ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ର ଦୁଇ ଡୋଜ୍ ନେବା ପରେ ବି ଲୋକେ କରୋନାରେ ପୁଣି ଆକ୍ରାନ୍ତ ହେଉଛନ୍ତି। ତେଣୁ ସୁରକ୍ଷା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ୨୦୨୦ ଡିସେମ୍ବରରେ ବ୍ରିଟେନ୍ରେ ପ୍ରଥମ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୭ ମାସ ବିତିଛି। ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକ ୧୦୦ରୁ ଅଧିକ ଭାକ୍ସିନ୍ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ୨୩୦ କୋଟି ଲୋକଙ୍କୁ ଭାକ୍ସିନ୍ର ଡୋଜ୍ ପ୍ରଦାନ କରାଯାଇଛି। ଭାରତରେ ଜୁନ୍ ୧୫ ସୁଦ୍ଧା ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ମୋଟ ଜନସଂଖ୍ୟାର ୩.୫ ପ୍ରତିଶତ ଅର୍ଥାତ୍ ୪.୭୨ କୋଟି ଲୋକଙ୍କୁ ଭାକ୍ସିନ୍ର ଉଭୟ ଡୋଜ୍ ଦିଆଯାଇଛି। କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଇତିମଧ୍ୟରେ ୯୦ କୋଟି ଡୋଜ୍ ପ୍ରଦାନ କରାଯାଇଛି। ଟିକାଦାନରେ ଏହାପଛକୁ ଆମେରିକା ରହିଛି। ଆମେରିକାରେ ୩୧ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇ ସାରିଛି। ଏଠାରେ ଦେଶର ୪୪ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍ର ଦୁଇ ଡୋଜ୍ ଦିଆଯାଇଛି। ସେହିପରି ଇସ୍ରାଏଲ୍ରେ ୫୭ ପ୍ରତିଶତଙ୍କୁ ଭାକ୍ସିନ୍ର ଦୁଇ ଡୋଜ୍ ଦିଆଯାଇଛି। ଏଠାରେ ୭.୧୭ କୋଟି ଟିକା ଦିଆଯାଇଛି। ବ୍ରିଟେନ୍ରେ ୪୫ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୩ କୋଟିରୁ ଅଧିକଙ୍କୁ ଟିକାଦାନ କରାଯାଇଛି। ଫ୍ରାନ୍ସ୍ରେ ୪.୪୩ କୋଟିଙ୍କୁ ଭାକ୍ସିନ୍ ଦିଆଯାଇଛି। ଏଠାରେ ୨୧.୪ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୧.୪୪ କୋଟିଙ୍କଠାରେ ଦୁଇ ଡୋଜ୍ ଟିକାକରଣ ସମ୍ପନ୍ନ ହୋଇଛି। ରୁଷିଆରେ ୩.୨୯ କୋଟିଙ୍କୁ ଭାକ୍ସିନ୍ ଦିଆଯାଇଥିବାବେଳେ ୯.୯ ପ୍ରତିଶତ ଅର୍ଥାତ୍ ୧.୪୩ କୋଟିଙ୍କୁ ଉଭୟ ଡୋଜ୍ ଦିଆଯାଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଭାକ୍ସିନ୍ ବେପାର: ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍ ଦାମ୍ ୯୦୦ରୁ ୧୪୦୦ ଟଙ୍କା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କେତେକ...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ...
କେହି କାହାର ଚିର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି: ବାଇଡେନ
ଓ୍ବାଶିଂଟନ,୧୬ା୬: ଅନ୍ତର୍ଜାତୀୟ ରାଜନୀତିରେ ସମ୍ପର୍କକୁ ନେଇ ଏକ ପ୍ରବାଦ ଅଛି ଯେ ‘କେହି କାହାର ସ୍ଥାୟୀ ବନ୍ଧୁ ନୁହନ୍ତି କିମ୍ବା ସ୍ଥାୟୀ ଶତ୍ରୁ ନୁହନ୍ତି’। ଆମେରିକାର...
କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ ଲକ୍ଷ ସହାୟତା: ସତ୍ୟପାଠ ଦାଖଲ କଲେ ମୋଦି ସରକାର…
ନୂଆଦିଲ୍ଲୀ,୨୦।୬: କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେଇ ହେବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...
ଦୁର୍ଭିକ୍ଷ ଆଁରେ ଇଥିଓପିଆ
ଆଡିସ୍ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଲକ୍ଷେରୁ କମ୍…
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...


