ବଇଣ୍ଡା,୧୬ା୬
(ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ ବ୍ୟବସ୍ଥା ପରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ପଞ୍ଚାୟତକୁ। ହେଲେ ୧୨ ଲକ୍ଷ ୯୮ ହଜାର ୫୩୧ ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ କରୁନି ସ୍ଥାନୀୟ ପ୍ରଶାସନ। ଫଳରେ ଆଠମଲ୍ଲିକ ଉପଖଣ୍ଡରେ ଲାଗିଥିବା ୨୯ ଷ୍ଟ୍ରିଟ୍ ଲାଇଟ୍ରୁ ୬ଟିର ସଂଯୋଗ କାଟିଦିଆଯାଇଛି। ଶୀଘ୍ର ପଦକ୍ଷେପ ନିଆ ନ ଗଲେ ବାକି ଷ୍ଟ୍ରିଟ୍ଲାଇଟ୍ଗୁଡ଼ିକୁ ମଧ୍ୟ ଲିଭାଇ ଦେବ ବିଦ୍ୟୁତ୍ ବିଭାଗ।
ଆଠମଲ୍ଲିକ ବ୍ଲକର ପାଇକସାହି ପଞ୍ଚାୟତରେ ଲାଗିଛି ଗୋଟିଏ ଷ୍ଟ୍ରିଟ ଲାଇଟ୍। ଏ ବାବଦରେ ୫୩ ହଜାର ୭୪୨ ଟଙ୍କାର ବିଦ୍ୟୁତ୍ ବିଲ୍ ପଞ୍ଚାୟତ ଉପରେ ବକେୟା ରହିଛି। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ଦେୟ ପୈଠ କରୁନି ପ୍ରଶାସନ। ସେହିପରି ମଇମୁରା ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବାବଦରେ ୨୬ ହଜାର ୯୮୦ ଟଙ୍କା, ଠାକୁରଗଡ ପଞ୍ଚାୟତ ଗଣେଶ ବଜାରରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବାବଦରେ ୨୯ ହଜାର ୯୯୦ ଟଙ୍କା, ଲକ୍ଷ୍ମୀବଜାର ଷ୍ଟ୍ରିଟ ଲାଇଟ୍ ବାବଦରେ ୨୬ ହଜାର ୯୯୦ ଟଙ୍କା ଓ ନାକିଚି ରୋଡ୍ ଷ୍ଟ୍ରିଟ ଲାଇଟ୍ ବିଲ୍ ବାବଦ ୩୫ ହଜାର ୨୫୨ ଟଙ୍କା ବାକି ରହିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଦେୟ ଦେଉ ନ ଥିବାରୁ ଉପରୋକ୍ତ ୪ଟି ଷ୍ଟ୍ରିଟ୍ ଲାଇଟ୍ରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଆଠମଲ୍ଲିକ ଏନ୍ଏସି କଇଁତ୍ରାଗଡଠାରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବାବଦରେ ୪ ଲକ୍ଷ ୨୪ ହଜାର ୬୨୮ ଟଙ୍କା, ଏନ୍ଏସି ଅଫିସରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବାବଦରେ ୨୨ ହଜାର ୬୨୯ ଟଙ୍କା, ଲିପ୍ତଙ୍ଗା ଷ୍ଟ୍ରିଟ ଲାଇଟ୍ ପାଇଁ ୬ ହଜାର ୩୯୦ ଟଙ୍କା, ବରଙ୍ଗା ଷ୍ଟ୍ରିଟ ଲାଇଟ୍ ପାଇଁ ୧୪ ହଜାର ୭୭୦ ଟଙ୍କା, ମାଣିକପଥର ଷ୍ଟ୍ରିଟ୍ ଲାଇଟ୍ ବାବଦରେ ୧୧ ହଜାର ୯୭୨ ଟଙ୍କାର ବିଲ୍ ବାକି ରହିଛି। କିଆକଟା ପଞ୍ଚୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବିଲ୍ ବାବଦରେ ୭୦ ହଜାର ୩୯୩ ଟଙ୍କା, ଟୁସର ପଞ୍ଚାୟତରେ ୬ ହଜାର ୬୦୩ ଟଙ୍କା, ମାଧପୁର ପଞ୍ଚାୟତରେ ୯ ହଜାର ୬୭ ଟଙ୍କା ଓ କୁଦଗାଁ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବାବଦରେ ୩୫ ହଜାର ୨୫୨ ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରହିଛି। କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଉପରେ ୭୨ ହଜାର ୯୩ ଟଙ୍କା, ଧଉରାପାଲି ପଞ୍ଚାୟତ ଉପରେ ୧୬ ହଜାର ୧୧୦ ଟଙ୍କା, ହିମିତିରା ପଞ୍ଚାୟତ ଉପରେ ୨୯ ହଜାର ୮୫୨ ଟଙ୍କା, ବିଲେଇନାଳି ପଞ୍ଚାୟତ ଉପରେ ୩୩ ହଜାର ୨୩ ଟଙ୍କା, ହଣ୍ଡପା ପଞ୍ଚାୟତ ଉପରେ ୩୧ ହଜାର ୬୨୧ ଟଙ୍କା, କଣ୍ଟେଇକୋଳିଆ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ବାବଦରେ ୬ ହଜାର ୭୬୬ ଟଙ୍କା, ନୁନୁକାପଶି ପଞ୍ଚାୟତ ଉପରେ ୩୧ ହଜାର ୬୪୯ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ରହିଛି। ରଣିଆକଟା ପଞ୍ଚାୟତ ୩୫ ହଜାର ୫୫ ଟଙ୍କା, ବାମୁର ପଞ୍ଚାୟତ ୩୯ ହଜାର ୭୮୧ ଟଙ୍କା, ଅଙ୍ଗପଡା ପଞ୍ଚାୟତ ୧୭ ହଜାର ୮୫୪ ଟଙ୍କା, କଦଳୀମୁଣ୍ଡା ପଞ୍ଚାୟତ ୬୨ ହଜାର ୩୯୯ ଟଙ୍କା, ସଞ୍ଜାମୁରା ପଞ୍ଚାୟତ ୫୧ ହଜାର ୮୮୮ ଟଙ୍କା, ନାକିଚି ପଞ୍ଚାୟତ ୬୩ ହଜାର ୫୫୦ ଟଙ୍କା ଷ୍ଟ୍ରିଟ୍ ଲାଇଟ୍ ବାବଦ ବିଦ୍ୟୁତ୍ ବିଲ୍ ବାକି ରଖିଛନ୍ତି। ବିଲ୍ ପୈଠ କରାଯାଇ ନ ଥିବା ଯୋଗୁ ନାକିଚି ଓ ସଞ୍ଜାମୁରା ଷ୍ଟ୍ରିଟ୍ ଲାଇଟ୍ରୁ ସଂଯୋଗ କାଟି ଦିଆଯାଇଛି। ଅନ୍ୟ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକରୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଗଲେ ଉପଖଣ୍ଡର କେତେକ ପଞ୍ଚାୟତ, ବଜାର ଓ ଏନ୍ଏସି ଅଞ୍ଚଳର ବହୁ ଛକ ରାତିରେ ଅନ୍ଧାରରେ ରହିବ। ଏହାଦ୍ୱାରା ଜନସାଧାରଣ ରାତିରେ ଯାତାୟାତରେ ଅସୁବିଧାରେ ପଡ଼ିବେ। ଏ ନେଇ କିଶୋରନଗର ବିଡିଓ ଶ୍ୟାମଳ କୁମାର ରାଏ କହିଛନ୍ତି, ଷ୍ଟ୍ରିଟ ଲାଇଟ୍ ବାବଦ ବକେୟା ଥିବା ବିଦ୍ୟୁତ୍ ବିଲ୍ ପୈଠ ନିମନ୍ତେ ପଞ୍ଚାୟତଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ।
ପଦକ୍ଷେପ ନେଉନି ପଞ୍ଚାୟତ
ଷ୍ଟ୍ରିଟ ଲାଇଟ୍ ଗୁଡିକର ବିଲ୍ ପଞ୍ଚାୟତ ପକ୍ଷରୁ ଦିଆଯାଉ ନାହିଁ। ଏ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ବହୁବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଚିଠି କରାଯାଇଛି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ୬ଟି ଷ୍ଟ୍ରିଟ ଲାଇଟ୍ରୁ ସଂଯୋଗ କାଟି ଦିଆଯାଇଛି। ତୁରନ୍ତ ବିଲ୍ ଦେବାକୁ ନିବେଦନ କରାଯାଉଛି।
-ସିପକ ଦାସ, ଏସ୍ଡିଓ, ବଇଣ୍ଡା ବିଦ୍ୟୁତ୍ ବିଭାଗ
ସ୍ବତନ୍ତ୍ର ପାଣ୍ଠିରୁ ଦେୟ ଦିଆଯାଉ
ପଞ୍ଚାୟତଗୁଡ଼ିକରେ ଷ୍ଟ୍ରିଟ ଲାଇଟ୍ ଲଗାଇବା ବାବଦରେ ସରକାର ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କି ବିଲ୍ ପୈଠ କରାଯାଉ ନାହିଁ। ପଞ୍ଚାୟତ ଓ ଏନ୍ଏସି କର୍ତ୍ତୃପକ୍ଷ ସ୍ବତନ୍ତ୍ର ପାଣ୍ଠିରୁ ଦେୟ ଦେବା ଦରକାର। ଏହା କରାଗଲେ ସରକାରୀ ଯୋଜନାର ସୁଫଳ ମିଳିବ।
-ଅଞ୍ଜନ କୁମାର ପ୍ରଧାନ, ଆଠମଲ୍ଲିକ
ବିଡିଓଙ୍କୁ ଚିଠି କରାଯାଇଛି
ଷ୍ଟ୍ରିଟ ଲାଇଟ୍ ବାବଦ ବିଲ୍ ଦେବାକୁ ପଞ୍ଚାୟତ ପକ୍ଷରୁ ବିଡିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ହେଲେ ବ୍ଲକ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି। ଶୀଘ୍ର କିଭଳି ବିଲ୍ ପୈଠ କରାଯିବ ସେ ନେଇ ବ୍ଲକ ପ୍ରଶାସନକୁ ପୁନର୍ବାର ଅବଗତ କରାଯିବ।
-ସତ୍ୟାନଦ ରାଉତ, ସରପଞ୍ଚ, ମଇମୁରା
ପରିଚାଳନାରେ ପ୍ରଶାସନ ବିଫଳ
ପଞ୍ଚାୟତରେ ଥିବା ଛକ, ବଜାରର ଆଲୋକୀକରଣ ପାଇଁ ସରକାର ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ଏହାର ପରିଚାଳନା କରିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ବିଫଳ ହେଉଛନ୍ତି। ଠାକୁରଗଡ ଷ୍ଟ୍ରିଟ୍ ଲାଇଟ୍ରୁ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଥିବାରୁ ବଜାର ଅଞ୍ଚଳ ରାତିରେ ଅନ୍ଧାରରେ ରହୁଛି।
-ବିଭୁ ପ୍ରସାଦ ସେନାପତି, ଠାକୁରଗଡ
ଆଲୋକୀକରଣ ଅର୍ଥ ପାଣିରେ ପଡ଼ିବ
ସରକାରୀ ଅର୍ଥର ଠିକ୍ ବ୍ୟବହାର କରାଯାଉ ନାହିଁ। ଷ୍ଟ୍ରିଟ ଲାଇଟ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନି କି ପ୍ରତି ମାସରେ ବିଦ୍ୟୁତ୍ ବାବଦ ବିଲ୍ ଦିଆଯାଉନି। ବିଭାଗୀୟ କର୍ତ୍ତୃପକ୍ଷ ସଂଯୋଗ ବିଚ୍ଛିନ୍ନ କଲେ ଆଲୋକୀକରଣ ବାବଦ ଖର୍ଚ୍ଚ ହୋଇଥିବା ଅର୍ଥ ପାଣିରେ ପଡ଼ିବା ସାର ହେବ।
-ସୁଶାନ୍ତ ସାହୁ, ସଞ୍ଜାମୁରା
Posted inଅନୁଗୋଳ, ଆମ ଜିଲା ଖବର View All
କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା
ଛେଣ୍ଡିପଦା,୨୧ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...
ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍
କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...
ମୁଖ୍ୟ ଚାଷକୁ ଫେରିବ ମାଣ୍ଡିଆ
ଅନୁଗୋଳ ଅଫିସ, ୧୪ା୬: ଅନୁଗୋଳ ଜିଲାର ଖେତକୁ ଫେରିବ ମାଣ୍ଡିଆ। ମୁଖ୍ୟ ଚାଷରେ ପୁଣି ଯୋଡ଼ିହେବ ଏହି ଫସଲ। ଚାଉଳ ପରି ଏହାର ଚାହିଦା ବଢ଼ୁଥିବାରୁ ଆବଶ୍ୟକ...
ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ
କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍ପ୍ଲେ...


