ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କେତେକ ଘରୋଇ ହସ୍ପିଟାଲକୁ ଟିକାଦାନ ଲାଗି ଅନୁମତି ପ୍ରଦାନ କରାଯାଇଛି। ତେବେ ଭାକ୍ସିନ୍ ବେପାରରେ ଘରୋଇ ହସ୍ପିଟାଲଗୁଡ଼ିକରେ ଧାର୍ଯ୍ୟ ହୋଇଥିବା ଦାମ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହେବାରେ ଲାଗିଛି। ସରକାରୀ ନିର୍ଦ୍ଦେଶ ଅନୁସାରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଭାକ୍ସିନ୍ର ଗୋଟିଏ ଡୋଜ୍ ଘରୋଇ ହସ୍ପିଟାଲକୁ ୧୫୦ ଟଙ୍କାରେ ଯୋଗାଇ ଦିଆଯିବ। ଘରୋଇ ହସ୍ପିଟାଲ ପକ୍ଷରୁ ୧୦୦ ଟଙ୍କାର ସର୍ଭିସ୍ ଟ୍ୟାକ୍ସ୍ ନିଆଯିବ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏହାଦ୍ୱାରା ଘରୋଇ ହସ୍ପିଟାଲରେ ଟିକାର ଗୋଟିଏ ଡୋଜ୍ ନେଲେ ୨୫୦ ଟଙ୍କା ଦେବାକୁ ପଡ଼ିବ। ମାତ୍ର ଘରୋଇ ହସ୍ପିଟାଲରେ ଭାକ୍ସିନ୍ର ଗୋଟିଏ ଡୋଜ୍ ୯୦୦ରୁ ୧୪୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏନେଇ ଘରୋଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଭାକ୍ସିନ୍ ନିର୍ମାତାମାନେ ୧୫୦ ଟଙ୍କାରେ ଟିକା ଘରୋଇ ହସ୍ପିଟାଲକୁ ଯୋଗାଇ ଦେଉଥିଲେ। ମାତ୍ର ମେ’ ୧ ପରେ କୋଭିଶିଲ୍ଡ୍ ୬୦୦ ଟଙ୍କାରେ ଯୋଗାଇ ଦିଆଯାଉଛି। ଏହା ଉପରେ ୫ ପ୍ରତିଶତ ଜିଏସ୍ଟି ସହିତ ସର୍ଭିସ୍ ଶୁଳ୍କ ମିଶାଇ ଏହା ୮୦୦ରୁ ୯୦୦ ଟଙ୍କା ହେଉଥିବା ଘରୋଇ ହସ୍ପିଟାଲ ପକ୍ଷରୁ କୁହାଯାଉଛି। ସେହିପରି କୋଭାକ୍ସିନ୍ ୧୨୦୦ ଟଙ୍କାରେ ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି। ଏହା ଉପରେ ଜିଏସ୍ଟି ଏବଂ ସର୍ଭିସ୍ ଶୁଳ୍କ ମିଶାଇ କୋଭାକ୍ସିନ୍ର ଦାମ ୧୪୦୦ ଟଙ୍କାରେ ଘରୋଇ ହସ୍ପିଟାଲରେ ମିଳୁଛି। ଭାକ୍ସିନ୍ର ଦୁିଇଟି ଡୋଜ୍ ନେବା ଦ୍ୱାରା ସାଧାରଣ ଲୋକଙ୍କୁ ପାଖାପାଖି ୨୦୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
Posted inକରୋନା ଭାଇରସ୍, ଜାତୀୟ View All
ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…
ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି।...
ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଜେଲ୍ରେ ଥାଇ ପ୍ରୋଟିନ ଶେକ୍ ଦାବି କରୁଛନ୍ତି
ନୂଆଦିଲ୍ଲୀ,୮।୬: ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦେଶର ସଫଳତମ ରେସଲର ସୁଶୀଲ କୁମାର ପ୍ରୋଟିନ ଶେକ୍ ପାଇଁ ଦାବି କରୁଛନ୍ତି। କେବଳ ଏତିକି...
ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି।...
ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ: ଆଇଏମ୍ଏ କଟକ ଶାଖା ପକ୍ଷରୁ ଧାରଣା
କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ...
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...
ଲାବ୍ରୁ ବାହାରିନି ଭୂତାଣୁ: ବ୍ୟାଟ୍ ଓମ୍ୟାନ
ବେଜିଂ, ୧୭ା୬: ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କରୋନା ଭୂତାଣୁ ଲିକ୍ ହୋଇଥିବା କଥା ଭୁଲ୍ ବୋଲି କହିଛନ୍ତି ଚାଇନା ବ୍ୟାଟ୍ ଓମ୍ୟାନ ଭାବେ...
ଜିତିନ୍ ଦଳ ଛାଡିବା ପରେ କଂଗ୍ରେସରେ କନ୍ଦଳ: କପିଲ ସିବଲ କହିଲେ, ମୁଁ ମଲା ପରେ..
ନୂଆଦିଲ୍ଲୀ,୧୦।୬: କଂଗ୍ରେସର ପୂର୍ବତନ ନେତା ଜିତିନ ପ୍ରସାଦ ଦଳ ଛାଡି ଭାଜପାରେ ଯୋଗଦେବା ପରେ ପୁଣି ଥରେ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଜିତିନ...


