଣୁ ତାହା ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ରେ ହିଁ ତିଆରି ହୋଇଛି। ଏହାକୁ ତିଆରି କରିଛନ୍ତି ସେଠାର ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପର ବୈଜ୍ଞାନିକମାନେ। ଚାଇନାର ଗୁମ୍ଫାଗୁଡ଼ିକରେ ବାସ କରୁଥିବା ବାଦୁଡ଼ିଠାରେ ଥିବା ଏକ ପ୍ରକାର ଭୂତାଣୁ ନେଇ ତାହାର ଜିନୀୟ ପରିବର୍ତ୍ତନ ଆଣି ତା’ ଦେହରେ ନୂତନ ପ୍ରୋଟିନ ଶୁଣ୍ଢଟିଏ ସୃଷ୍ଟି କରିବା ଫଳରେ ଏହାର ଉତ୍ପନ୍ନ ହୋଇଛି।
ଡାଲ୍‌ଗ୍ଲେଇସ ଏବଂ ସୋରେନସେନ ଭୂତାଣୁ ନମୁନାଗୁଡ଼ିକରେ କିଛି ‘ଅନନ୍ୟ ଅଙ୍ଗୁଳି ଛାପ’ ଆବିଷ୍କାର କରିଛନ୍ତି, ଯାହା କି ସେମାନଙ୍କ ମତରେ କେବଳ ବିଜ୍ଞାନାଗାର ମଧ୍ୟରେ କୃତ୍ରିମ ପରିବର୍ତ୍ତନ ମାଧ୍ୟମରେ ହିଁ ସମ୍ଭବ। ତେବେ, ଏହାର ସଂକ୍ରମଣ ବିଶ୍ୱକୁ ବ୍ୟାପିଗଲା ପରେ ସେଠାର ସରକାର ଏହା ସମ୍ପର୍କରେ ସୂଚନାମାନ ନଷ୍ଟ କରିବାରେ ଲାଗିଛନ୍ତି। ବିଗତ ମେ ୩୦, ୨୦୨୧ ସଂଖ୍ୟା ‘ଦି ଡେଲିମେଲ’ରେ ପ୍ରକାଶିତ ବିବରଣୀ ଅନୁସାରେ ଉପରୋକ୍ତ ବୈଜ୍ଞାନିକ ଦ୍ୱୟ ‘ଦ କ୍ୱାର୍ଟରଲି ରିଭ୍ୟୁ ଅଫ ବାଇଓ ଫିଜିକ୍‌ସ ଡିସ୍‌କଭରୀ’ ପତ୍ରିକାରେ ୨୨ ପୃଷ୍ଠା ସମ୍ବଳିତ ବୈଜ୍ଞାନିକ ନିବନ୍ଧଟିଏ ପ୍ରକାଶ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏ ଭୂତାଣୁର ଶୁଣ୍ଢରେ ୪ଟି ଯୁକ୍ତ ଚାର୍ଜ ବିଶିଷ୍ଟ ଆମିନୋ ଅମ୍ଳ ରହିଛି। ଏଣୁ ତାହା ସହଜରେ ମଣିଷର ବିଯୁକ୍ତ ଚାର୍ଜ ଯୁକ୍ତ ଅଙ୍ଗ ସହିତ ଯୋଡ଼ି ହୋଇଯାଉଛି। ଯୁକ୍ତ ଚାର୍ଜ ବିଶିଷ୍ଟ ଆମିନୋ ଅମ୍ଳ ପରସ୍ପରକୁ ବିକର୍ଷଣ କରନ୍ତି। ଏଣୁ ପ୍ରାକୃତିକ ଭୂତାଣୁ ବା ଅନ୍ୟ ସୂକ୍ଷ୍ମ ଜୀବଙ୍କଠାରେ ଏହା ଗୋଟିଏ ଧାଡ଼ିରେ ୩ଟି ମଧ୍ୟ ଦେଖାଯିବା ବିରଳ। କେବଳ କୃତ୍ରିମ ଉପାୟରେ ହିଁ ଏହା ସମ୍ଭବ । ଅତଏବ ନିଃସନ୍ଦେହରେ କୋଭିଡ୍‌-୧୯ ଭୂତାଣୁଟି ଏକ ‘ଚିମର (ସଂକର) ଏବଂ ତାହା ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପ ଦ୍ୱାରା ହିଁ ପ୍ରସ୍ତୁତ।
ଇତିମଧ୍ୟରେ ‘ଡ୍ରାଷ୍ଟିକ’ ନାମକ ଏକ ଆନ୍ତର୍ଜାତିକ ସଙ୍ଗଠନ ଏହାର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ ଚଳାଇଛି ଇଣ୍ଟରନେଟ ମାଧ୍ୟମରେ କିଛି ସଂପୃକ୍ତ ଗବେଷକ ତଥା ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରି। ନିଜର ନାମ ଗୋପନ ରଖି ଟୁଇଟରରେ ‘ଦ ସିକର’ ରୂପେ ପରିଚୟ ପ୍ରଦାନ କରି ଜଣେ ଭାରତୀୟ ମଧ୍ୟ ଏଥିସହିତ ସାମିଲ ହୋଇଛନ୍ତି। ସେମାନେ ଏଥିରୁ ପ୍ରାପ୍ତ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରି ଏ ଭୂତାଣୁ ଚାଇନାର ବିଜ୍ଞାନାଗାରରେ ପ୍ରସ୍ତୁତ ହୋଇଥିବାର ସମ୍ଭାବନା ଉଜ୍ଜ୍ୱଳ ବୋଲି ମତ ଦେଉଛନ୍ତି। ସେହିପରି ପୁଣେର ବୈଜ୍ଞାନିକ ଦମ୍ପତି ଡକ୍ଟର ମୋନାଲି ସି ରାହଲକର (ଅଗରକର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ) ଏବଂ ଡକ୍ଟର ରାହୁଲ ବାହୁଲିକର (ବିଏଆଇଏଫ ଡେଭେଲପମେଣ୍ଟ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ) ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଚାଇନାର ଗବେଷକମାନଙ୍କ ପୁରୁଣା ତଥ୍ୟମାନ ସଂଗ୍ରହ କରି ଏ ଦିଗରେ ଅନୁଧ୍ୟାନ ଚଳାଇଛନ୍ତି। ଏମାନେ ମଧ୍ୟ ‘ଡ୍ରାଷ୍ଟିକ’ ସହିତ ସଂପୃକ୍ତ।
ସେମାନଙ୍କ ଦ୍ୱାରା ସଂଗୃହୀତ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ୨୦୧୨ ମସିହାରେ ଚାଇନାର ଉହାନ ନିକଟବର୍ତ୍ତୀ ମୋଜିଆଙ୍ଗ ଖଣି ଅଞ୍ଚଳର ବାଦୁଡ଼ିଗୁଡ଼ିକ ବାସ କରୁଥିବା ଏକ ଗୁମ୍ଫାକୁ ପରିଷ୍କାର କରିବା ଲାଗି ଛ’ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। କିଛିଦିନ ପରେ ସେମାନଙ୍କ ମଧ୍ୟରୁ ତିନିଜଣ ନିମୋନିଆ ଭଳି ଲକ୍ଷଣ ଥିବା ଏକ ନୂତନ ରୋଗରେ ପ୍ରାଣ ହରାଇଥିଲେ। ସେମାନେ ଏକ କବକ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ୨୦୧୩ ମସିହାରେ ମତ ଦେଇଥିଲେ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ର ନିର୍ଦ୍ଦେଶିକା ଡକ୍ଟର ଶି ଝେଂଗଲୀ। ତେବେ ଉପରୋକ୍ତ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ସମେତ ‘ଡ୍ରାଷ୍ଟିକ’ର ଅନ୍ୟମାନେ ଦାବି କରୁଛନ୍ତି ଯେ, ତାହା ଥିଲା ଚିହ୍ନଟ ହୋଇ ନ ଥିବା କରୋନା ଭୂତାଣୁର ଏକ ନୂତନ ରୂପ। ସେମାନେ ଏହାକୁ ନେଇ ବାଢ଼ୁଥିବା ଯୁକ୍ତି ଅନୁସାରେ ଏହି ଖଣି ଶ୍ରମିକଙ୍କଠାରେ ପ୍ରକଟିତ ଲକ୍ଷଣଗୁଡ଼ିକ ମଧ୍ୟରେ ଥିଲା ନିମୋନିଆ ସଦୃଶ୍ୟ ଏବଂ ଶ୍ୱାସକ୍ରିୟାଜନିତ। ପୁନଶ୍ଚ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଔଷଧଗୁଡ଼ିକ ମଧ୍ୟରେ ଏକ ଭୂତାଣୁ ନିରୋଧକ ଥିଲା ବୋଲି ଜଣାପଡିଛି ଜନୈକ ସ୍ନାତକୋତ୍ତର ଛାତ୍ର ଲି ଜୁଙ୍କ ଲିଖିତ ସନ୍ଦର୍ଭରୁ । ଏହା ବ୍ୟତୀତ ‘ଦ ସନ୍‌ଡେ ଟାଇମ୍ସ’ର ଏକ ବିବରଣୀ ଅନୁସାରେ ୨୦୧୫ ମସିହାରୁ ୨୦୧୭ ମସିହା ମଧ୍ୟରେ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ଦ୍ୱାରା ପ୍ରକାଶିତ ନିବନ୍ଧଗୁଡ଼ିକ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପର ପରୀକ୍ଷାଗୁଡ଼ିକ ଥିଲା ବିବାଦମାନ ଏବଂ ଭୂତାଣୁକୁ ଅଧିକ ସଂକ୍ରମଣକ୍ଷମ କରିବା ଥିଲା ଏହାର ଭିତିରି ଉଦ୍ଦେଶ୍ୟ; ଯାହା କି ଜୈବିକ ଅସ୍ତ୍ରରୂପେ ବ୍ୟବହାର କରିହେବ। ଏ ଚିନ୍ତାଧାରାକୁ ଶକ୍ତିଶାଳୀ କରେ ଡକ୍ଟର ଶି ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ୨୦୨୦ ମସିହା ଫେବୃୟାରୀ ମାସରେ ‘ନେଚର’ ଗବେଷଣା ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ର। ଏଥିରେ ସେମାନେ ଏକ ନୂତନ ଭୂତାଣୁ (Ra TG 13) ବିଷୟରେ ସୂଚନା ଦେଇଥିଲେ; ଯାହା କି ଜିନୀୟ ସାମ୍ୟତା ଦୃଷ୍ଟିରୁ କୋଭିଡ୍‌-୧୯ର ‘ସମ୍ପର୍କୀୟ’। ଏହା ୨୦୦୩ ମସିହାରେ ଉହାନଠାରେ ଦେଖାଯାଇଥିବାର ସେଥିରେ ଉଲ୍ଲେଖ ଥିଲା କିନ୍ତୁ, ତା’ ବିଷୟରେ ବିଶେଷ କିଛି ତଥ୍ୟ ପ୍ରଦାନ କରାଯାଇ ନ ଥିଲା। ଅନ୍ୟପକ୍ଷରେ ଏବର ଗବେଷଣା ସହିତ ସଂପୃକ୍ତ ଅନେକ ବୈଜ୍ଞାନିକ ଇତିମଧ୍ୟରେ ‘ନିଖୋଜ’ ହୋଇଗଲେଣି। ସେମାନଙ୍କୁ ବନ୍ଦୀ କିମ୍ବା ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।
ଏ ସମସ୍ତ ଅଭିଯୋଗକୁ ଖୋରାକ ଯୋଗାଉଛି ଚାଇନାର ମନୋଭାବ- ଏହା ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତିକ ସଙ୍ଗଠନକୁ ସେ ଦେଶରେ ଏ ଭୂତାଣୁର କିପରି ଉତ୍ପତ୍ତି ଘଟିଲା ଏବଂ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ତଥା ଏହାର ‘ଗେନ୍‌ ଅଫ ଫଙ୍କ୍‌ସନ’ ପ୍ରକଳ୍ପ ସମେତ ବିବିଧ ସନ୍ଦେହଜନକ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଦେଉନାହିଁ। କେବଳ ଏହା ମନଗଢ଼ା ମନେହେଉଥିବା ତା’ ନିଜ କଥା ଦୋହରାଇବାରେ ଲାଗିଛି ଯେ, ଭୂତାଣୁଟି ଉହାନର ମାଂସ ବଜାରରେ ବାଦୁଡ଼ିଠାରେ ସୃଷ୍ଟି ହୋଇ ମଣିଷକୁ ସଂକ୍ରମଣ କଲା ଏବଂ ସମସ୍ତେ ଏହାକୁ ଗ୍ରହଣ କରନ୍ତୁ ବୋଲି ଜିଦ୍‌ ଧରି ବସିଛି। କିନ୍ତୁ ଏହା ମନେହେଉଛି ‘ଚୋର ମୁହଁ ଟାଣ’ ଭଳି। ଏପରିସ୍ଥଳେ, ଏବେ ସାରା ବିଶ୍ୱ ଏକ ହୋଇ ଚାଇନାକୁ ଏ ଦୋଷରେ ଦୋଷୀ ବୋଲି ପ୍ରମାଣକୁ ନିଶ୍ଚିତ କରିବା ଏବଂ ଏହାକୁ ମାନବ ସମାଜ ବିରୋଧରେ କରିଥିବା ଏହି ପାପର ପ୍ରାୟଶ୍ଚିତ୍ତ କରିବାକୁ ବାଧ୍ୟ କରିବା ଏକାନ୍ତ ଆବଶ୍ୟକ।
ଉଷାନିବାସ,୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୯୮୫୭୬୭


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...

କଲେ ମଲ, ନ କଲେ ଭଲ

ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...

ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ

ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍‌ ମହାମାରୀର ପ୍ରଭାବ ଏହାର...

ମୀମାଂସା ଦର୍ଶନ

ଡା. ଗୋପାଳ ଚନ୍ଦ୍ର ଦାଶ ଷଟ୍‌ ଦର୍ଶନ ମଧ୍ୟରେ ମୀମାଂସା ଦର୍ଶନ ବୃହତ୍ତମ। ଏହାର ସ୍ବତ୍ରସଂଖ୍ୟା ୨୬୪୪। ଅନ୍ୟ ପାଞ୍ଚଗୋଟି ଦର୍ଶନରେ ଯେତିକି ସ୍ବତ୍ର ଅଛି,...

ବଡ଼ ଝଟକା

ଏୟାର ଇଣ୍ଡିଆର ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଅଟକି ରହିଛି। କୋଭିଡ୍‌ ମହାମାରୀ ଏହାକୁ ଆହୁରି ବିଳମ୍ବ ବି କରିଦେଇଛି। ଜଟିଳ ପରିସ୍ଥିତିରେ ଥିବା ଏୟାର...

ଏଇ ଭାରତରେ

ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍‌ ଟିକାକରଣରେ ବେଶି ସାମିଲ ହୋଇପାରୁ...

ଇମ୍ରାନ୍‌ଙ୍କ ମନ୍ତବ୍ୟ

ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ନିକଟରେ...

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
‘ଭାରତ ଜିତିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌’
Next Post Next post:
ରୟତି ଜମିରୁ ବେଆଇନ ଗଛକଟା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts