ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସିରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାଦାନ କରାଯାଉଛି। କୋଭାକ୍ସିନ୍ର ଦୁଇ ଡୋଜ୍ ମଧ୍ୟରେ ସମୟସୀମା ବୃଦ୍ଧି କରାଯାଇ ନାହି। ତେବେ କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ସମୟସୀମା ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର କରୋନା ଭାଇରସ୍ ଭାକ୍ସିନେଶନ୍ ଆଡଭାଇଜରୀ ଗ୍ରୁପ୍ ଏକ୍ସପର୍ଟଙ୍କ ପରାମର୍ଶକୁ ଅଣଦେଖା କରି କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଏପରି କରିଛନ୍ତି। ଆଡଭାଇଜରୀ ଗ୍ରୁପ୍ ପକ୍ଷରୁ ଦୁଇ ଡୋଜ୍ ମଧ୍ୟରେ ସମୟସୀମା ୮ରୁ ୧୨ ସପ୍ତାହ ରଖିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିବା ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମେ ୧୩ରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଡୋଜ୍ର ସମୟ ସୀମାକୁ ୬-୮ ସପ୍ତାହରୁ ବଢ଼ାଯାଇ ୧୨-୧୬ ସପ୍ତାହ କରାଯାଇଥିଲା। ସେତେବେଳେ ଦେଶରେ ଭାକ୍ସିନ୍ର ଅଭାବଥିବା ସହିତ କରୋନା ମହାମାରୀ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିଲା। ଦେଶରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍ ଅପ୍ ଇମ୍ୟୁନାଇଜେଶନ ଗ୍ରୁପ୍ ଗଠନ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ବ୍ରିଟେନ୍ରୁ ମିଳିଥିବା ଡାଟା ଆଧାରରେ କୋଭିଶିଲ୍ଡ୍ର ଦୁଇ ଡୋଜ୍ ମଧ୍ୟରେ ସମୟ ସୀମା ବୃଦ୍ଧି ହୋଇଛି। ତେବେ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍ ଅପ୍ ଇମ୍ୟୁନାଇଜେଶନ ଗ୍ରୁପ୍ର ୧୪ ଜଣିଆ ସଦସ୍ୟଙ୍କ ମଧ୍ୟରେ ୩ ଜଣ ସଦସ୍ୟ ଏହାର ବିରୋଧ କରିଥିଲେ। ଉପଲବ୍ଧ ଡାଟା ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଥିଲେ। ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଅଭିଯୋଗ ହୋଇଛି।
କୋଭିଶିଲ୍ଡ ଡୋଜ୍ ସମୟସୀମା ବୃଦ୍ଧି: ବିଶେଷଜ୍ଞ କମିଟି ପରାମର୍ଶକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର…
Posted inକରୋନା ଭାଇରସ୍, ଜାତୀୟ View All
ବିବାହ କରିବାକୁ ଜିଦ୍ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ
ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...
ଇଟାଲୀ ମରିନ୍ଙ୍କ ବିରୋଧରେ ମାମଲା ବନ୍ଦ
ନୂଆଦିଲ୍ଲୀ,୧୬ା୬: ୨୦୧୨ରେ ଇଟାଲୀର ୨ ନୌସୈନିକ(ମରିନ୍)ଙ୍କ ଦ୍ୱାରା କେରଳ ଉପକୂଳରେ ୨ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାର ଶୁଣାଣିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି।...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
ଆଇଟି ନିୟମ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ...
ତୃତୀୟ ଲହର ବିପଦ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ତାଣ୍ଡବ ରଚିବା ଆଶଙ୍କା …
ନୂଆଦିଲ୍ଲୀ,୧୭।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...
ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…
ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ...


