ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସିରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାଦାନ କରାଯାଉଛି। କୋଭାକ୍ସିନ୍ର ଦୁଇ ଡୋଜ୍ ମଧ୍ୟରେ ସମୟସୀମା ବୃଦ୍ଧି କରାଯାଇ ନାହି। ତେବେ କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ସମୟସୀମା ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର କରୋନା ଭାଇରସ୍ ଭାକ୍ସିନେଶନ୍ ଆଡଭାଇଜରୀ ଗ୍ରୁପ୍ ଏକ୍ସପର୍ଟଙ୍କ ପରାମର୍ଶକୁ ଅଣଦେଖା କରି କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଏପରି କରିଛନ୍ତି। ଆଡଭାଇଜରୀ ଗ୍ରୁପ୍ ପକ୍ଷରୁ ଦୁଇ ଡୋଜ୍ ମଧ୍ୟରେ ସମୟସୀମା ୮ରୁ ୧୨ ସପ୍ତାହ ରଖିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିବା ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମେ ୧୩ରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଡୋଜ୍ର ସମୟ ସୀମାକୁ ୬-୮ ସପ୍ତାହରୁ ବଢ଼ାଯାଇ ୧୨-୧୬ ସପ୍ତାହ କରାଯାଇଥିଲା। ସେତେବେଳେ ଦେଶରେ ଭାକ୍ସିନ୍ର ଅଭାବଥିବା ସହିତ କରୋନା ମହାମାରୀ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିଲା। ଦେଶରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍ ଅପ୍ ଇମ୍ୟୁନାଇଜେଶନ ଗ୍ରୁପ୍ ଗଠନ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ବ୍ରିଟେନ୍ରୁ ମିଳିଥିବା ଡାଟା ଆଧାରରେ କୋଭିଶିଲ୍ଡ୍ର ଦୁଇ ଡୋଜ୍ ମଧ୍ୟରେ ସମୟ ସୀମା ବୃଦ୍ଧି ହୋଇଛି। ତେବେ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍ ଅପ୍ ଇମ୍ୟୁନାଇଜେଶନ ଗ୍ରୁପ୍ର ୧୪ ଜଣିଆ ସଦସ୍ୟଙ୍କ ମଧ୍ୟରେ ୩ ଜଣ ସଦସ୍ୟ ଏହାର ବିରୋଧ କରିଥିଲେ। ଉପଲବ୍ଧ ଡାଟା ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଥିଲେ। ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଅଭିଯୋଗ ହୋଇଛି।
କୋଭିଶିଲ୍ଡ ଡୋଜ୍ ସମୟସୀମା ବୃଦ୍ଧି: ବିଶେଷଜ୍ଞ କମିଟି ପରାମର୍ଶକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର…
Posted inକରୋନା ଭାଇରସ୍, ଜାତୀୟ View All
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ଏଲ୍ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ
ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...
ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୯।୬: ସ୍ବିସ୍ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍ର ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ...
ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ...
ବଲିଉଡ୍ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ରେ ମଦ କିଣିବା
ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...
ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ
ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...


